ପୁରୀ: ଜାରି ରହିଛି ଶ୍ରୀମନ୍ଦିର ସୁରକ୍ଷା ଯୋନ ଉଛେଦ କାର୍ଯ୍ୟ। ଏହି କ୍ରମରେ ଆଜି ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ନିକଟରେ ଥିବା ଦକ୍ଷିଣ ପାର୍ଶ୍ଵ ମଠ ଉଛେଦ କରଯାଇଛି । ମଠ ଓ 10 ଟି ଦୋକାନ ଗୃହକୁ ମଧ୍ୟ ଉଛେଦ କରାଯାଇଛି ।
ଉଚ୍ଛେଦସ୍ଥଳୀରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଉପଜିଲ୍ଲାପାଳ ଭଵ ତାରଣ ସାହୁଙ୍କ ସମେତ 3 ପ୍ଲାଟୁନ ଫୋର୍ସ ଉପସ୍ଥିତ ରହିଥିଲେ। ସେହିପରି ଅଗାମୀ ଦିନରେ ମଧ୍ୟ ଶ୍ରୀମନ୍ଦିର ସୁରକ୍ଷା ଯୋନ ଉଛେଦ କାର୍ଯ୍ୟ ଆହୁରି ଜୋରଦାର କରାଯାଇ ବିକ୍ରି ହୋଇ ଥିବା ପ୍ଲଟ ଗୁଡିକୁ ପ୍ରଶାସନ ନିଜ ଦଖଲକୁ ନେବା ନେଇ କାର୍ଯ୍ୟ ଜାରି ରଖିବ ବୋଲି ସୂଚନା ଦିଆଯାଇଛି।
ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ