ETV Bharat / state

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ବିରୋଧ - ବେଆଇନ ଜବରଦଖଲ

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଜବରଦଖଲ ଉଚ୍ଛେଦକୁ ବିରୋଧ । ଜଗନ୍ନାଥ ସଂସ୍କୃତି ଲୋପ ପାଇଯିବ ବୋଲି ଆଶଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 18, 2019, 4:09 AM IST

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଚାରି ପାଖରୁ ୭୫ ମିଟର ଚଉଡ଼ାରେ ସବୁ ନିର୍ମାଣ ହଟାଇ ଦିଆଯିବ । ବୈଧ ହେଉକି ବେଆଇନ ଜବରଦଖଲ ନିର୍ମାଣ, ସବୁ ଭଙ୍ଗାଯାଉଛି । ମେଘନାଦ ପାଚେରି ପାଖରୁ ୭୫ ମିଟର ସରହଦ ଭିତରେ ଥିବା ଦୋକାନ ବଜାର, ଘରଦ୍ବାର ସବୁ ଭାଙ୍ଗି ସଫା କରିଦିଆଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀମନ୍ଦିର ତଥା ଭକ୍ତମାନଙ୍କ ସୁରକ୍ଷାକୁ ନଜରରେ ରଖି ଜଷ୍ଟିସ୍‌ ବିପି ଦାସ କମିଶନଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିସକ୍ରମେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ । ଏହାଦ୍ବାରା ପୁରୀ ସହର ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଲୋପ ପାଇଯିବ ବୋଲି ଅଭିଯୋଗ କରିଛନ୍ତି । ଏଣୁ ପୁରୀ ସହରକୁ ସରକାର ଯେଉଁ ଐତିହ ସହର ନେଇ ସ୍ବପ୍ନ ଦେଖୁଛନ୍ତି ତାହା ଏହା ଦ୍ବାରା ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା କରୁଛନ୍ତି ସେବାୟତ ।

ଏହି ସବୁ ନିଷ୍ପତ୍ତିରୁ ସରକାର ଓହରିବାକୁ ବରିଷ୍ଠ ସେବାୟତ ଓ ପୁରୀ ସହର ବାସୀ ଦାବି କରିଛନ୍ତି। ଅନ୍ୟପଟେ ପୁରୀ ଜିଲ୍ଲାପାଳଙ୍କ କହିବା କଥା ସରକାରଙ୍କ ତରଫରୁ ନିର୍ଦେଶ ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ।

ତେବେ ପୂର୍ଵ ନିଷ୍ପତ୍ତି ମୁତାବକ ମେଘନାଦ ପାଚେରୀକୁ ଲାଗିଥିବା ଘର ଗୁଡିକ 19 ତାରିଖରେ ଭଙ୍ଗାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ର 75 ମିଟର ଅଞ୍ଚଳରେ ସରକାର ଙ୍କ ଉଛେଦ ପ୍ରକ୍ରିୟା କୁ ବିରୋଧBody:ଶ୍ରୀଜଗନ୍ନାଥ ମନ୍ଦିର ଚାରି ପାଖରୁ ୭୫ ମିଟର ଚଉଡ଼ାରେ ସବୁ ନିର୍ମାଣ ହଟାଇ ଦିଆଯିବ । ବୈଧ ହେଉ କି ବେଆଇନ ଜବରଦଖଲ ନିର୍ମାଣ, ସବୁ ଭଙ୍ଗାଯିବ । ମେଘନାଦ ପାଚେରି ପାଖରୁ ୭୫ ମିଟର ସରହଦ ଭିତରେ ଥିବା ଦୋକାନ ବଜାର, ଘରଦ୍ୱାର ସବୁ ଭାଙ୍ଗି ସଫା କରିଦିଆଯିବ । ଶ୍ରୀମନ୍ଦିର ତଥା ଭକ୍ତମାନଙ୍କ ସୁରକ୍ଷାକୁ ନଜରରେ ରଖି ଜଷ୍ଟିସ୍‌ ବିପି ଦାସ କମିଶନଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିସକ୍ରମେ ଆଜି ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍‌ । ତେବେ ଏଭଳି ନିଷ୍ପତ୍ତି କୁ ସମାଲୋଚନା କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ। ଏହାଦ୍ୱାରା ପୁରୀ ସହର ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଲୋପ ପାଇଯିବ। 75 ମିଟର ଭିତରେ ଏକାଧିକ ମଠ ବାଡ଼ି ରହିଛି। ଯାହାକି ଶ୍ରୀମନ୍ଦିରରେ ପରମ୍ପରା ସଂସ୍କୃତି ସହିତ କେଉଁ ଅବାହମାନ କାଳରୁ ସମ୍ପୃକ୍ତ। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ। ଏଣୁ ପୁରୀ ସହର କୁ ସରକାର ଯେଉଁ ଐତିହ ସହର ନେଇ ସ୍ୱପ୍ନ ଦେଖୁ ଛନ୍ତି ତାହା ଏହା ଦ୍ୱାରା ନିଶ୍ଚିନ ହେଇ ଯିବ। ଏଣୁ ଏହି ସବୁ ନିଷ୍ପତି ରୁ ସରକାର ଓହରିବାକୁ ବରିଷ୍ଠ ସେବାୟତ ଓ ପୁରୀ ସହର ବାସୀ ଦାବି କରିଛନ୍ତି। ଅନ୍ୟପଟେ ପୁରୀ ଜିଲ୍ଲା ପାଳ ଙ୍କ କହିବା କଥା ସରକାର ଙ୍କ ତରଫରୁ ନିର୍ଦେ ସ ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ। ତେବେ ପୂର୍ଵ ନିଷ୍ପତ୍ତି ମୁତବକ ମେଘନାଦ ପାଚେରୀ କୁ ଲାଗିଥିବା ଘର ଗୁଡ଼ିକ 19 ତାରିଖରେ ଭଙ୍ଗା ଯିବ।

ବାଇଟ1,, ବିନାୟକ ଦାସ ମହାପାତ୍ର, ବରିଷ୍ଠ ସେବୟତ
ବାଇଟ2,, ପୁରୀ ବାସିନ୍ଦା
ବାଇଟ3,, ବଲବନ୍ତ ସିଂ, ପୁରୀ ଜିଲାପାଳConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.