ETV Bharat / state

ଶ୍ରୀମନ୍ଦିର ମୁକ୍ତିମଣ୍ଡପ କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଏତଲା - File a case against the acting president

ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର କାମଚଳା କାର୍ଯ୍ୟକାରୀ ସଭାପତିଙ୍କ ନାଁରେ ସିଂହଦ୍ବାର ଥାନାରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ।

କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଏତଲା
କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଏତଲା
author img

By

Published : Jan 31, 2021, 4:56 PM IST

ପୁରୀ: ଶ୍ରୀମନ୍ଦିର ମୁକ୍ତି ମଣ୍ଡପ କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ପ୍ରସଙ୍ଗ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର କାମଚଳା କାର୍ଯ୍ୟକାରୀ ସଭାପତିଙ୍କ ନାଁରେ ସିଂହଦ୍ବାର ଥାନାରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ।

କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଏତଲା

ମୁକ୍ତିମଣ୍ଡପ ପଣ୍ଡିତ ସଭାର ସମ୍ବିଧାନ ଅନୁଯାୟୀ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ଅନୁଷ୍ଠାନର ସ୍ଥାୟୀ ସଭାପତି। ସ୍ଥାୟୀ ସଭାପତିଙ୍କ ଅନୁପସ୍ଥିତିରେ କାର୍ଯ୍ୟକାରୀ ସଭାପତି ସମସ୍ତ କାର୍ଯ୍ୟବଳୀକୁ ସମାପନ କରିବା କଥା। ମାତ୍ର ଦୀର୍ଘଦିନ ଧରି କାର୍ଯ୍ୟକାରୀ ସଭାପତି ଥିବା ବ୍ୟକ୍ତି ସ୍ଥାୟୀ ସଭାପତି ଓ ମୁକ୍ତିମଣ୍ଡପ ପଣ୍ଡିତସଭା ସଦସ୍ୟଙ୍କ ଅଜ୍ଞାତ ଓ ବିନା ପରମର୍ଶରେ ମନଇଚ୍ଛା ସବୁ କାମ କରିଆସୁଥିବା ଅଭିଯୋଗ ହୋଇଛି।

ଏପରି କି ନିଜ ବ୍ୟକ୍ତିଗତ ସ୍ବାର୍ଥସାଧନ ପାଇଁ ମୁକ୍ତି ମଣ୍ଡପ ପଣ୍ଡିତ ସଭାକୁ ଉପଯୋଗ କରୁଛନ୍ତି। ସେ କରିଥିବା ପ୍ରଶାସନିକ ଓ ଅର୍ଥନୈତିକ ଅନିୟମିତତା ବିରୁଦ୍ଧରେ ତଦନ୍ତ ପାଇଁ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ସିଂହଦ୍ବାର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.