ETV Bharat / state

'ଫନି' କୋପରେ ରଙ୍ଗହୀନ ହେଲା ଲକ୍ଷ୍ମୀ ସିନେମା ହଲ - puri

ପୁରୀ ସହରରେ ରହିଛି ଲକ୍ଷ୍ମୀ ସିନେମା ହଲ । ସୀତା ବିବାହ ଭଳି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଏଠାରେ ପ୍ରଦର୍ଶିତ ହୋଇଥିଲା । ତେବେ ବିଡମ୍ବନାର ବିଷୟ ଯେ, ଏହି ଐତିହାସିକ ସିନେମା ହଲ ଏବେ ସବୁ ଦିନ ପାଇଁ ନିଜର ପରିଚୟ ହରାଇ ବସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
author img

By

Published : Jun 1, 2019, 6:24 PM IST

ପୁରୀ: ରାଜ୍ୟର ପ୍ରଥମ ପ୍ରେକ୍ଷାଳୟ ହେଉଛି ଲକ୍ଷ୍ମୀ ସିନେମା ହଲ । ପୁରୀ ସହରରେ ରହିଛି ଏହି ଐତିହାସିକ ପ୍ରେକ୍ଷାଳୟ । ସୀତା ବିବାହ ଭଳି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଏଠାରେ ପ୍ରଦର୍ଶିତ ହୋଇଥିଲା । ତେବେ ବିଡମ୍ବନାର ବିଷୟ ଯେ, ଏହି ଐତିହାସିକ ସିନେମା ହଲ ଏବେ ସବୁ ଦିନ ପାଇଁ ନିଜର ପରିଚୟ ହରାଇ ବସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପ୍ରଳୟଙ୍କାରୀ 'ଫନି' ମାଡରେ ଐତିହାସିକ ଲକ୍ଷ୍ମୀ ସିନେମା ହଲ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ବିପୁଳ କ୍ଷୟକ୍ଷତି ସହ ପାଖରେ ସମ୍ବଳ ନଥିବାରୁ ଏହାର ପୁନଃଋଦ୍ଧାର ସମ୍ଭବ ନୁହେଁ ବୋଲି ହଲ୍ ମାଲିକ କହିଛନ୍ତି । ତେବେ ସରକାର ଏହି ଐତିହାସିକ ପ୍ରେକ୍ଷାଳୟର ପୁନଃଋଦ୍ଧାର ନକଲେ ଏହି ପୁରାତନ ପ୍ରେକ୍ଷାଳୟ ନିଜର ପରିଚୟ ହରାଇ ବସିବା ନିଶ୍ଚିତ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ବାତ୍ୟା 'ଫନି' ମାଡ଼ରେ ଛାରଖାର ହୋଇଯାଇଛି ପୁରୀ ସହର । ଆଉ ଏଥିରୁ ବାଦ ପଡିନି ରାଜ୍ୟର ପ୍ରଥମ ସିନେମା ହଲ ତଥା ଐତିହାସିକ ଲକ୍ଷ୍ମୀ ପ୍ରେକ୍ଷାଳୟ । ଭୟଙ୍କର ବାତ୍ୟାର କରାଳ ପ୍ରକୋପରେ ଭାଙ୍ଗିଯାଇଛି ପ୍ରେକ୍ଷାଳୟର ଅଣ୍ଟା । ଏକଥା ଆମେ ନୁହେଁ ଏ ଚିତ୍ର ହିଁ ବୟାନ କରୁଛି । କେଉଁଠି ହଲର ଉପର ଆଜବେଷ୍ଟସ୍ , ସିଲିଂ ଉଡିଯାଇଛି ତ ଆଉ କେଉଁଠି ସିନେମା ହଲର ପରଦା ବି ନଷ୍ଟ ହୋଇଛି । 30 ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆଉ ଏଭଳି ଅବସ୍ଥା ଦେଖି ପାଖରେ ସମ୍ବଳ ନଥିବାରୁ ସିନେମା ହଲ ମାଲିକ ଓ କର୍ମଚାରୀ ହତାଶ ହୋଇପଡିଛନ୍ତି ।

1933 ମସିହାରେ ସୀତାରାମ ପାଣ୍ଡେ ଲକ୍ଷ୍ମୀ ହଲ ନିର୍ମାଣ କରିଥିଲେ । ଯାହାକି ରାଜ୍ୟର ପ୍ରଥମ ସିନେମା ହଲ ଭାବେ ପରିଚିତ । 1936 ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର 'ସୀତା ବିବାହ' ଏଠାରେ ପ୍ରଦର୍ଶିତ ହୋଇଥିଲା । ହେଲେ ଧିରେ ଧିରେ ସମୟ ବଦଳିଲା ଆଉ ଲୋକ ହଲକୁ ଆସିବା ବନ୍ଦ ବି କରିଦେଲେ ମାତ୍ର ଏହି ଐତିହାସିକ ସିନେମା ହଲଟି ବହୁ ଝଡ଼ଝଞ୍ଜା ଅତିକ୍ରମ କରି ଚାଲୁ ରହିଥିଲା । ହେଲେ ଫନି କୋପରେ ସିନେମା ହଲର ଚିତ୍ର ପୁରାପୁରି ବଦଳି ଯାଇଛି । ଏବେ କେବଳ ଅପେକ୍ଷା ସରକାରୀ ଅନୁଦାନକୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, laxmi cinema hall , PKG, Puri,1.6.19

Anc,, ରାଜ୍ୟର ପ୍ରଥମ ପ୍ରେକ୍ଷାଳୟ ହେଉଛି ଲକ୍ଷ୍ମୀ ସିନେମା ହଲ। ପୁରୀ ସହରରେ ରହିଛି ଏହି ଐତିହାସିକ ପ୍ରେକ୍ଷାଳୟ। ସୀତା ବିବାହ ଭଳି ପ୍ରଥମ ଓଡ଼ିଆ ଚଳଚିତ୍ର ଏଠାରେ ପ୍ରଦର୍ଶିତ ହୋଇଥିଲା ।ତେବେ ଦୁଖ ର ବିଷୟ ଏହି ଐତିହାସିକ ସିନେମା ହଲ ଏବେ ସବୁ ଦିନ ପାଇଁ ନିଜର ପରିଚୟ ହରାଇ ବସିବା ଆଶଙ୍କା ସୃଷ୍ଟି ହୋଇଛି। ମହା ବାତ୍ୟା ଫୋନି ମାଡରେ ଐତିହାସିକ ଲକ୍ଷ୍ମୀ ସିନେମା ହଲ ଭାଙ୍ଗି ରୁଜି ଚୁର ମାର ହୋଇ ଯାଇଛି। ବିପୁଳ କ୍ଷତି ସହ ପାଖରେ ସମ୍ବଳ ଅଭାବ ଜୋଗୁ ଏହାର ପୁନ ରୁଦ୍ଧାର ସମ୍ଭବ ନୁହେଁ ବୋଲି ହଲ ମାଲିକ କହିଛନ୍ତି। ତେବେ ସରକାର ଏହି ଐତିହାସିକ ପ୍ରେକ୍ଷାଳୟ ର ପୁନରୁଦ୍ଧାର ନ କଲେ ଏହି ପୁରାତନ ପ୍ରେକ୍ଷାଳୟ ନିଜର ପରିଚୟ ହରାଇ ବସିବ।

Vo1,, ବାତ୍ୟା ଫୋନି ମାଡ଼ରେ ଛାର ଖାର ହୋଇ ଯାଇଛି ପୁରୀ ସହର । ଆଉ ଏଥିରୁ ବାଦ ପଡିନି ରାଜ୍ୟର ପ୍ରଥମ ସିନେମା ହଲ ତଥା ଐତିହାସିକ ଲକ୍ଷ୍ମୀ ପ୍ରେକ୍ଷାଳୟ। ଫୋନି ମାଡ଼ରେ ସବୁ କିଛି ବର୍ବାଦ ହୋଇ ଯାଇଛି। ସିନେମା ହଲ ର ଉପର ଆଜବେଷ୍ଟ , ସିଲିଂ ଉଡିଯାଇ ଥିବା ବେଳେ ସିନେମା ହଲର ପରଦା ବି ନଷ୍ଟ ହୋଇ ଯାଇଛି। କେବଳ ସେତକି ନୁହେଁ ସିନେମା ହଲର ସିଟ ସମେତ ବୋହୁ ଦାମୀ ଯନ୍ତ୍ର ପାତି ନଷ୍ଟ ହୋଇ ଯାଇଛି। 30 ଲକ୍ଷ ରୁ ଅଧିକ ଟଙ୍କା ର ସାମଗ୍ରୀ ବ୍ୟପକ ଭାବେ କ୍ଷତି ଗ୍ରସ୍ତ ହୋଇଛି।ଆଉ ଏଭଳି ଅବସ୍ଥା ଦେଖି ସିନେମା ହଲ ମାଲିକ ଓ କର୍ମଚାରୀ ହତାଶ ହୋଇ ପଡିଛନ୍ତି। ପାଖରେ ସମ୍ବଳ ନ ଥିବା ରୁ ଆଉ ସିନେମା ହଲ ମରାମତି କରି ଚାଲୁ  କରିବା ଏକ ପ୍ରକାର ଅସମ୍ଭବ ବୋଲି ସିନେମା ହଲ ମାଲିକ କହିଛନ୍ତି। ତେବେ ସରକାର ଯଦି ଏଭଳି  ଦୂରଦିନ ରେ ସହାୟତା ର ହାତ ନ ବଢାନ୍ତି ରାଜ୍ୟ ର ଏହି ଐତିହାସିକ ଲାଷ୍ମୀ ସିନେମା ହଲ ସମ୍ପୂର୍ଣ ନିଜର ପରିଚୟ ହରାଇ ବସିବ ବୋଲି ସିନେମା ହଲ ମାଲିକ ଓ କର୍ମଚାରୀ କୋହ ଭରା କଣ୍ଠରେ କହିଛନ୍ତି। ରାଜ୍ୟର ପ୍ରଥମ ସିନେମା ହଲ ର ପୁନ ରୁଦ୍ଧାର ନ ହେଲେ କର୍ମଚାରୀ ଜୀବିକା ହରାଇବା ସହ ପୁରୀ ସହର ବାସୀ ମନୋରଞ୍ଜନ ରୁ ବଞ୍ଜିତ ହେବେ ବୋଲି କହିଛନ୍ତି ଲକ୍ଷ୍ମୀ ସିନେମା ହଲ କର୍ମଚାରୀ।
ବାଇଟ1,,ସନ୍ଦୀପ ଜେନା,, ଲକ୍ଷ୍ମୀ ହଲ କର୍ମଚାରୀ
ବାଇଟ2,,ସୁକାନ୍ତ କୁମାର ଦାସ,, ଲକ୍ଷ୍ମୀ ହଲ କର୍ମଚାରୀ

Vo2,, ପୁରୀ ସହର ର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ରାମଚଣ୍ଡୀ ସାହିରେ ରହିଛି ଏହି ଐତିହାସିକ ସିନେମା ହଲ। 1933 ମସିହାରେ ସୀତାରାମ ପାଣ୍ଡେ ଲକ୍ଷ୍ମୀ ହଲ  ନିର୍ମାଣ କରିଥିଲେ। ଯାହାକି ରାଜ୍ୟର ପ୍ରଥମ ସିନେମା ହଲ। 1936 ମସିହାରେ ଓଡ଼ିଆ ପ୍ରଥମ ଚଳଚିତ୍ର ସୀତା ବିବାହ ଏଠାରେ ପ୍ରଦର୍ଶିତ ହୋଇଥିଲା। ହଜାର ହଜାର ଲୋକ ଏହି ସିନେମା ହଲ କୁ ଆସି ମନୋରଞ୍ଜନ କରୁଥିଲେ। ସମୟ କ୍ରମେ ସିନେମା ହଲ ର ଚାହିଦା କମିବା ପରେ ଅନେକ ସିନେମା ହଲ ବନ୍ଦ ହୋଇ ଯାଇ ଥିବା ବେଳେ ରାଜ୍ୟର ଏହି ପ୍ରଥମ ଐତିହାସିକ ସିନେମା ହଲ ଟି ବୋହୁ ଝଡ଼ ଝଞ୍ଜା ଅତିକ୍ରମ କରି ଚାଲୁ ରହିଥିଲା। ତେବେ ଫୋନି ବାତ୍ୟା ସବୁ କିଛି ଏବେ ଶେଷ କରିଦେଈଛି । ସରକାର ଙ୍କ ବିନା ଅନୁଦାନ ରେ ଆଉ ଏହି ଐତିହାସିକ ସିନେମା ହଲ ମରାମତି କରି ଚଳାଇବା ସମ୍ଭବ ନୁହେଁ ବୋଲି ହଲର ମାଲିକ ମାନସ୍ତପ ରେ କହିଛନ୍ତି।

ବାଇଟ,,3, ଅନୀଲ କୁମାର ଦାସ,, ଲକ୍ଷ୍ମୀ ହଲ କର୍ମଚାରୀ
ବାଇଟ,,4,,କୃଷ୍ଣ ଚନ୍ଦ୍ର ପାଣ୍ଡେ , ଲାଷ୍ମୀ ହଲ ମାଲିକ

 ---------- PTC--------

Mojo ଏହି pkg ର ଭିଯୁଆଲ , ବାଇଟ, ଓ ptc ଯାଇଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.