ETV Bharat / state

ପୁରୀରେ ୫ ନକଲି ଶିକ୍ଷକ ବହିଷ୍କୃତ, ଜାଲ ସାର୍ଟିଫିକେଟରେ କରିଥିଲେ ଚାକିରି - ଜାଲ ସାର୍ଟିଫିକେଟରେ ଚାକିରି

Puri Fake Teachers Sacked: ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲାରେ ପୁରୀରେ ୫ ନକଲି ଶିକ୍ଷକ ବହିଷ୍କୃତ । ଅଧିକ ପଢନ୍ତୁ

ପୁରୀରେ ୪ ନକଲି ଶିକ୍ଷକ ବହିଷ୍କୃତ
ପୁରୀରେ ୪ ନକଲି ଶିକ୍ଷକ ବହିଷ୍କୃତ
author img

By ETV Bharat Odisha Team

Published : Dec 19, 2023, 12:59 PM IST

ପୁରୀରେ ୪ ନକଲି ଶିକ୍ଷକ ବହିଷ୍କୃତ

ପୁରୀ: ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା । ଚାକିରିରୁ ବିଦା ହେଲା ୫ ନକଲି ଶିକ୍ଷକ । ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇବା ଅଭିଯୋଗରେ ପୁରୀ ଜିଲ୍ଲାରେ ୪ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ବହିଷ୍କୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ କଣାସ ବ୍ଲକର ହୋଇଥିବା ବେଳେ କୃଷ୍ଣପ୍ରସାଦରୁ ୪ ଜଣ ରହିଛନ୍ତି । ସେମାନେ ହେଲେ ନୂଆପଡ଼ା ପଞ୍ଚାୟତ ଚର୍ଚ୍ଚିକା ୟୁଜି ୟୁପି ସ୍କୁଲର ଶିକ୍ଷକ ନନ୍ଦ କିଶୋର ସେଠୀ, ଖିରିସାହି ସ୍କୁଲର ଶିକ୍ଷକ ସତ୍ୟସୁନ୍ଦର ବିଶ୍ଵାଳ, ବିରିପଦର ସରକାରୀ ସ୍କୁଲର ଶିକ୍ଷକ ସୁରେଶ ଚନ୍ଦ୍ର ପଲେଇ, ଓରା ସ୍କୁଲର ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନ ଏବଂ କଣାସ ବ୍ଲକ ୟୁପି ସ୍କୁଲର ଶିକ୍ଷକ ରବୀନ୍ଦ୍ର କୁମାର ପଲେଇ । ଜିଲ୍ଲା ଶିକ୍ଷା ଅଧିକାରୀ(DEO) ବିଶ୍ବଜିତ ଘୋଷ ସେମାନଙ୍କୁ ବହିଷ୍କୃତ କରିଛନ୍ତି ।

ରାଜ୍ୟରେ ନକଲି ଶିକ୍ଷକକୁ ନେଇ ଧରପଗଡ଼ ଜାରି ରହିଛି । ଛାନଭିନ୍ ବେଳେ ଜଣାପଡିଥିଲା ଯେ, ରବୀନ୍ଦ୍ର ପଲେଇ ୧୯୯୬ ମସିହାରେ ବାଣୀ ବିହାର ଉତ୍କଳ ୟୁନଭର୍ସିଟିରୁ B.ED ପାସ୍ କରିଥିବା ନେଇ ସାର୍ଟିଫିକେଟ ଦେଇଥିଲେ । କିନ୍ତୁ ବାସ୍ତବରେ ସେ ପରୀକ୍ଷାରେ ଫେଲ୍ ହୋଇଥିବା ୟୁନଭରସିଟି ପକ୍ଷରୁ ଚିଠି ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ତାଙ୍କ ନାମରେ ଗଡ଼ିଶାଗଦା ଥାନାରେ ଏକ ମାମଲା ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବୃଦ୍ଧି ପାଉଛି ନକଲି ଶିକ୍ଷକଙ୍କ ସଂଖ୍ୟା

ସେହିପରି ଖୁରିସାହି ସ୍କୁଲର ଶିକ୍ଷକ ସତ୍ୟସୁନ୍ଦର ବିଶ୍ଵାଳ ୨୦୦୪ରେ ଭଞ୍ଜ ନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରୁ ବିଏସ୍‌ସି ପାସ ସାର୍ଟିଫିକେଟ ଦେଇଥିଲେ । ମାତ୍ର ତାହା ଠିକ୍ ନଥିବା ଜଣାପଡିଥିଲା । ସୁରେଶ ଚନ୍ଦ୍ର ପଲାଇ, ନନ୍ଦକିଶୋର ସେଠୀ ଓ ସୌଦାମିନୀ ପ୍ରଧାନ ୧୯୯୬ରେ ବାଣୀବିହାରରୁ B.ED ପାସ୍ କରିଥିବା ସାର୍ଟିଫିକେଟ ଦେଇଥିଲେ । ମାତ୍ର ତାହା ତଦନ୍ତ ପରେ ଜାଲ୍ ବୋଲି ଜଣାପଡିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲ୍ଲା ଶିକ୍ଷାଧକାରୀ ବିଶ୍ବଜିତ ଘୋଷ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶିକ୍ଷକ ଭୁଲିଗଲେ ହିତାହିତ ଜ୍ଞାନ, ଶ୍ରେଣୀ ଗୃହରେ ମଦ୍ୟପାନର ଭିଡିଓ ଭାଇରାଲ

ପୂର୍ବରୁ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରି ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଥିଲେ । ତେବେ ଏନେଇ ଯେଉଁ ଅଭିଯୋଗ ଆସୁଛି ଏହାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯାଉଛି ବୋଲି ଶିକ୍ଷାଧିକାରୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.