ETV Bharat / state

ଧାନ ଗଛ ହେଲା ଗଜା, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ - ମୁଣ୍ଡରେ ହାତ ଦେଇ ବସିଛି ବ୍ରହ୍ମଗିରି ଚାଷୀ

ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଲରେ ପାଣି ହୋଇ ଧାନ ଫସଲ ବୁଡିଯାଇଛି। ଫଳରେ ପାଚିଲା ଧାନ ଗୁଡିକ ଗଜା ହୋଇଯାଇଛି। ଋଣ କରି ଚାଷ କରିଥିବା ବ୍ରହ୍ମଗିରିର ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ପୁରୀ
author img

By

Published : Nov 8, 2019, 2:13 AM IST

ବ୍ରହ୍ମଗିରି: ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଲରେ ପାଣି ହୋଇ ଧାନ ଫସଲ ବୁଡିଯାଇଛି । ଫଳରେ ପାଚିଲା ଧାନ ଗୁଡିକ ଗଜା ହୋଇଯାଇଛି। ଋଣ କରି ଚାଷ କରିଥିବା ବ୍ରହ୍ମଗିରିର ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି।

ଗତ 3ଦିନ ଧରି ଲଗାଣ ବର୍ଷା ଯୋଗୁଁ ବ୍ରହ୍ମଗିରି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଫସଲ ପାଚିଲା ସମୟରେ ହଠାତ୍ ବର୍ଷା ଫସଲ ଧୋଇ ହୋଇଯାଇଥିବା ଦେଖି ଚିନ୍ତାରେ ଚାଷୀକୂଳ । ଏପଟେ ଫନି ବାତ୍ୟାରେ ସରକାର ସହାୟତା ଦେବେ କହି ଆଜି ପର୍ଯ୍ୟନ୍ତ ଠକି ଚାଲିଛନ୍ତି । ତେବେ ଫସଲ ଗଜା ହୋଇଯାଇଥିବାରୁ କିପରି ସେମାନେ ବଞ୍ଚିବେ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ପୁରୀ

ସେପଟେ ଆଗକୁ ବର୍ଷା ଥିବାରୁ ସରକାର ଆମ ଦୁଃଖ ନ ବୁଝିଲେ ବିଲରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବ୍ରହ୍ମଗିରି ଦେବାଶିଷ ଦାସ, ଇଟିଭି ଭାରତ

Intro: ଜଘୁଚାପ ବର୍ଷା ବିଲରେ ଧାନ ଗଜା, ଚାଷୀ ମୁଣ୍ଡରେ ହାତ।

ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଲ ରେ ପାଣି ହୋଇ ଧାନ ଫସଲ ବୁଡିଯାଇଛି।ପାଚିଲା ଧାନ ଗୁଡିକ ଗଜା ହୋଇଯାଇଛି। ଋଣ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛି।

Body:କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର।କିନ୍ତୁ ସେହି ଉକ୍ତି ଏବେ ଭୁଲ ପ୍ରମାଣିତ ହୋଇଛି ଏବେ ଚାଷୀ ମାନେ କହନ୍ତି ଚାଷ କାମ ଯାହାର ଜହର ଖାଇ ମାରିବା ଏଥର।
ଗତ ଲଘୁଚାପ ରେ 3 ଦିନ ଧରି ମୁଷଳ ଧାରାରେ ବ୍ରହ୍ମଗିରି ଅଞ୍ଚଳରେ ବର୍ଷା ହୋଇଥିଲା।ସେହିସମୟରେ ବିଲରେ ଧାନ ଫସଲ ଗୁଡିକ ପାଚିବା ସମୟ ହୋଇଯାଇଥିଲା। ବର୍ଷା ପାଣି ବିଲରେ ଫୁଲ ହୋଇ ଧାନ ଗଛ ଉପରେ ହାତେ ଉଞ୍ଚାର ପାଣି ବୁଡି ରହିଲା।
ଛାତିଏ ପାଣିରେ ପଶି ଧାନ କାଟିବା ପାଇଁ ଚାଷୀ ବିଲକୁ ଯିବାରୁ ଧାନ ଦୁଡିକ ଗଜା ହୋଇଥିବାର ଦେଖି ମୁଣ୍ଡରେ ହାତ ଦେଇ ବସିଛି।
ଫୋନି ବାତ୍ୟାରେ ବ୍ରହ୍ମଗିରିରେ ବ୍ୟାପକ କ୍ଷତି ହୋଇ ଚାଷୀ କୁଳ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି।ଧାର କରଜ କରି ଅଧିକାଂଶ ଚାଷୀ ଚାଷ କରିଥିଲେ।ଧାନରୁ ଯାହା ଆମଦାନୀ ହୋଇଥିଲେ ବର୍ଷ ସାରାର ଗୁଜୁରାଣ ମେଣ୍ଟାଇଥାନ୍ତା।କିଏ ଝିଅ ବାହାଘର କରିଥାନ୍ତା ତ କିଏ ଧାର କରଜ ସୁଝିଥାନ୍ତା।ବାତ୍ୟାରେ ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବା ପାଇଁ କିଏ ଚିନ୍ତା କରିଥିଲା।କିନ୍ତୁ ଲଗାଣ ବର୍ଷା ଚାଷୀର ସ୍ବପ୍ନ କୁ ଭାଙ୍ଗି ଚୁର ମାର କରିଦେଛି।
ଛାତିଏ ପାଣିରେ ପସି ସେଥିରୁ ଗଜା ଧାନକୁ ସାଉଁଟି ଅଣୁଥିବା ବେଳେ ଚାଷୀ ମାନେ କୋହଭାର କଣ୍ଠରେ କୁହନ୍ତି , ଆଉ କେଇଟା ଦିନ ପରେ ମହାଜନ ଆସି ଦୁଆରେ ବସିବ।ଫୋନି ବାତ୍ୟାରେ ସରକାର ସହାୟତା ଦେବେ କହି ଆଜି ପଯ୍ୟନ୍ତ ଦେଇ ନାହାଁନ୍ତି।ଏବେତ ଫସଲ ଗଜା ହୋଇଗଲା ସରକାର ଯଦି ସହାୟତା ଯୋଗାଇ ନ ଦେବେ କଣ କରିବୁ ବଞ୍ଚିବୁ କିପରି।
ଆଗକୁ ଆହୁରି ବର୍ଷା ଆସୁଛି । ମୂଲ ଲାଗି କରଜ ସୁଝିବୁ କିପରି ସରକାର ଆମ କଥା ନ ବୁଝିଲେ ବାଧ୍ୟ ହୋଇ ବିଲରେ ଆତ୍ମହତ୍ୟା କରିବୁ।

Conclusion:Byte 1.Kalu Bhola.chasi(check gamuchha)
Byte 2. Ghanasyam bhola.chasi
all visual and byte send by mojo.
ଦେବାଶିଷ ଦାସ,ବ୍ରହ୍ମଗିରି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.