ETV Bharat / state

ପୁରୀ ପୌରପାଳିକାର ନୂଆ ୟୁଜର ଫିସ୍‌କୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ

author img

By

Published : Feb 3, 2023, 11:00 PM IST

ୟୁଜର ଫି ନେଇ ଉଠା ଦୋକାନୀଙ୍କ ଅସନ୍ତୋଷ । ପୁରୀ ପୌରାଞ୍ଚଳ ଅଧୀନରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନଠାରୁ ଅଳିଆ ଆବର୍ଜନା ସଫେଇ ପାଇଁ ଆଦାୟ ହେବ ୟୁଜର ଫି। ଅଧିକ ପଢନ୍ତୁ

new user fee of Puri Municipality
new user fee of Puri Municipality
new user fee of Puri Municipality

ପୁରୀ: ପୁରୀ ପୌରାଞ୍ଚଳ ଅଧୀନରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଅଳିଆ ଆବର୍ଜନା ସଫେଇ ପାଇଁ ଆଦାୟ ହେବ ୟୁଜର ଫି। ଛୋଟ ବ୍ୟବୟାୟୀଙ୍କଠାରୁ ଆରମ୍ଭ କରି ବଡବଡ ବ୍ୟବସାୟ ଅନୁଷ୍ଠାନ ପର୍ଯ୍ୟନ୍ତ ଭିନ୍ନଭିନ୍ନ ୟୁଜର ଫି ଦେବାର ସ୍ଲାବ ରହିଛି । 6 ଶହ ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ୟୁଜର ଫି । ରାସ୍ତାକଡରେ ବସୁଥିବା ଛୋଟଛୋଟ ଉଠା ଦୋକାନୀଙ୍କ ପାଇଁ ମାସିକ ୬ଶହ ଟଙ୍କା ୟୁଜର ଫି ଧାର୍ଯ୍ୟ କରାଯାଇଛି । ଦୈନିକ ୫ କେଜି ଆବର୍ଜନା ବାହାରୁଥିବା ଛୋଟ ଦୋକାନଠାରୁ ୬ଶହ ଟଙ୍କା, ୧୫ କେଜି ଆବର୍ଜନା ବାହାରୁଥିବା ବ୍ୟବସାୟିକ ପ୍ରତିଷ୍ଠାନଠାରୁ ୧ହଜାର ଟଙ୍କା ଏବଂ ଏହାଠାରୁ ଅଧିକ ଆବର୍ଜନା ବାହାରୁଥିବା ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ୟୁଜର ଫି ରହିଛି।

ତେବେ ସଫେଇ ପାଇଁ ପୁରୀ ପୌରପାଳିକା ପକ୍ଷରୁ ଛୋଟ ଦୋକାନ ପାଇଁ ଧାର୍ଯ୍ୟ ହୋଇଥିବା ମାସିକ ୬ଶହ ଟଙ୍କା ୟୁଜର ଫି'କୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ରାସ୍ତା କଡରେ ବ୍ୟବସାୟ କରିବା ପାଇଁ ପୌରପାଳିକା ମହାସୁଲ ଆଦାୟ କରୁଥିବା ବେଳେ ୟୁଜର ଫି' ନାଁ ରେ ପୁଣି ମାସକୁ ୬ଶହ ଟଙ୍କା ଆଦାୟ କରିବା ଏହା ଛୋଟ ବ୍ୟବସାୟୀଙ୍କ ପେଟକୁ ଲାତ ମାରିବା ଭଳି କାର୍ଯ୍ୟ ବୋଲି ଉଠା ଦୋକାନୀ କହିଛନ୍ତି ।

ପୁରୀ ବଡ଼ଦାଣ୍ଡ, ସମୁଦ୍ରକୂଳ ସହିତ ପୌରାଞ୍ଚଳରେ ହଜାରହଜାର ଉଠା ଦୋକାନୀ ଦୈନିକ ବ୍ୟବସାୟ କରୁଛନ୍ତି ।‌ ସେହିପରି ପୁରୀ ପୌରାଞ୍ଚଳର ସମସ୍ତ ୱାର୍ଡରେ ସଫେଇ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରୁଛି ପୁରୀ ପୌରପାଳିକା । ଆବର୍ଜନା ସଂଗ୍ରହ ପାଇଁ ପୌରାଞ୍ଚଳରେ ମୋଟ ୬୦ଟି ଚାରିଚକିଆ ଗାଡ଼ି ବୁଲୁଥିବା ବେଳେ ଏଥିରେ ଡ୍ରାଇଭର, ସଫେଇ କର୍ମଚାରୀମାନେ ନିୟୋଜିତ ଅଛନ୍ତି । ମାସିକ ୯୦ ଲକ୍ଷ ଟଙ୍କା ସଫେଇ କର୍ମଚାରୀଙ୍କ ବେତନ ବାବଦରେ ଖର୍ଚ୍ଚ ହେଉଛି । ଏଣୁ ପୌରପାଳିକା ସଫେଇ କାର୍ଯ୍ୟକ୍ରମକୁ ସୁପରିଚାଳନା ପାଇଁ ୟୁଜର ଫି ଆଦାୟ କରାଯାଉଥିବା କହିଛନ୍ତି ପୌରପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ । ସେପଟେ ସହରରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଥିବାବେଳେ ତାଙ୍କୁ ନ ବାଧିବା ଭଳି ୟୁଜର ଫି ଲାଗୁ କରିବା ଆବଶ୍ୟକ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କହିଛନ୍ତି ।‌

ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ପୁରୀକୁ ସରସ ସୁନ୍ଦର ସହ ସ୍ବଚ୍ଛ ସହର ଭାବେ ପରିଗଣିତ କରିବା ପାଇଁ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି । ତେବେ ପୌରପାଳିକା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗର ସମାଧାନ କରି ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବାର ଆବଶ୍ୟକତା ରହିଛି ।‌

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.