ବ୍ରହ୍ମଗିରି: ଆସନ୍ତାକାଲି ହେବ ଚିଲିକାରେ ଡଲଫିନ ଗଣନା । ବାଲୁଗାଁ ରେଞ୍ଜ ରୁ ୧୦ ଟି ଦଳ ଏବଂ ସାତପଡ଼ା ରେଞ୍ଜ ରୁ ୮ ଟି ଦଳ ମୋଟ ୧୮ ଦଳ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ଏ ନେଇ ରେଞ୍ଜ ପକ୍ଷରୁ ସାତପଡ଼ା ସ୍ଥିତ ସି ଡି ଏ କାର୍ଯ୍ୟାଳୟରେ DFO Dr Ramaswami P Chilika Wild Life ଙ୍କ ତତ୍ତ୍ବାବଧାନରେ ଆଜି ସନ୍ଧ୍ୟାରେ ସାତପଡା ସିଡିଏ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏନେଇ ବନ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଡଲଫିନ ଗବେଷକ, ପରିବେଶବିତ, ପ୍ରାଣୀ ବିଜ୍ଞାନ ଅଧ୍ୟାପକ, ଡଙ୍ଗା ଚାଳକ ସଂଘ ଏବଂ ସ୍ବେଚ୍ଛାସେବୀ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଆସନ୍ତାକାଲି ସକାଳ 5.30 ରୁ ଗଣନାକାରୀ ଦଳ ଡଙ୍ଗା ମାଧ୍ୟମରେ ଚିଲିକା ମଧ୍ୟକୁ ବାହାରିବେ । ପ୍ରତ୍ୟେକ ଦଳରେ ୫ ରୁ ୬ ଜଣ ଗଣନାକାରୀ ରହିବେ । ଡଲଫିନ ଗଣନା ପାଇଁ ଆସନ୍ତାକାଲି ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଏବଂ ଭେସଲ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ବ୍ରହ୍ମଗିରି