ପୁରୀ: ଆଜି ଖୋଲିଛି ଜଗତଠାକୁର ଜଗନ୍ନାଥଙ୍କ ବଡଦେଉଳ । ମନ୍ଦିର ଖୋଲିଛି ସତ କିନ୍ତୁ ଏବେ ଭଗବାନଙ୍କୁ ଭକ୍ତ କରିପାରିବେନି ଦର୍ଶନ । କେବଳ ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର କରିପାରିବେ ଦର୍ଶନ । ଆଜି ସିନା ଭଗବାନଙ୍କୁ ଭକ୍ତ ଦର୍ଶନ କରିପାରିବେ ନାହିଁ କିନ୍ତୁ ମନ୍ଦିରର ଖୋଲିବା ପରେ ଭକ୍ତର ଖୁସି କହିଲେ ନସରେ । ମାତ୍ର ଆଉ ଦିନ କେଇଟା ପରେ ଅପେକ୍ଷାର ଅନ୍ତ ଘଟିବ ଓ ପୁଣି ଏକାଠି ହେବେ ଭକ୍ତ ଓ ଭଗବାନ । ଆସନ୍ତା ୨୩ ତାରିଖରୁ ଭକ୍ତ କରିବେ କାଳିଆ ଠାକୁରଙ୍କୁ ଦର୍ଶନ । ଆଉ ଦେଖିବେ କାଳିଆ ଠାକୁରର ସେଇ ସୁନ୍ଦର ଶ୍ରୀମୁଖକୁ । ଆଉ ଜଣାଇବେ ମନର କଥା ।
କାଳିଆ ଠାକୁରର ସେଇ ଚକାନୟନକୁ ଦେଖିବା ପାଇଁ ଏବେ ବ୍ୟାକୁଳ ହୋଇଛି ମନ, ଆତୁର ହେଲାଣି ଆଖି । ଗୁଣ୍ଡିଚା ସରିଲା ବାହୁଡା ବି ସରିଲା ହେଲେ ହୋଇପାରିଲା ନାହିଁ ଭକ୍ତ ଓ ଭଗବାନଙ୍କ ମିଳନ । ଗତ ୩ ମାସ ହେଲା ମହାମାରୀ କୋରୋନା ଯୋଗୁଁ ବନ୍ଦ ରହିଥିଲା ଶ୍ରୀମନ୍ଦିର । ଭଗବାନକୁ ନଦେଖି ଭକ୍ତ ଆଖିରୁ ଲୁହ ଝରାଉଥିବାବେଳେ କୋରୋନା ସାଜିଥିଲା ବାଧକ । କୋରୋନା ସାଜିଥିଲା ଯେମିତି ଭକ୍ତ ଏ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା । ହେଲେ ଏଲକ୍ଷ୍ମଣ ରଖା ଭକ୍ତଙ୍କ ପାଇଁ ଆଉ ଦିନ କେଇଟା ପରେ ହଟିଯିବ । ଗତକାଲି ଦଗା ଦର୍ଶନ ପାଇଁ ଏସଓପି ଜାରି ହୋଇଥିବା ବେଳେ ଏହାକୁ ନେଇ ଖୁସି ଅଛନ୍ତି ଭକ୍ତ ଓ ମନରେ ରହିଛି ଉତ୍କଣ୍ଠା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ