ETV Bharat / state

ବ୍ରହ୍ମଗିରି ରେଞ୍ଜରେ କଟାସ ଗଣନା ଆରମ୍ଭ - ଫିସିଙ୍ଗ କ୍ୟାଟ ଗଣନା ଆରମ୍ଭ

ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜରେ କଟାସ ଗଣନା ଆରମ୍ଭ । ବନ୍ୟପ୍ରାଣୀ ବିଭାଗ, ଚିଲିକା ଉନ୍ନୟନ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଚାଲିଛି ଗଣନା । ଅଧିକ ପଢନ୍ତୁ...

ବ୍ରହ୍ମଗିରି ରେଞ୍ଜରେ କଟାସ ଗଣନା ଆରମ୍ଭ
ବ୍ରହ୍ମଗିରି ରେଞ୍ଜରେ କଟାସ ଗଣନା ଆରମ୍ଭ
author img

By

Published : Mar 5, 2021, 8:09 PM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜରେ କଟାସ ଗଣନା ଆରମ୍ଭ । ଚଳିତ ବର୍ଷ ପ୍ରଥମ ଥର ପାଇଁ ସାରା ଭାରତ ବର୍ଷରେ ଫିସିଙ୍ଗ କ୍ୟାଟ ବା କଟାସ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି । ପୁରୀ ଜିଲ୍ଲାରେ ତିନୋଟି ଜୋନ ହୋଇଥିବାବେଳେ ବ୍ରହ୍ମଗିରି ଅଧୀନ ଚିଲିକା ତଟବର୍ତ୍ତୀ ହରିଦାସ ଗ୍ରାମକୁ ଏକ ଜୋନ ଭାବେ ବିଭକ୍ତ କରାଯାଇଛି ।

ବ୍ରହ୍ମଗିରି ରେଞ୍ଜରେ କଟାସ ଗଣନା ଆରମ୍ଭ

ଭାରତ ବର୍ଷରେ ବାଘ, ଡଲଫିନ, କୁମ୍ଭୀର ଆଦି ଗଣନା ହୋଇଆସୁଛି । କଟାସ ମଧ୍ୟ ବନ୍ୟଜନ୍ତୁର ଅନ୍ତର୍ଭୁକ୍ତ ହୋଇଥିବାବେଳେ ଏଥିପ୍ରତି କାହାର ଦୃଷ୍ଟି ନଥିଲା । ଚଳିତ ବର୍ଷ ଏହାର ଗଣନା କରିବା ପାଇଁ ବନ୍ୟପ୍ରାଣୀ ବିଭାଗ, ଚିଲିକା ଉନ୍ନୟନ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଗଣନା କାର୍ଯ୍ୟ କରୁଛନ୍ତି ।

ଚିଲିକା ଓ ତଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ଜାଗାରେ କ୍ୟାମେରା ଖଞ୍ଜା ଯାଇ କଟାସମାନଙ୍କ ଗତିବିଧି ଅନୁସନ୍ଧାନ କରାଯାଉଛି ଏବଂ ଏହାଦ୍ବାରା ଗଣନା ହେଉଛି । ଗଣନା କାର୍ଯ୍ୟରେ ସାମିଲ ହୋଇଥିବା ସମସ୍ତ ବିଭାଗର ଅଧିକାରୀମାନେ ଓ ସ୍ବେଚ୍ଛାସେବୀମାନେ କଟାସଙ୍କ ସୁରକ୍ଷା ବିଷୟରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.