ETV Bharat / state

ପଣ୍ଡ ହେଲା ଡକାୟତି ଯୋଜନା, 5 ଡକାୟତ ଗିରଫ

author img

By

Published : Nov 16, 2020, 10:33 AM IST

Updated : Nov 16, 2020, 10:58 AM IST

ପୁରୀ ତାଳବଣିଆ ପୋଲିସକୁ ସଫଳତା । ଡକାୟତଙ୍କ ଯୋଜନାକୁ ପଣ୍ଡ କରି ପାଞ୍ଚ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢନ୍ତୁ...

Five robbers arrested in puri
ପଣ୍ଡ ହେଲା ଡକାୟତି ଯୋଜନା,

ପୁରୀ: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ । ଗୋଟିଏ ଡକାୟତ ଗ୍ୟାଙ୍ଗ ଉପରେ ଚଢାଉ କରି ପାଞ୍ଚଜଣ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଛି ପୁରୀ ତାଳବଣିଆ ପୋଲିସ ।

ସୂଚନାନୁସାରେ, ପୁରୀର ବିଭିନ୍ନ ଅଞ୍ଚଳରେ ଗତ କିଛି ଦିନ ହେବ ଡକାୟତଙ୍କ ଲୁଟପାଟ ବଢି ଚାଲିଥିଲା । ହୁଳୁ ହୁଳିଆ ପୋଲ ନିକଟରେ କିଛି ଲୋକ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା । ଚଢାଉ ସମୟରେ ଡକାୟତ ଦଳ ପୋଲିସ ଉପରେ ଆକ୍ରମଣ କରି ଖସି ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ପୋଲିସ ଚତୁରତାର ସହ ପାଞ୍ଚଜଣ ଡକାୟତଙ୍କୁ କାବୁ କରିଛି ।

ସେମାନଙ୍କଠାରୁ ଦୁଇଟି ଅଫୁଟା ବୋମା,5ଟି ମୁଖା ଓ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତାଳବଣିଆ ଥାନା ଟିକରପଡାର ଅଭିଜିତ ରାୟ ଓ ତାର ସହଯୋଗୀ ଚନ୍ଦନପୁରର ବିପ୍ଳବ ଜେନା , ପୁରୀ ଲୋକନାଥ ରୋଡ଼ର ସଂଜୟ ଦାସ , ସିଦ୍ଧମହାବରୀର ଅବା ପ୍ରଧାନ ଓ ଗୋଖା ସାହିର ମୁନା ବେହେରା । କିଛି ଦିନ ହେବ ପୁରୀର ବିଭିନ୍ନ ଅଞ୍ଚଳରେ ଡକାୟତି କରି ଲୋକଙ୍କ ନିଦ ଉଡାଇଥିଲେ ଡକାୟତ ଦଳ । ସେମାନଙ୍କୁ କାବୁ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା । ସେଥିପାଇଁ ପୁରୀରେ ବିଳମ୍ବିତ ରାତି ଯାଏଁ ପୋଲିସର ପାଟ୍ରୋଲିଂ ଜାରି ରହିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 16, 2020, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.