ପୁରୀ: ଗୋପ ପୋଲିସକୁ ସଫଳତା । କିଛି ଦିନ ଧରି ପୁରୀ ଜିଲ୍ଲାରେ ଲୁଟପାଟ କରି ଲୋକଙ୍କ ନିଦ ଉଡାଇ ଦେଇଥିଲେ ଡକାୟତ । ପାଞ୍ଚଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ଗୋପ ପୋଲିସ ।
ଗୋପ ପୋଲିସ ପାଞ୍ଚ ଜଣ ଡକାୟତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ପୁରୀ ଗୋପ ଥାନା ଧୂମାଳ ଗ୍ରାମର ବିଜୟ ଖଟେଇ ଓ ତାର ଚାରି ଜଣ ସାଥି ମାନସ ରଞ୍ଜନ ମହାନ୍ତି , ଦୁର୍ଗା ଚରଣ ମହାନ୍ତି , ପିଣ୍ଟୁ ମଲିକ ଓ ଅଶୋକ ସ୍ବାଇଁ । କିଛି ଦିନ ହେବ ଏମାନେ ପୁରୀରେ ଲୁଟପାଟ କରି ଲୋକଙ୍କ ନିଦ ହଜାଇ ଦେଇଥିଲେ । ଯାହାଙ୍କୁ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା । ପାଞ୍ଚ ଜଣିଆ ବଡ ଡକାୟତି ଗ୍ୟାଙ୍ଗକୁ ଧରିବାକୁ ପୋଲିସ ଜାଲ ବିଛାଇଥିଲା । ଆଉ ପରେ ସେମାନଙ୍କୁ ଧରିବାରେ ସକ୍ଷମ ବି ହେଲା ।
ଧରା ପଡିଥବା ପାଞ୍ଚ ଡକାୟତଙ୍କ ପାଖରୁ ପୋଲିସ ଦୁଇଟି ବନ୍ଧୁକ,ଦୁଇଟି ବାଇକ, ଗୋଟିଏ କାର ସମେତ ନଗଦ 50ହଜାର ଟଙ୍କା ଜବତ କରିଛି । ଏମାନେ ଦୀର୍ଘ ଦିନ ହେବ ମୁଖ୍ୟତ୍ ମାଇକ୍ରୋ ଫାଇନାନ୍ସ ଏଜେଣ୍ଟଙ୍କଠାରୁ ଟଙ୍କା ଲୁଟ କରୁଥିଲେ । ବିଶେଷ କରି ଅଭିଯୁକ୍ତ ବିଜୟ ଖଟେଇ ଜଣେ ପେଷାଦାର ଅପରାଧି ହୋଇ ଥିବା ବେଳେ ପୁରୀ , କଟକ ,ଖୋର୍ଦ୍ଧା ଜିଲ୍ଲାରେ ବିଜୟ ନାଁରେ 26 ଟି ବିଭିନ୍ନ ଚୋରି , ଡକାୟତି ମାମଲା ରହିଛି । ସେ ଏକ ଗ୍ୟାଙ୍ଗ କରି ଫାଇନାନ୍ସ ଏଜେଣ୍ଟଙ୍କୁ ଲୁଟ କରୁବାକୁ ଟାର୍ଗେଟ କରୁଥିଲା । ଏ ନେଇ ପୁରୀ ଗୋପ ପୋଲିସ ବିଜୟକୁ ଧରିବାକୁ ପ୍ରୟାସ ଆରମ୍ଭ କରିଥିଲା । ପୋଲିସ ପାଞ୍ଚଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ