ETV Bharat / state

ନିର୍ବାଚନ ଆଚରଣ ବିଧି ଉଲଘଂନ, ସମ୍ବିତ ପାତ୍ରଙ୍କ ନାଁରେ ମାମଲା - BJP

ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ନିର୍ବାଚନ ଆଚରଣ ବିଧି ଉଲଘଂନ କରିଥିବା ଅଭିଯୋଗ ଆସିଛି । ଏହି ଘଟଣା ପରେ ତାଙ୍କ ନାଁରେ ପୁରୀ ସମୁଦ୍ର କୂଳ ଥାନାରେ ମାମଲା ରୁଜୁ ହୋଇଛି ।

ଫଟୋ ସୌଜନ୍ୟ: @sambitswaraj
author img

By

Published : Apr 18, 2019, 7:27 PM IST

ପୁରୀ: ଚଳିତ ସାଧାରଣ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ଏହି ଆସନରୁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି । ତାଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ କରିଥିବା ଅଭିଯୋଗ ଆସିଛି । ପୁରୀ ସମୁଦ୍ର କୂଳ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ସଦର ଫ୍ଲାଇଂସ୍ୱାର୍ଡ ଅଧିକାରୀ ବିଜୟ ଜେନା ସମ୍ବିତଙ୍କ ନାମରେ ମାମଲା ରୁଜୁ କରିଛନ୍ତି । କେସ୍ ନମ୍ବର 62/2019 ଅନୁଯାୟୀ ଧର୍ମୀୟ ଭାବନାକୁ ନେଇ ବାରମ୍ବାର ମନ୍ତବ୍ୟ ଦେବା ଆଧାରରେ ଏହି ଏତଲା ରୁଜୁ କରାଯାଇଛି ।

ସମ୍ବିତଙ୍କ ପ୍ରଚାର ବସରେ ଲେଖା ହୋଇଛି ‘ଜଗନ୍ନାଥ ମତେ ଡାକିଲେ ଓ ମୋଦି ମତେ ପଠାଇଲେ’ । ଯାହାକୁ ଆଧାର କରି ଏହି ଏତଲା ରୁଜୁ ହୋଇଛି । ତେବେ ଏନେଇ ତଦନ୍ତ ଆରମ୍ଭ ହୋଇଥିବା କଥା କହିଛନ୍ତି ପୁରୀ ଏସପି ।

ପୁରୀରୁ ଶକ୍ତି ମିଶ୍ର, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.