ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ସୋମବାର ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରୁ ଉଚ୍ଛେଦ କରାଯାଇଛି । ସିମଲା ଭବନ, ଗୋବିନ୍ଦ ଲଜ୍ ସମେତ 2ଟି ଘରୋଇ ପ୍ଲଟ୍ ଉଚ୍ଛେଦ କରାଯାଇଛି ।
ଶାନ୍ତି ଶୃଙ୍ଖଳା ପାଇଁ ଉଚ୍ଛେଦ ସ୍ଥାନରେ ପୋଲିସ ଫୋର୍ସ ସମେତ ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ, ଉପଜିଲ୍ଲାପାଳ ଭଵ ତରଣ ସାହୁ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ କରାଇଥିଲେ । ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନର 50 ପ୍ରତିଶତ ଉଚ୍ଛେଦ ସରିଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ