ETV Bharat / state

ଆସୁଛି ଆମ୍ଫାନ ! ସତର୍କ ହେଲେ ମତ୍ସଜୀବୀ - ବାତ୍ୟା ନ୍ୟୁଜ୍

ମାଡି ଆସୁଛି ବାତ୍ୟା । ଏନେଇ ପୁରୀ ମତ୍ସଜୀବୀ ମହଲରେ ବାଜିଲା ସତର୍କ ଘଣ୍ଟି । ସତର୍କ କରାଇଲା ଜିଲ୍ଲା ପ୍ରସାଶନ ।

possible storms in puri
ବାତ୍ୟା ଆମ୍ଫାନ
author img

By

Published : May 16, 2020, 2:46 PM IST

ପୁରୀ: ସମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ ମତ୍ସଜୀବୀ ହେଲେ ସତର୍କ । ସାମୁଦ୍ରିକ ଝଡ଼ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେବା ପରେ ରାଜ୍ୟ ସରକାର ପୁରା ଆଲର୍ଟ ଅଛନ୍ତି। ଓଡ଼ିଶାର 12 ଟି ଉପକୂଳ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରିଛନ୍ତି ସରକାର। ଯେ କୌଣସି ପରିସ୍ଥିତି ମୁକାବିଲା ନେଇ ସମ୍ପୂର୍ଣ୍ଣ ସଜାଗ ରହିବାକୁ କୁହାଯାଇଛି।

ବାତ୍ୟା ଆମ୍ଫାନ

ଅନ୍ୟପଟେ ବାତ୍ୟା ଆଶଙ୍କା ଘୋଷଣା ପରେ ପୁରୀର ପେଣ୍ଠକଟାରେ ଥିବା ମତ୍ସଜୀବୀ ସତର୍କ ହୋଇଛନ୍ତି। ସମୁଦ୍ରକୁ ମାଛ ମାରିବାକୁ କିଭଳି ନ ଯିବେ ସେ ନେଇ ପୁରୀ ମତ୍ସଜୀବୀ ସଂଘ ସଚେତନ କରାଇଛି। ତେବେ ପୂର୍ବ ବର୍ଷ ମେ’ 3 ତାରିଖରେ ଭୀଷଣ ଝଡ଼ ବାତ୍ୟା ଫୋନି ପୁରୀରେ ଲ୍ୟାଣ୍ଡ ଫଲ କରିଥିଲା। ଏଥିରେ ପୁରୀ ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ପୁଣି ବର୍ଷେ ପରେ ଏକ ଝଡ଼ ବାତ୍ୟାର ସୂଚନା ପରେ ବିଶେଷ କରି ସମୁଦ୍ର କୂଳରେ ରହୁଥିବା ମତ୍ସଜୀବୀ ଆତଙ୍କିତ ହୋଇ ପଡିଛନ୍ତି।

ତେବେ ପୁରୀ ଜିଲ୍ଲାକୁ କଣ ବିପଦ ରହିଛି ଏ ପର୍ଯ୍ୟନ୍ତ ପାଣିପାଗ ବିଭାଗ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଏକ ଅଜଣା ଆତଙ୍କ ଏବେ ମତ୍ସଜୀବୀଙ୍କ ଭିତରେ। କରୋନା ଲକ ଡାଉନ ଯୋଗୁ ଜୀବନ ଜୀବିକା ଠପ ହୋଇପଡିଛି। ପୂର୍ଵ ବର୍ଷ ମେ 3ରେ ଫୋନି ବାତ୍ୟା ଯୋଗୁ ହୋଇଥିବା କ୍ଷତି ଏ ପର୍ଯ୍ୟନ୍ତ ପୂରଣ ହୋଇ ପାରିନଥିବା ବେଳେ ପୁଣି ମେ ମାସରେ ବାତ୍ୟା ସୂଚନା ନେଇ ପୁରୀର ମତ୍ସଜୀବୀ ଆତଙ୍କିତ ହୋଇ ପଡିଛନ୍ତି। ସରକାର ଯାହା ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବେ ବୋଲି ମତ୍ସଜୀବୀ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.