ETV Bharat / state

ପୁରୀ ବସ୍ତି ବାସିନ୍ଦାଙ୍କ ପାଇଁ ଖୁସି ଖବର ! 2ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସ୍ଥାୟୀ ପଟା

ଜାଗା ମିଶନରେ ସ୍ଥାୟୀ ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ବସ୍ତିବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ନେଇ ପୁରୀ ଜିଲ୍ଲାପାଳଙ୍କୁ ପୁରୀ ପୌରପାଳିକାର ପୂର୍ବତନ କାଉନସିଲରମାନେ ଦାବିପତ୍ର ଦେଇଛନ୍ତି । ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ଦିଆଯିବା ନେଇ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 4, 2023, 8:30 PM IST

ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ଦେବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ: ଜାଗା ମିଶନରେ ସ୍ଥାୟୀ ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର । ପୁରୀ ପୌରପାଳିକାର ପୂର୍ବତନ କାଉନସିଲରମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ଜମିଜମା ସମସ୍ୟାର ସମାଧାନ କରି ଶୀଘ୍ର ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି ପୂର୍ବତନ କାଉନସିଲର । ବିଜୁ ଯୁବ ଜନତା ଦଳର ଉପସଭାପତି ସୁନୀଲ ମହାନ୍ତିଙ୍କ ନେତୃତ୍ବରେ ବିଜେଡିର ପୂର୍ବତନ କାଉନସିଲରମାନେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଭେଟି ଆଜି ଏହି ଦାବି ଜଣାଇଛନ୍ତି ।

ଏନେଇ ବିଜୁ ଯୁବ ଜନତା ଦଳର ଉପସଭାପତି ସୁନୀଲ ମହାନ୍ତି କହିଛନ୍ତି, "ଜାଗା ମିଶନରେ ଅନେକ ବସ୍ତିବାସିନ୍ଦା ଜମିଜମା ସମସ୍ୟାକୁ ନେଇ ସ୍ଥାୟୀ ପଟ୍ଟା ପାଇପାରୁନାହାନ୍ତି ।‌ ଫଳରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ହଜାର ହଜାର ବସ୍ତିବାସିନ୍ଦା ପାଇପାରୁ ନାହାନ୍ତି । ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା ହୋଇଛି ।" ତେବେ ଆସନ୍ତା ୨ ମାସ ଭିତରେ ଜମିଜମା ସମସ୍ୟାର ସମାଧାନ କରାଯାଇ ହିତାଧିକାରୀଙ୍କୁ ଜାଗା ମିଶନରେ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜାଗା ମିଶନ ଗରିବ ଲୋକକୁ ଦେଇଛି ସମ୍ମାନ, ନୂଆ ପରିଚୟ: ମୁଖ୍ୟମନ୍ତ୍ରୀ

ପୁରୀ ସହରର ବଳିଆପଣ୍ଡା, ପେଣ୍ଠକଟା, ରେଲୱେ କଲୋନୀ, ତାଳବଣିଆ ଅନ୍ୟାନ୍ୟ ଅଞ୍ଚଳରେ ୧୨ ହଜାରରୁ ଊର୍ଦ୍ଧ୍ବ ପରିବାର ବସ୍ତିରେ ବସବାସ କରୁଛନ୍ତି । ଜାଗା ମିଶନରେ ପାଖାପାଖି ୬ ହଜାର ପରିବାର ସ୍ଥାୟୀ ପଟ୍ଟା ପାଇଥିବା ବେଳେ ବିଭିନ୍ନ ଜମିଜମା ସମସ୍ୟାକୁ ନେଇ ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ବ ପରିବାର ଏବେ ମଧ୍ୟ ସ୍ଥାୟୀ ପଟ୍ଟା ପାଇବାରୁ ବଞ୍ଚିତ ହୋଇଛନ୍ତି । ବିଶେଷ କରି ଅନେକ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବାବେଳେ କିଛି ଜମି ମଧୁର ଜଳ ଗଚ୍ଛିତ ଥିବା ଅଞ୍ଚଳରେ ରହିଛି । ଏଣୁ ସରକାରୀ ନିୟମ ଅନୁଯାୟୀ ଅନେକ କଟକଣା ଥିବାରୁ ଅନେକ ଜମିର ସ୍ଥାୟୀ ପଟ୍ଟା ବସ୍ତିବାସିନ୍ଦା ପାଇପାରୁନାହାନ୍ତି । ତେବେ ଗତ ୧୮ ତାରିଖ ଦିନ ପୁରୀ ଗସ୍ତରେ ଆସିଥିବା 5T ସଚିବ ଭିକେ ପାଣ୍ଡିଆନଙ୍କୁ ପୁରୀ ନଗର ବିଜେଡି ପକ୍ଷରୁ ଏହି ଜମିଜମା ସମସ୍ୟାର ସମାଧାନ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ସମସ୍ୟାର ସମାଧାନ ଦୁଇମାସ ଭିତରେ କରାଯିବ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଥିଲେ । ଏଣୁ ଜମିଜମାକୁ ନେଇ ରହିଥିବା ସମସ୍ୟାର ସମାଧାନ କରାଯାଇଥିବାବେଳେ ଆସନ୍ତା ୨ ମାସ ଭିତରେ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ ପୁରୀ ପୌରପାଳିକାରେ ଦୀର୍ଘ ୫ ବର୍ଷ ହେବ ନିର୍ବାଚନ ହୋଇନଥିବାରୁ ପୌରାଞ୍ଚଳରେ ସଫେଇ ବ୍ୟବସ୍ଥା ଭୁଶୁଡି ପଡିଥିବା ପୂର୍ବତନ କାଉନସିଲରମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ତେବେ ସହରରେ ଡେଙ୍ଗୁ ବ୍ୟାପୁଥିବାବେଳେ ତୁରନ୍ତ ବିଭିନ୍ନ ୱାର୍ଡରେ ମଶା ତେଲ ସିଞ୍ଚନ ସହ ଅଳିଆ ଆବର୍ଜନାକୁ ତୁରନ୍ତ ସଫେଇ କରିବାକୁ ଦାବି ଜଣାଇଛନ୍ତି ପୂର୍ବତନ କାଉନସିଲର ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.