ETV Bharat / state

ପୁରୀରେ ପୋଲିସ ଡିଜିଙ୍କ ଆଇନ ଶୃଙ୍ଖଳା ସମୀକ୍ଷା

ପୁରୀରେ ଆଇନଶୃଙ୍ଖଳା ସମୀକ୍ଷା କରିଛନ୍ତି ନୂଆ ଡିଜିପି ବିଜୟ କୁମାର ଶର୍ମା । ମୋ ସରକାର କାର୍ଯ୍ୟକ୍ରମର ପ୍ରସ୍ତୁତି ପର୍ବ ମଧ୍ୟ ସମୀକ୍ଷା କରିଥିଲେ ଡିଜିପି ।

author img

By

Published : Sep 1, 2019, 4:49 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆକ୍ସନ ମୋଡରେ ପୋଲିସ ଡିଜି । ନୂତନ ଭାବେ ଡିଜିପି ଦାୟିତ୍ବ ନେଇଥିବା ବିଜୟ କୁମାର ଶର୍ମା ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ନେଇ ପୁରୀ ଗସ୍ତ କରିଛନ୍ତି । ଏହି ସମୀକ୍ଷା ବୈଠକରେ କେନ୍ଦ୍ରାଞ୍ଚଳ ଡ଼ିଆଇଜି, ପୁରୀ ଏସପିଙ୍କ ସମେତ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଯୋଗ ଦେଇଥିଲେ ।

ବିଶେଷ କରି ପୁରୀ ଜିଲ୍ଲାରେ କେଉଁ ଅପରାଧ ଅଧିକ ଘଟୁଛି, ଥାନା ସ୍ତରରେ କେତେ କେସ୍ ପଡି ରହିଛି, କୋର୍ଟରେ କିଭଳି ଅଭିଯୋଗକୁ ନେଇ ଚାର୍ଜସିଟ ଦାଖଲ ହେଉଛି, ପୋଲିସ ଅଭିଯୋଗର ତଦନ୍ତରେ କେତେ ସଫଳତା ହାସଲ କରିଛି । ଏସବୁ ନେଇ ଡିଜି ସମୀକ୍ଷା କରିଥିଲେ । ସେହିପରି ଅକ୍ଟୋବର 2 ତାରିଖରୁ ମୋ ସରକାର କାର୍ଯ୍ୟକ୍ରମର ପ୍ରସ୍ତୁତି ପର୍ବର ମଧ୍ୟ ସେ ତଦାରଖ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମୋ ସରକାର ମାଧ୍ୟମରେ ଲୋକଙ୍କ ଠାରୁ ଥାନା ଅଧିକାରୀଙ୍କ ବ୍ୟବହାର ବିଷୟରେ ମତାମତ ନିଆଯିବ । ଅଭିଯୋଗ କରିବାକୁ ଯାଇଥିବା ବ୍ୟକ୍ତି ଥାନାରେ କିଭଳି ବ୍ୟବହାର ପାଇଲେ, ତାଙ୍କ ଅନୁଭୂତି, କେତେ ସମୟରେ ଏଫଆଇଆର ପ୍ରସ୍ତୁତ ହୋଇଛି ସେ ବାବଦରେ ବ୍ୟକ୍ତିଙ୍କୁ ପଚରାଯିବ ।

ରାଜ୍ୟ ସରକାର ଏଥିପାଇଁ ଜିଲ୍ଲା ସ୍ତରରେ ଓ ରାଜ୍ୟସ୍ତରୀୟ ଏକ କଲ ସେଣ୍ଟର ପ୍ରତିଷ୍ଠା କରିବେ । ସେଠାରେ ପ୍ରତିଦିନ ଅଭିଯୋଗ କରିବାକୁ କିଛି ବ୍ୟକ୍ତିଙ୍କୁ ଫୋନ କରାଯାଇ ସବୁଦିନ ବିଭିନ୍ନ ଥାନାର ଫିଡବ୍ୟାକ ନିଆଯିବ । ବିଶେଷ କରି ସାଧାରଣ ଲୋକଙ୍କୁ ଉତ୍ତମ
ପୋଲିସ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ନିଆରା ଯୋଜନା ଆଣିଥିବା ପୋଲିସ ଡିଜି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ନୂଆ ପୋଲିସ ଡିଜି ଙ୍କ ପୁରୀ ଜିଲାର ଆଇନି ଶୃଙ୍ଖଳା ପରିସ୍ଥିତି ର କଲେ ସମୀକ୍ଷାBody:ନୂତନ ଭାବେ ପୋଲିସ ଡିଜି ଭାବେ ଦାୟିତ୍ୱ ନେଇଥିବା ବିଜୟ କୁମାର ଶର୍ମା ଆଜି ପୁରୀ ଗସ୍ତ କରି ଜିଲାର ଆଇନି ଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦ୍ରାଞ୍ଚଳ ଡ଼ି ଆଇ ଜି , ପୁରୀ sp ଙ୍କ ସମେତ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଯୋଗ ଦେଇଥିଲେ। ବିଶେଷ କରି ପୁରୀ ଜିଲ୍ଲାରେ କେଉଁ ଅପରାଧ ଅଧିକ ଘଟୁଛି , ଥାନା ସ୍ତରରେ କେତେ କେଶ ପଡି ରହିଛି , କୋର୍ଟ ରେ କୀଭଳି କେଶ କୁ ନେଇ ଚାର୍ଜ ସିଟ ଦାଖଲ ହେଉଛି , ପୁରୀ ପୋଲିସ କେଶ ଗୁଡିକ ର ତଦନ୍ତ ରେ କେତେ ସଫଳତା ହାସଲ କରିଛି ପୋଲିସ ଡି ଜି ସମୀକ୍ଷା କରିଥିଲେ। ସେହିପରି ଅକ୍ଟୋବର 2 ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ର ପ୍ରସ୍ତୁତି ପର୍ବ ର ମଧ୍ୟ ସମୀକ୍ଷା କରିଥିଲେ ପୋଲିସ ଡିଜି। ମୋ ସରକାର ମାଧ୍ୟମରେ ଲୋକ ଙ୍କ ଠାରୁ ଥାନା ଅଧିକାରୀ ଙ୍କ ବ୍ୟବହାର ବିଷୟ ରେ ଫିଡ଼ ବ୍ୟାକ ନିଆଯିବ। ଅଭିଯୋଗ କରିବାକୁ ଯାଇଥିବାବ୍ୟକ୍ତି ଥାନାରେ କୀଭଳି ବ୍ୟବହାର ପାଇଲେ , ତାଂକ ଅନୁଭୂତି , କେତେ ସମୟରେ fir ପ୍ରସ୍ତୁତ ହୋଇଛି ସେ ବିଷୟ ଫୋନ ଯୋଗେ ଫିଡ଼ ବ୍ୟାକ ନିଆଯିବ। ରାଜ୍ୟ ସରକାର ଏଥିପାଇଁ ଜିଲା ସ୍ତରରେ ଓ ରାଜ୍ୟ ସ୍ତରୀୟ ଏକ କଲ ସେଣ୍ଟର ପ୍ରତିଷ୍ଠା କରିବେ। ସେହି ଠାରୁ ଅଭିଯୋଗ କରିବାକୁ ଆସିଥିବା ପ୍ରତିଦିନ କିଛି ବ୍ୟକ୍ତି ଙ୍କୁ ଫୋ ନ କରାଯାଇ ସବୁଦିନ ବିଭିନ୍ନ ଥାନା ର ଫିଡ଼ ବ୍ୟା କ ନିଆଯିବ। ବିଶେଷ କରି ଲୋକ ମାନଙ୍କ ମଧ୍ୟରେ ପୋଲିସ ସେବା ଉତ୍ତମ ଭାବେ ଯୋଗାଇ ଦେବା ଲକ୍ଷରେ ରାଜ୍ୟ ସରକାର ଏହି ନିଆରା ଯୋଜନା ଲୋକ ଙ୍କ ପାଇଁ କରିଥିବା ପୋଲିସ ଡିଜି କହିଛନ୍ତି।

ବାଇଟ,, ବିଜୟ କୁମାର ଶର୍ମା ,, ପୋଲିସ ଡି ଜି Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.