ETV Bharat / state

ଶ୍ରୀକ୍ଷେତ୍ରରେ ଦୀପାବଳି, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନର ସ୍ଵତନ୍ତ୍ର ବ୍ୟବସ୍ଥା

author img

By ETV Bharat Odisha Team

Published : Nov 11, 2023, 6:07 PM IST

କାଳୀ ପୂଜା ଆୟୋଜନ ନେଇ ଶ୍ରୀକ୍ଷେତ୍ର ରହିଛି ଚଳଚଞ୍ଚଳ । ଦୀପାବଳିକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ରବାସୀଙ୍କ ମଧ୍ୟରେ ରହିଛି ବେଶ୍ ଉତ୍ସାହ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା । ଅଧିକ ପଢ଼ନ୍ତୁ

ଶ୍ରୀକ୍ଷେତ୍ରରେ ଦୀପାବଳି
ଶ୍ରୀକ୍ଷେତ୍ରରେ ଦୀପାବଳି
ଶ୍ରୀକ୍ଷେତ୍ରରେ ଦୀପାବଳି

ପୁରୀ: ରାତି ପାହିଲେ ଦୀପାବଳି । ଧରାପୃଷ୍ଠକୁ ଓହ୍ଲାଇ ଆସିବେ ପାପନାଶିନୀ । ମା' କାଳୀଙ୍କୁ ଭବ୍ୟସ୍ବାଗତ କରିବା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଦୀପାବଳୀକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ର ବାସୀଙ୍କ ମଧ୍ୟରେ ରହିଛି ବେଶ୍ ଉତ୍ସାହ । ବିଭିନ୍ନ ରକମର ବାଣ ଫୁଟାଇ ଦୀପାବଳିର ମଜା ନେବା ପାଇଁ ଏବେ ଠାରୁ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ରହିଛି ।

ତେବେ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିବାରୁ ବଜାରରେ ଗ୍ରୀନ୍ ବାଣର ବେଶ୍ ଚାହିଦା ରହିଛି । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରର ଖୋଲା ସ୍ଥାନ ତାଳବଣିଆ ଠାରେ ବାଣ ଦୋକାନ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ସେହିପରି ବାଣ ଦୋକାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପାଖରେ ପାଣି, ବାଲି ରଖିବା ପାଇଁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଏବଂ ବାୟୁ ପ୍ରଦୂଷଣ କରୁଥିବା ବାଣ ବିକ୍ରି ନେଇ କଟକଣା ଜାରି କରାଯାଇଛି । ବିଳମ୍ବିତ ରାତି ଯାଏଁ ବାଣ ଫୁଟା ଉପରେ ମଧ୍ୟ କଟକଣା ଜାରୀ କରିଛି ପୋଲିସ ପ୍ରଶାସନ । ସେପଟେ ଦୀପାବଳି ଅମାବାସ୍ୟାରେ ପିତୃପକ୍ଷରେ ଆସିଥିବା ନିଜର ଦିବଙ୍ଗତ ପ୍ରିୟଜନଙ୍କୁ ବିଦାୟ ଦେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ବଡବଡୁଆ ଡାକିବେ ।

ଏହା ମଧ୍ୟ ପଢ଼ନ୍ତୁ.....କାଳୀପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ପୂଜା ମଣ୍ଡପରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଦୀପାବଳି ଅବସରରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କାଉଁରିଆ କାଠି ଜାଳିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ଭକ୍ତଙ୍କ ଯାତାୟତ ସୁଗମ କରିବା ପାଇଁ ଶ୍ରୀମନ୍ଦିର ଚତୁପାର୍ଶ୍ବକୁ ‘ନୋ ଭେଇକିଲ୍ ଜୋନ୍’ ମଧ୍ୟ କରାଯାଇଛି । ସେପଟେ ବିଭିନ୍ନ ପୂଜା ମଣ୍ଡପ ଏବଂ ଦେବୀ ପୀଠ ଗୁଡିକରେ କାଳୀପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଦେବୀ ପୀଠ ଗୁଡିକରେ ମା’ଙ୍କର ମହାକାଳୀ ବେଶ ନୀତି ଅନୁଷ୍ଠିତ ହେବା ସହ ଶଙ୍ଖୁଡ଼ି ଭୋଗ ଅନୁଷ୍ଠିତ ହେବ । ଶାନ୍ତିଶୃଙ୍ଖଳାରେ କାଳୀପୂଜା ଆୟୋଜନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପୁରୀ ଏସପି । କାଳୀପୂଜାକୁ ନେଇ ଶ୍ରୀକ୍ଷେତ୍ରର ମାହୋଲ ଏବେ ଉତ୍ସବମୁଖର ହୋଇପଡିଥିବା ବେଳେ ପ୍ରଦୂଷଣକାରୀ ବାଣ ନଫୁଟାଇବାକୁ ପ୍ରଶାସନ ପକ୍ଷରୁ ପୁରୀ ବାସିନ୍ଦାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.