ETV Bharat / state

ଅଦିନିଆ ବର୍ଷାରେ ଗଜା ହେଲା ସୁନାର ଫସଲ, ଚାଷୀ ମୁଣ୍ଡରେ ଚଡକ - puri news updtae

ଅଦିନିଆ ବର୍ଷାରେ ନଷ୍ଟ ହେଲା ସୁନାର ଫସଲ । ପୁରୀ ଜିଲ୍ଲାରେ ଏକାଧିକ ବ୍ଲକରେ ପାଣିରେ ବୁଡିଛି ଚାଷଜମି । ଋଣ ଛାଡ ସହ ସରକାରୀ ସହାୟତା ପ୍ରଦାନ ଦାବି କଲେ ଚାଷୀ । ଅଧିକ ପଢନ୍ତୁ

ଅଦିନିଆ ବର୍ଷାରେ ଗଜା ହେଲା ସୁନାର ଫସଲ, ଚାଷୀ ମୁଣ୍ଡରେ ଚଡକ

author img

By

Published : Nov 14, 2021, 10:37 PM IST

ପୁରୀ: ଜିଲ୍ଲାରେ ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ସହ ପନି ପରିବା ନଷ୍ଟ ହୋଇଛି । ଚାଷ ଜମିରେ ପାଣି ଜମି ରହି ପାଚିଲା ଧାନ ଗଜା ହେବା ପରି ଉତ୍କଟ ପରିସ୍ଥିତି ଦେଖିବାକୁ ମିଳିଛି । ବର୍ଷତମାମ ଦୈବି ଦୁର୍ବିପାକ ସହି ସଂଗ୍ରାମ କରି ଚାଷୀ ଅମଳ କରିବା ସମୟରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ଚାଷୀ ଅମଳ ପରେ ଋଣ ପରିଶୋଧ କରି ପରିବାର ଭରଣପୋଷଣ କରିବାକୁ ଲକ୍ଷ ରଖିଥିବାବେଳେ ଏଭଳି ସଙ୍କଟରେ ଅସହାୟ ହୋଇପଡିଛି ।

ଅଦିନିଆ ବର୍ଷାରେ ଗଜା ହେଲା ସୁନାର ଫସଲ, ଚାଷୀ ମୁଣ୍ଡରେ ଚଡକ

ଜିଲ୍ଲାର ସତ୍ୟବାଦୀ ବ୍ଲକର ମହୁରା, ବଳପୁର ,ରାୟଖଣ୍ଡି, କେତକୀପାଟଣା ପଞ୍ଚାୟତରେ ଏଭଳି ସମସ୍ୟା ଦେଖା ଦେଇଥିବାବେଳେ ଏବେ ମଧ୍ୟ ଚାଷ ଜମି ପାଣିରେ ବୁଡି ରହିଛି । ଜମିରୁ ଧାନ କାଟି ଅମଳ କରିବା ପୂର୍ଵରୁ ଏଭଳି ଅଦିନିଆ ଲଘୁଚାପ ବର୍ଷା ପ୍ରତିବନ୍ଧକ ସୃଷ୍ଟି କରିଛି । ସେପଟେ ଏଭଳି ସମସ୍ୟା ପାଇଁ ସରକାର ଚାଷୀଋଣ ଛାଡ କରିବା ସହ ସହାୟତା ପ୍ରଦାନ କରିବାକୁ ଦାବି ରଖିଛନ୍ତି ସ୍ଥାନୀୟ ଚାଷୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.