ପୁରୀ: ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ମହାପ୍ରଭୁଙ୍କ ସେବାରେ ନିୟୋଜିତ ଗରିବ ସେବାୟତଙ୍କୁ ମିଳିବ ଘର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିଭଳି ଘର ମିଳିପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟ କରିବ। ସେବାୟତ କଲ୍ୟାଣ ପାଇଁ ୨୫୦ରୁ ଅଧିକ ଆବାସିକ ଗୃହ ନିର୍ମାଣ କରି ପ୍ରଦାନ କରାଯିବାକୁ ରହିଛି ଲକ୍ଷ୍ୟ ।

ଖୁବ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ। ସେହିପରି ସେ କହିଛନ୍ତି କୋରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିରକୁ ଭକ୍ତ ନଆସିବା ହେତୁ ସେବାୟତଙ୍କ ଆର୍ଥିକ କ୍ଷତି ଘଟିଛି । ଏଣୁ ସେବାୟତଙ୍କ କଲ୍ୟାଣ ପାଇଁ ଦୁଇ ଫେଜରେ ୫ ହଜାର ଲେଖାଏଁ ମିଳିବ।ସେବାୟତଙ୍କୁ ଜୁଲାଇରେ ତୃତୀୟ ଓ ଅଗଷ୍ଟରେ ଚତୁର୍ଥ କିସ୍ତିର ଟଙ୍କା ମିଳିବ। ପୂର୍ବରୁ ଦୁଇଟି କିସ୍ତି ଅର୍ଥ ମିଳିଛି। ସେହିପରି ସେବାୟତଙ୍କ ଆର୍ଥିକ ସାମାଜିକ ଅବସ୍ଥା ଉପରେ ଏକ ଘରୋଇ ଅନୁଷ୍ଠାନ ମାଧ୍ୟମରେ ସର୍ଭେ ହେବ। ଏହି ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନ ପଖରେ ରହିବ। ଫଳରେ ସେବାୟତଙ୍କ ଉନ୍ନତି ପାଇଁ ଅଗାମୀ ଦିନରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇପରିବ।
ଶ୍ରୀମନ୍ଦିର ପରିଚାଳନା କମିଟିର କିଛି ବରିଷ୍ଠ ସଦସ୍ୟଙ୍କ ସହ ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ ଏହା କୁମାର କହିଛନ୍ତି । ସେହିପରି ରତ୍ନ ସିଂହାସନରୁ ପଥର ଗାଏବ ଘଟଣାକୁ ନେଇ ASI ଏ ସମ୍ପର୍କିତ କିଛି ଫଟୋଗ୍ରାଫ ପ୍ରଦାନ କରିଛି । ପୂରା ରିପୋର୍ଟ ମିଳିବା ପରେ ଅନୁଧ୍ୟାନ କରାଯିବ। ତେବେ ଏଥିରେ ତ୍ରୁଟି ଥିଲେ ଦୋଷୀ ବିରୋଧ ରେ କାର୍ଯ୍ୟନୁଷ୍ଠାନ ହେବ। ଏ ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ଗର୍ଭ ଗୃହର ସମସ୍ତ ପଥରର ଡକ୍ୟୁମେଣ୍ଟସନ ହୋଇ ଫଟୋଗ୍ରାଫ ରଖାଯିବ। ଫଳରେ ଆଗାମୀ ଦିନରେ ଅଭିଯୋଗ ଆସିଲେ ଉକ୍ତ ଫୋଟୋ ଦେଖି କାର୍ଯ୍ୟନୁଷ୍ଠାନ ନେଇ ହେବ। ସେହିପରି ଗର୍ଭଗୃହରେ ପଥର ଖସିବା ଅଭିଯୋଗ ର କୌଣସି ସତ୍ୟତା ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ