ETV Bharat / state

ବନ୍ୟାରେ ପ୍ରଭାବିତ 14 ପଞ୍ଚାୟତର ଚାଷୀ, ସରକାରୀ ସହାୟତା ପାଇଁ ଦାବି - flood affected crop

ବନ୍ୟା ଯୋଗୁଁ ନିମାପଡାରେ ପରିବା ଫସଲ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଶେଷକରି ନିମାପଡା ବ୍ଲକର ଧନୁଆ, ଶଗଡା, ବଡମାଛପୁର, ସାଇଁଶ ଶାସନ, ଅଲଣ୍ଡା, ବାମନାଳ ଆଦି 14 ଗୋଟି ପଞ୍ଚାୟତରେ ପନିପରିବା ଚାଷ ସମେତ ପାନବରଜ ଓ ନଡିଆ ଚାରା ବିଶେଷ ଭାବରେ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । କ୍ଷୟକ୍ଷତିର ଆକଳନ କରିବାକୁ ଏ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀମାନେ ପହଞ୍ଚି ନଥିବାର ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ସରକାର ଋଣ ଛାଡ ସହିତ ଚାଷ ପାଇଁ ସହଯୋଗ କରିବାକୁ ଚାଷୀ ଦାବି କରିଛି ।

ବନ୍ୟାରେ  ପ୍ରଭାବିତ 14 ପଞ୍ଚାୟତର ଚାଷୀ, ସରକାରୀ ସହାୟତା ପାଇଁ ଦାବି

author img

By

Published : Sep 16, 2020, 11:20 AM IST

ପୁରୀ: ଗୋଟେ ପଟେ ଦହଗଞ୍ଜ କରୁଛି କୋରୋନା । ତ ପୁଣି ଆର ପଟେ ବନ୍ୟାରେ ଉଜୁଡିଯାଇଥିବା ଫସଲକୁ ନେଇ ଚାଷୀ ହତାଶ ହୋଇପଡିଛି । ବନ୍ୟା ଯୋଗୁଁ ନିମାପଡାରେ ପରିବା ଫସଲ ବ୍ୟାପକ କ୍ଷୟକ୍ଷତି ଘଟିଛି । କ୍ଷୟକ୍ଷତିର ଆକଳନ କରିବାକୁ ଏ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀମାନେ ପହଞ୍ଚି ନଥିବାର ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ସରକାର ଋଣ ଛାଡ ସହିତ ଚାଷ ପାଇଁ ସହଯୋଗ କରିବାକୁ ଚାଷୀ ଦାବି କରିଛି ।

ବନ୍ୟାରେ ପ୍ରଭାବିତ 14 ପଞ୍ଚାୟତର ଚାଷୀ, ସରକାରୀ ସହାୟତା ପାଇଁ ଦାବି

ବିଶେଷକରି ନିମାପଡା ବ୍ଲକର ଧନୁଆ, ଶଗଡା, ବଡମାଛପୁର, ସାଇଁଶ ଶାସନ, ଅଲଣ୍ଡା, ବାମନାଳ ଆଦି 14 ଗୋଟି ପଞ୍ଚାୟତରେ ପନିପରିବା ଚାଷ ସମେତ ପାନବରଜ ଓ ନଡିଆ ଚାରା ବିଶେଷ ଭାବରେ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ବାଇଗଣ, ଝୁଡଙ୍ଗ, କଲରା, ପୋଟଳ, ଲଙ୍କା, କାକୁଡି ଆଦି ପରିବା ଚାଷ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ପାଣି ଚାଷ ଜମିରେ ରହିଵା ଯୋଗୁଁ ଗଛ ମୂଳ ସଢି ନଷ୍ଟ ହୋଇ ଚାଷ ଉଜାଡି ଦେଇଛି । ଫଳରେ ଦୁର୍ଦ୍ଦିନ ଦେଇ ଗତି କରୁଛି ଚାଷୀ ।

ସେପଟେ ବନ୍ୟାରେ ବ୍ଲକର 14 ଗୋଟି ଗ୍ରାମ ପଞ୍ଚାୟତର ପ୍ରାୟ ଶହ ଶହ ହେକ୍ଟର ପନି ପରିବା ଫସଲ ବ୍ୟାପକ କ୍ଷତି ହୋଇଥିବା ବେଳେ କ୍ଷୟକ୍ଷତିର ଆକଳନ ଚାଲିଛି । ଖୁବ ଶୀଘ୍ର ଚାଷୀଙ୍କୁ କ୍ଷତିପୂରଣ ସରକାର ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ନିମାପଡା ଉଦ୍ୟାନ ବିଭାଗ ଅଧିକାରୀ ।

ବିଶେଷକରି ବ୍ଲକର ଧନୁଆ, ଶଗଡା, ବଡମାଛପୁର, ସାଇଁଶ ଶାସନ, ଅଲଣ୍ଡା, ବାମନାଳ ଆଦି 14 ଗୋଟି ପଞ୍ଚାୟତରେ ପନିପରିବା ଚାଷ ସମେତ ପାନବରଜ ଓ ନଡିଆ ଚାରା ବିଶେଷ ଭାବରେ ହେକ୍ଟର ହେକ୍ଟର ଚାଷ ଜମିରେ ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତିର ଆକଳନ କରିବାକୁ ଏ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀମାନେ ପହଞ୍ଚି ନଥିବାର ଚାଷୀ ଅଭିଯୋଗ କରିଛି । ସେପଟେ ସରକାର ଋଣ ଛାଡ ସହିତ ଚାଷ ପାଇଁ ଚାଷୀକୁ ସହଯୋଗ କରିବାକୁ ଚାଷୀ ଦାବି କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.