ETV Bharat / state

ପୁରୀରେ ଏନକାଉଣ୍ଟର: ଅପରାଧୀ ବିଜୁ ଆହତ

ପୁରୀରେ ମହିଳାଙ୍କୁ ଗୁଳିମାଡ ଘଟଣା । ମୁଖ୍ୟ ଅଭିଯୁକ୍ତ ବିଜୁକୁ ଏନକାଉଣ୍ଟର କଲା ପୁରୀ ପୋଲିସ । ଏନକାଉଣ୍ଟରରେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗୁଳିମାଡ କରିଥିବା ଅଭିଯୁକ୍ତ ବିଜୁ ବେହେରା ଏବେ ଆହତ ହୋଇଛି । ବିଜୁର ବାମ ଗୋଡରେ ବାଜିଛି ଗୁଳି । ଅଧିକ ପଢନ୍ତୁ...

puri
ପୁରୀ
author img

By

Published : Oct 20, 2021, 8:53 PM IST

ପୁରୀ: ପୁରୀରେ ମହିଳାଙ୍କୁ ଗୁଳିମାଡ ଘଟଣା । ମୁଖ୍ୟ ଅଭିଯୁକ୍ତ ବିଜୁକୁ ଏନକାଉଣ୍ଟର କଲା ପୁରୀ ପୋଲିସ । ଏନକାଉଣ୍ଟରରେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗୁଳିମାଡ କରିଥିବା ଅଭିଯୁକ୍ତ ବିଜୁ ବେହେରା ଏବେ ଆହତ ହୋଇଛି । ବିଜୁର ବାମ ଗୋଡରେ ବାଜିଛି ଗୁଳି।

ଗତକାଲି ମହିଳାଙ୍କୁ ଗୁଳିମାଡ ଘଟଣାରେ ପୋଲିସ ଘଟଣାକୁ ଗୁରୁତର ସହ ନେଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ୪ ଟିମ ଗଠନ କରି ଚଢାଉ ଜାରି ରଖିଥିଲା । ତେବେ ଆଜି(ବୁଧବାର) କିଛି ସମୟ ପୂର୍ବରୁ ପୁରୀ ଏସପି ଘଟଣାକୁ ନେଇ ସୂଚନା ଦେଇଛନ୍ତି । ପୋଲିସ ଆଜି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚନ୍ଦନପୁର ନିକଟରେ ଚଢାଉ କରିଥିଲା। ଚଢାଉ ବେଳେ ବିଜୁକୁ ଆତ୍ମସମର୍ପଣ କରିବାକୁ ପୋଲିସ କହିଥିବାବେଳେ ପୋଲିସ ଉପରକୁ ପାଲଟା ଗୁଳି ଚାଳନା କରିଥିଲା। ଆତ୍ମରକ୍ଷା ପାଇଁ ପୋଲିସ ବିଜୁକୁ ଏନକାଉଣ୍ଟର କରିଛି । ଆହତ ବିଜୁକୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।

ଘଟଣା ଅନୁସାରେ ଗତକାଲି ମଙ୍ଗଳବାର ରାତି ସାଢେ 11 ଟାରେ ଏହି ଗୁଳିକାଣ୍ଡ ଘଟିଥିଲା । ଜମିବାଡି ବିବାଦକୁ ନେଇ ଗୁଳିମାଡ ଓ ମରଣାନ୍ତକ ଆକ୍ରମଣରେ 3 ଜଣ ଆହତ ହୋଇଥିଲେ । ଗୁଳିମାଡରେ ଜଣେ ମହିଳା ଗୁରୁତର ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମହିଳା ହେଉଛନ୍ତି ଶକୁନ୍ତଳା ସାହୁ । ଏହି ଘଟଣା କୁମ୍ଭାରପଡା ନରେନ୍ଦ୍ରକୋଣ ଆଇଟିଆଇ ଛକଠାରେ ଘଟିଥିଲା ।

ଅନ୍ୟ ଏକ ସୂଚନା ଅନୁଯାୟୀ ଅଭିଯୁକ୍ତ ବିଜୁର ଏକ ପୈତୃକ ଜମି ତାଙ୍କ ମାଉସୀ ଜଣେ ଵ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ । ସେ ବାବଦରେ ବିଜୁକୁ ଟଙ୍କା ନ ମିଳିବାରୁ ରାଗରେ ବିଜୁ ତାଙ୍କ ମାଉସୀ ଓ ଜାଗା କିଣିଥିବା ବ୍ୟକ୍ତିଙ୍କ ଉପରେ ଗୁଳିମାଡ କରିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.