ETV Bharat / state

ଛେଳି ମୁହଁରେ ସେଲୋ ଟେପ ଲଗାଇ କରୁଥିଲେ ଚୋରି, ବାପ-ପୁଅ ଗିରଫ - ଛେଳି ଚୋର ଗିରଫ

ଛେଳି ମୁହଁରେ ସେଲୋ ଟେପ୍ ଲଗାଇ ଅଭିନବ ଉପାୟରେ ଚୋରି କରୁଥିଲେ ବାପ-ପୁଅ । ଖବର ପାଇ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ...

ଛେଳି ମୁହଁରେ ସେଲୋ ଟେପ ଲଗାଇ ଚୋରୀ, ବାପ-ପୁଅ ଗିରଫ

author img

By

Published : Oct 19, 2021, 8:35 AM IST

Updated : Oct 19, 2021, 10:08 AM IST

ପୁରୀ: ଛେଳି ଚୋରଙ୍କ ଅଭିନବ ପ୍ରୟାସ । ଛେଳି ମୁହଁରେ ସେଲୋ ଟେପ ଲଗାଇ ଚୋରି କରିଥିବା ଅଭିଯୋଗ । ବନ୍ଧା ହେଲେ ୨ ଅଭିଯୁକ୍ତ ।

ଚୋରି ସମୟରେ ବୋବାଉଥିଲା ଛେଳି । ଫଳରେ ଚୋରଙ୍କୁ ଧରିବାରେ ସକ୍ଷମ ହେଉଥିଲେ ଗ୍ରାମବାସୀ । ତେଣୁ ଭିନ୍ନ ଏକ ଉପାୟ ଅବଲମ୍ବନ କଲା ଚୋର । ଛେଳି ମୁହଁରେ ସେଲୋ ଟେପ ଲଗାଇ ଉଠାଇ ନେଉଥିଲେ ଚୋର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଛେଳି ଚୋରି ଘଟଣା ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଛେଳି ମୁହଁରେ ସେଲୋ ଟେପ ଲଗାଇ କରୁଥିଲେ ଚୋରି, ବାପ-ପୁଅ ଗିରଫଛେଳି ମୁହଁରେ ସେଲୋ ଟେପ ଲଗାଇ କରୁଥିଲେ ଚୋରି, ବାପ-ପୁଅ ଗିରଫ

ଅନ୍ୟପଟେ ଏଭଳି ଅଭିନବ ଢଙ୍ଗରେ ଚୋରି ଉଦ୍ୟମ ବେଳେ ଚତୁର ଚୋରକୁ ଧରିବାରେ ସକ୍ଷମ ହୋଇଛି ପୁରୀ କାକଟପୁର ପୋଲିସ । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନେ ହେଲେ କାକଟପୁର ଥାନା ସୁହାନପୁରର ଲୋକମାନ ଖାଁ ଏବଂ ତାଙ୍କ ପୁଅ ରେହେମତ ଖାଁ । ସେପଟେ କାକଟପୁର ପୋଲିସ ପହଞ୍ଚି ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 19, 2021, 10:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.