ETV Bharat / state

ଶ୍ରୀମନ୍ଦିର ଉଚ୍ଛେଦ ପ୍ରସଙ୍ଗ; ବିସ୍ଥାପିତଙ୍କୁ ଥଇଥାନ କରିବ ଜିଲ୍ଲା ପ୍ରଶାସନ - Administration will give compensation to those who leave home

ଶ୍ରୀମନ୍ଦିର ଉଚ୍ଛେଦ ପ୍ରସଙ୍ଗରେ ବିସ୍ଥାପିତ 2ଟି ଲଜ୍‌ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କୁ କରାଯିବ ଥଇଥାନ । ଏନେଇ ବଗଲା ଧର୍ମଶାଳାରେ ଖାଲି ଥିବା ଜମିରେ ପ୍ଲଟିଂ ଆରମ୍ଭ ହୋଇଛି ।

Eviction near Shrimandir
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Nov 29, 2019, 5:54 PM IST

ପୁରୀ: ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନରୁ ବିସ୍ଥାପିତ ହେଉଥିବା 2ଟି ଲଜ୍ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କୁ ଥଇଥାନ କରାଯିବ । ଏନେଇ ବଗଲା ଧର୍ମଶାଳାର ଖାଲି ଜମିରେ ପ୍ଲଟିଂ ହୋଇଛି । ଏହି ଧର୍ମଶାଳାର 2.69 ଏକର ଜମିରେ 28ଟି ପ୍ଲଟ୍‌ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ବିସ୍ଥାପିତ ଲଜ୍‌ ପାଇଁ 3ଟି ବର୍ଗରେ ନକ୍ସା କରାଯାଇଛି । ଏ- ବର୍ଗରେ 1500 ବର୍ଗଫୁଟ, ବି-ବର୍ଗରେ 2000 ବର୍ଗଫୁଟ ଏବଂ ସି-ବର୍ଗରେ 3000 ବର୍ଗ ଫୁଟ ରହିଛି । ପ୍ରଥମ ବର୍ଗରେ 8ଟି, ଦ୍ବିତୀୟ ବର୍ଗରେ 2ଟି ଏବଂ ତୃତୀୟ ବର୍ଗରେ 18ଟି ପ୍ଲଟର ତର୍ଜମା କରିଛି ପ୍ରଶାସନ । ଏସବୁ ନକ୍ସା ଗୁଡିକୁ ପିକେଡିଏ ଅନୁମୋଦନ ପାଇଁ ପଠାଯାଇଛି ।

ସେପଟେ ଏନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, ଜମି ଅଧିଗ୍ରହଣର 90ଦିନ ଆସନ୍ତା ଡିସେମ୍ବର 2ରେ ଶେଷ ହେବ । ଏହି ତାରିଖ ସୁଦ୍ଧା ନିଜସ୍ବ ଇଚ୍ଛାରେ ଜମି ବିକ୍ରି କରିଥିବା ପରିବାର ଓ ଅନୁଷ୍ଠାନକୁ ସରକାରୀ ଘୋଷଣା ମୁତାବକ 10 ପ୍ରତିଶତ ସ୍ବତନ୍ତ୍ର ସହାୟତା ମିଳିବ । ତେବେ ଏହି ସୁଯୋଗକୁ ହାତଛଡା ନକରିବାକୁ ଗଣମାଧ୍ୟମ ଜରିଆରେ ସେ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ସେହିପରି ଡିସେମ୍ବର 2ରେ ପରେ ବିକ୍ରି ସରିଥିବା ପ୍ଲଟ୍‌ ଏବଂ ଘର ଗୁଡିକୁ ଭଙ୍ଗାଯିବା ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:75 miter follow-up Body:ଶ୍ରୀମନ୍ଦିର ସୁରକ୍ଷା ଜୋ ନ ର 75 ମିଟର ରୁ ବିସ୍ଥାପିତ ହେଉଥିବା 25 ଟି ଲଜ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ଙ୍କୁ ଥାଇ ଥାନ କରାଯିବ । ବଗଲା ଧର୍ମଶାଳା ର ଖାଲି ଜମିରେ ପ୍ଲ ଟିଂ ହୋଇଛି। ବଗଲା ଧର୍ମ ଶାଳା ର ଦୁଇ ଦଶମିକ 69 ଏକର ଜମିରେ 28 ଟି ପ୍ଲ ଟ ରହିଛି। ତେବେ ବିସ୍ଥାପିତ ଲଜ ପାଇଁ ତିନୋଟି ବର୍ଗ ରେ ନକ୍ସା କରାଯାଇଛି। ଏ ବର୍ଗର ପ୍ଲ ଟ 1500 ବର୍ଗ ଫୁଟ। ବି ରେ 2000 ବର୍ଗ ଫୁଟ । ସି ବର୍ଗ ରେ 3000 ବର୍ଗ ଫୁଟ ରହିଛି। ପ୍ରଥମ ବର୍ଗ ରେ 8 ଟି , ଦ୍ୱିତୀୟ ବର୍ଗ ରେ ଦୁଇ ଟି , ଏବଂ ତୃତୀୟ ବର୍ଗ ରେ 18 ଟି ପ୍ଲ ଟ କୁ ପ୍ରଶାସନ ତର୍ଜମା କରିଛି। ଏହାର ନକ୍ସା କୁ ପିକେଡିଏ ଅନୁମୋଦନ ପାଇଁ ପଠା ଯାଇଛି। ପୁରୀ ଜିଲାପାଳ କହିଛନ୍ତି ଜମି ଅଧିଗ୍ରହଣ ନବେ ଦିନ ଅସନ୍ତା ଡିସେମ୍ବର2 ରେ ସରିବ। ଏହି ତାରିଖ ସୁଧା ଜମି ବିକ୍ରି କରିଥିବା ପରିବାର , ଅନୁଷ୍ଠାନ, କୁ ସରକାରୀ ଘୋଷଣା ମୁତବକ ଦଶ ପ୍ରତିଶତ ସ୍ୱତନ୍ତ୍ର ସହାୟତା ମିଳିବ। ଏହାର ସୁଯୋଗ ହାତ ଛଡା ନ କରିବାକୁ ସେ ମିଡିଆ ମାଧ୍ୟମ ରେ ବାର୍ତା ଦେଇ ଛନ୍ତି। ଡିସେମ୍ବର2 ତାରିଖ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ବିକ୍ରି ସାରିଥିବା ପ୍ଲ ଟ , ଘର ଗୁଡିକୁ ଭଙ୍ଗାଯିବା ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେବ ।

ବାଇଟ,, ବଲବନ୍ତ ସିଂ, ପୁରୀ ଜିଲାପାଳConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.