ବ୍ରହ୍ନଗିରି: ଆଜିଠାରୁ ସାରା ରାଜ୍ୟରେ 14ଦିନିଆ ଲକଡାଉନ ଲାଗୁ ହୋଇଛି । କୋରୋନା ପ୍ରକୋପରେ ଥରହର ହୋଇଛନ୍ତି ଦେଶବାସୀ । କେବଳ ସଚେତନତା ଓ ସୁରକ୍ଷା ହିଁ କୋରୋନା କବଳରୁ ଲୋକଙ୍କୁ ରକ୍ଷା କରି ପାରିବ । ଏ ନେଇ ବ୍ରହ୍ମପୁର ତହସିଲ ଓ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରିବା ସହିତ ମାସ୍କ ବଣ୍ଟନ କରାଯାଇଛି ।
ଲଡଡାଉନ ହେବା ନେଇ ମଙ୍ଗଳବାର ବ୍ରହ୍ମପୁର ବଜାରରେ ନାହିଁନଥିବା ଭିଡ ଦେଖିବାକୁ ମିଳିଥିଲା । ପ୍ରଶାସନ ପକ୍ଷରୁ ଏହାକୁ ଆୟତ୍ତ କରିବା ସହିତ ଦୋକାନୀ ମାନଙ୍କଠାରୁ ଫାଇନ ଆଦାୟ କରଯାଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ