ପୁରୀ: ଜିଲ୍ଲାର ପ୍ରସିଦ୍ଧ ସିଦ୍ଧ ମହାବୀର ମନ୍ଦିର ଦାନ ବାକ୍ସରୁ ଲୁଟ୍ । ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ମନ୍ଦିରର ଲୁହା ଜାଲିକୁ ତାଡି କବାଟ ଭାଙ୍ଗିବା ସହ ଦାନବାକ୍ସ ଭାଙ୍ଗି ଲୁଟ୍ କରିଛନ୍ତି । ସକାଳୁ ମନ୍ଦିରର ପୂଜକ ଦୁଆର ଖୋଲିବା ସମୟରେ ଦାନବାକ୍ସ ଭଙ୍ଗା ଯାଇ ଲୁଟ୍ ହେବା ଜାଣି ପାରିଥିଲେ ।
ଦାନବାକ୍ସରୁ ଲକ୍ଷାଧିକ ଟଙ୍କା ଥିବା ଚୋରି ହୋଇଥିବା ଅଭିଯୋଗ କରାଯାଇଛି। ଏତଲା ପାଇବା ପରେ ତାଳବଣିଆ ଥାନା ପୋଲିସ ସିଦ୍ଧମହାବୀର ମନ୍ଦିରକୁ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ସନ୍ଦେହରେ ୨ଜଣକୁ ଅଟକ ରଖି ପଚରାଉଚାର କରୁଛି।
ବାରମ୍ବାର ମନ୍ଦିରରୁ ଚୋରି ହେବା ଘଟଣାକୁ ନେଇ ସାଧରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ