ETV Bharat / state

ମହାମାରୀରେ ହଜୁଛି ମାନବିକତା, ଚାଲିଛି ନିମ୍ନମାନର ସାନିଟାଇଜର ବେପାର

ମହାମାରୀ କୋରୋନା । ଯାହା ସାରା ବିଶ୍ବବାସୀଙ୍କୁ ଦେଢ ବର୍ଷରୁ ଉର୍ଦ୍ଧ ସମୟ ଧରି ଆତଙ୍କିତ କରିରଖିଛି । ଏଥିରେ ଆକ୍ରାନ୍ତ ହୋଇ ଅନେକ ମଧ୍ୟ ପ୍ରାଣ ହରାଇଲେଣି । କୋରୋନା ଦାଉରୁ ବର୍ତ୍ତିବା ପାଇଁ ମାସ୍କ ଓ ସାନିଟାଇଜର ଏକମାତ୍ର ସୁରକ୍ଷା କବଚ । କିନ୍ତୁ ଏବେ ଏହାକୁ ନେଇ ଲୋକଙ୍କ ଜୀବନ ସହ ଖେଳ ଆରମ୍ଭ ହୋଇଯାଇଛି । ମୂଲ୍ୟରେ ନିମ୍ନ ମାନର ତଥା ନକଲି ସାନିଟାଇଜର ବିକ୍ରି କରି ମାଲେମାଲ ହେଉଛନ୍ତି ବେପାରୀ। ଅଧିକ ପଢନ୍ତୁ...

author img

By

Published : Jun 11, 2021, 8:00 AM IST

Updated : Jun 12, 2021, 9:48 AM IST

ମହାମାରୀ ସମୟରେ ଲୋକଙ୍କ ଜୀବନ ସହ ଖେଳ ଖଳୁଛନ୍ତି ସାନିଟାଇଜର ବେପାରି

ପୁରୀ: କୋଭିଡ ମହାମାରୀ ଯୋଗୁ ସାରା ବିଶ୍ଵ ରେ ଆତଙ୍କର ବାତାବରଣ। ଲକ୍ଷ ଲକ୍ଷ ଲୋକଙ୍କ ମୁଣ୍ଡ ନେଲାଣି ଏହି ମହାମାରୀ। ତେବେ ଏହାକୁ କିଭଳି ରୋକିହେବ ବୈଜ୍ଞାନିକ ମାନେ ଚେଷ୍ଟା କରୁଥିବା ବେଳେ ଏହି ମାରାତ୍ମକ ମହାମାରୀ ରୋକିବା ପାଇଁ ଏବେ ବଡ ଅସ୍ତ୍ର ହେଉଛି ସାଜିଟାଇଜର । କିନ୍ତୁ କିଛି ଅସାଧୁ ବ୍ୟବସାୟୀ ନକଲି ସାନିଟାଇଜର ବିକ୍ରି ଲୋକଙ୍କ ଜୀବନ ସହ ଖେଳି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।

ମହାମାରୀରେ ହଜୁଛି ମାନବିକତା, ଚାଲିଛି ନିମ୍ନମାନର ସାନିଟାଇଜର ବେପାର

ଏପଟେ ଅଳ୍ପ ଦାମରେ ନିମ୍ନ ମାନର ନକଲି ସାନିଟାଇଜ ବ୍ୟବହାର ଚର୍ମ ରୋଗର ଶିକାର ହେଉଛନ୍ତି ଲୋକ ମାନେ। ଏଣୁ ନିମ୍ନମାନର ସାନିଟାଇଜର ବ୍ୟବସାୟ ବିରୋଧ ରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଔଷଧ ବ୍ୟବସାୟୀ ସଂଘ କହିଛି। ତେବେ ଲୋକ ମାନେ ଟଙ୍କା ଖର୍ଚ୍ଚକୁ ନ ଡରି ଔଷଧ ଦୋକାନରେ ବିକ୍ରୀ ହେଉଥିବା ଅସଲି ସାନିଟାଇଜର କିଣି ବ୍ୟବହାର କରିବାକୁ ପୁରୀ ଔଷଧ ବ୍ୟବସାୟୀ ସଂଘ ଲୋକଙ୍କୁ ଅନୁରୋଧ କରିଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତଥା WHOର ଗାଇଡ଼ଲାଇନ ଅନୁଯାୟୀ 70 ପ୍ରତିଶତ ଆଲକୋହଲ ଥିବା ସାନିଟାଇଜର ବ୍ୟବହାର ଉପଯୋଗୀ ଯେଉଁଥିରେ କି ଇଥାଇଲ ଆଲକୋହଲ 70 ପ୍ରତିଶତ , ସ୍ବଚ୍ଛ ପାଣି , ଗ୍ଲିସେରିନ ସମେତ ଆଉ କେତେକ ତରଳ ପଦାର୍ଥ ଆଦି ପଦାର୍ଥ ର ସମିଶ୍ରଣ ରେ ସାନିଟାଇଜର ତିଆରି ହୋଇଥାଏ। ଯାହାକି ପ୍ରତେକ ସାନିଟାଇଜର ବୋତଲ ରେ ଲେଖା ହୋଇଥାଏ ଲୋକଙ୍କୁ ସୂଚନା ଦେବା ପାଇଁ।

ତେବେ କେତେକ ଅସାଧୁ ବ୍ୟବସାୟୀ ଉପଯୁକ୍ତ ଆଲ କୋହଲ ବ୍ୟବହାର ନ ରି ନିମ୍ନ ମାନର ନକଲି ରେ ସାନିଟାଇଜର ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିବା ବେଳେ ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏପରି ଅଭିଯୋଗ ଆସିଲେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଳି କହିଛନ୍ତି ପୁରୀ ଜିଲ୍ଲାପାଳ । ଡ୍ରଗ ଇନ୍ସପେକ୍ଟର ମଧ୍ୟ ଏ ନେଇ କଡା ନଜର ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 12, 2021, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.