ETV Bharat / state

ସମ୍ଭାବ୍ୟ ବାତ୍ୟା ପାଇଁ ଚିନ୍ତାରେ ଚାଷୀ, ବିଲରୁ କାଟି ନେଉଛନ୍ତି କଞ୍ଚାଧାନ - ବାତ୍ୟା ପାଇଁ ଚାଷୀଙ୍କ ସମସ୍ୟା

ସମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ ଜିଲ୍ଲା ଚାଷୀଙ୍କ ମଧ୍ୟରେ ଆଶା ଆଶଙ୍କା । କଞ୍ଚାଧାନ କାଟି ନେଉଥିବା ସୂଚନା । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟା ପାଇଁ ଚିନ୍ତାରେ ଚାଷୀ, ବିଲରୁ କାଟି ନେଉଛନ୍ତି କଞ୍ଚାଧାନ

author img

By

Published : May 6, 2022, 5:41 PM IST

ପୁରୀ: ସମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ ଜିଲ୍ଲା ଚାଷୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ଫସଲ କ୍ଷତି ଆଶଙ୍କାରେ ଅଧା ପାଚିଲା ଧାନ କାଟି ନେଉଛନ୍ତି ଚାଷୀ । ଋଣ କିଭଳି ସୁଝିବେ ଚିନ୍ତାରେ ପ୍ରଶାସନ ପକ୍ଷରୁ ଫସଲ କାଟି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଚାର ପରେ ଚାଷୀ ବିଲରୁ ଧାନ କାଟିବା ଆରମ୍ଭ କରି ଦେଇଛନ୍ତି ।

ତେବେ ବିଡ଼ମ୍ବନାର ବିଷୟ ହେଉଛି କି, ଏବେବି ଶତାଧିକ ଏକର ଚାଷ ଜମିରେ ଧାନ ଫସଲ ମାତ୍ର ୩୦ ରୁ ୫୦ ପ୍ରତିଶତ ହୋଇଛି । ଅଧିକାଂଶ ସ୍ଥାନରେ ଧାନ ପାଚିନାହିଁ । ବାତ୍ୟା ଭୟକୁ ଦୃଷ୍ଟିରେ ରଖି ଚାଷୀ କଞ୍ଚା ଧାନକୁ କାଟି ନେଉଛି । ସମ୍ପୂର୍ଣ୍ଣ ଫସଲ ନଷ୍ଟ ହେବା ଅପେକ୍ଷା ଅଳ୍ପ କିଛି ଫସଲ ଅମଳ କରିନେବା ଲକ୍ଷ୍ୟ ନେଇ ଚାଷୀ ବାଧ୍ୟ ହୋଇ ଅଧା ପାଚିଲା ଧାନକୁ କାଟି ନେଉଛି । ଗତ ଫନି, ୟସ ବାତ୍ୟାରେ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ଘଟିଥିଲା ।

ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଚାଷୀଙ୍କୁ ଉକ୍ତ ଫସଲର କ୍ଷତିପୂରଣ ମିଳିପାରି ନାହିଁ । ପୁଣି ଏକ ବାତ୍ୟା ଆସିବାକୁ ସଜ ହେଉଥିବାରୁ ଚାଷୀର ମନୋବାଳ ଭାଙ୍ଗି ଯାଇଛି । ଅନେକ ଚାଷୀ ବିଭିନ୍ନ ଘରୋଇ ସଂସ୍ଥାରୁ ଲୋନ୍‌ ଆଣି ଚାଷ କରି ଥିବାବେଳେ ପୁଣି ବାତ୍ୟା ଯୋଗୁଁ ଫସଲ କ୍ଷତିକୁ ନେଇ ଚାଷୀ ହତାଶ ହୋଇ ପଡିଛନ୍ତି । ଭଲ ଫସଲ ନ ହେଲେ କେଉଁଠୁ ଅର୍ଥ ଆଣି କରଜ ସୁଝିବେ ସେନେଇ ମଧ୍ୟ ଚିନ୍ତାରେ ପଡିଛନ୍ତି ଚାଷୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.