ETV Bharat / state

ଭକ୍ତଙ୍କ ପାଇଁ ମିଳିବ ଆଡ଼ପ ଅବଢ଼ା

author img

By

Published : Jun 25, 2020, 3:09 AM IST

ଗୁରୁବାର ଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା । ଗର୍ଭଗୃହ ଯାଞ୍ଚ ସହ ଛତିଶା ନିଯୋଗ ବୈଠକ ହେବା ନେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅଧିକ ପଢ଼ନ୍ତୁ...

devotees to get Adapa Abadha,Adapa Abadha will be available from thursday, Gundicha Temple puri, ଭକ୍ତଙ୍କ ପାଇଁ ମିଳିବ ଆଡ଼ପ ଅବଢ଼ା, ଗୁଣ୍ଡିଚା ମନ୍ଦିର, ଆଡ଼ପ ଅବଢ଼ା, ରଥଯାତ୍ରା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭକ୍ତଙ୍କ ପାଇଁ ମିଳିବ ଆଡ଼ପ ଅବଢ଼ା

ପୁରୀ: ମହାପ୍ରଭୁ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି । ଗୁରୁବାର ଆଡ଼ପ ଅବଢ଼ା ବାହାରିବ। ତେବେ ଆଡ଼ପ ଅବଢ଼ା ଭକ୍ତ ମାନେ କିଭଳି ପାଇବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି । ଗୁରୁବାର ପୂର୍ବାହ୍ନରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ଭକ୍ତଙ୍କ ପାଇଁ ମିଳିବ ଆଡ଼ପ ଅବଢ଼ା

ସୂଚନା ଅନୁଯାୟୀ ଏକ ଫୋନ ନମ୍ବର ଭକ୍ତଙ୍କ ପାଇଁ ଜାରି ହେବ। ଉକ୍ତ ଫୋନ ନମ୍ବରରେ ଭକ୍ତ ମାନେ ଫୋନ କରି ଆଡ଼ପ ଅବଢ଼ା ନେଇ ପାରିବେ। ସେହିପରି ଗୁରୁବାର ଠାରୁ ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ ହେବ । ଏଏସଆଇର ଯନ୍ତ୍ରୀ ମାନେ ଏହି ଯାଞ୍ଚ କରିବେ । ଆବଶ୍ୟକ ଅନୁଯାୟୀ ମରାମତି କରିବେ ।

ସେହିପରି ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଗାଇଡ଼ ଲାଇନ ବିଷୟରେ ସବିଶେଷ ତଥ୍ୟ ଗୁରୁବାର ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ। ଛତିଶା ନିଯୋଗର କଣ ଆଉ ପ୍ରସ୍ତାବ ଅଛି ଆଲୋଚନା ହେବ। ତେବେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଭଲରେ ଶେଷ ହୋଇଥିବା ହେତୁ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଧନ୍ୟବାଦ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରଶାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.