ETV Bharat / state

ଶ୍ରୀମନ୍ଦିରରେ ଅଘଟଣ: ସିଂହଦ୍ବାର ଗୁମୁଟରୁ ଡେଇଁ କିନ୍ନର ମୃତ

ଆଜି(ରବିବାର) ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଘଟିଛି ଅଘଟଣ। ସିଂହଦ୍ବାର ଗୁମୁଟରୁ ଡେଇଁ ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଧିକ ପଢନ୍ତୁ

author img

By

Published : May 1, 2022, 3:48 PM IST

Updated : May 1, 2022, 4:17 PM IST

ଶ୍ରୀମନ୍ଦିରରେ ଅଘଟଣ: ସିଂହଦ୍ବାର ଗୁମୁଟରୁ ଡେଇଁ କିନ୍ନର ମୃତ
ଶ୍ରୀମନ୍ଦିରରେ ଅଘଟଣ: ସିଂହଦ୍ବାର ଗୁମୁଟରୁ ଡେଇଁ କିନ୍ନର ମୃତ

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଅଘଟଣ । ସିଂହଦ୍ବାର ଗୁମୁଟରୁ ଡେଇଁ ଆଜି(ରବିବାର) ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହି ଘଟଣା ଅପରାହ୍ନ 3ଟାରେ ଘଟିଛି । ମୃତ କିନ୍ନରଙ୍କ ନାମ ବଳରାମ ରାଉତ ହୋଇଥିବା ବେଳେ ସେ ନିମାପଡା ଅଞ୍ଚଳର ବୋଲି ସୂଚନା ମିଳିଛି ତେବେ ସେ କାହିଁକି ଓ କେମିତି ଗୁମୁଟ ଉପରକୁ ଚଢିଲେ ଏ ସମ୍ପର୍କରେ ଜଣାପଡିନାହିଁ । ଶ୍ରୀମନ୍ଦିରରେ କଡା ନିରାପତ୍ତା ଵ୍ୟଵସ୍ଥା ସତ୍ତ୍ବେ ଏଭଳି ଅଘଟଣ ଘଟିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଗୁମୁଟ ଉପରୁ ଡେଇଁ ଗୁରୁତର ଆହତ କିନ୍ନରଙ୍କୁ ପୋଲିସ ପୁରୀ ମେଡ଼ିକାଲରେ ପ୍ରଥମେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 1, 2022, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.