ETV Bharat / state

ଆଜି ଶ୍ରୀଜିଉଙ୍କ ସୁନାବେଶ, ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ଭକ୍ତ

author img

By

Published : Jun 29, 2023, 12:37 PM IST

ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ଭକ୍ତ । ଅଧିକ ପଢନ୍ତୁ

lord jagannath on chariot
lord jagannath on chariot
lord jagannath on chariot

ପୁରୀ: ଆଜି ଶ୍ରୀଜିଉଙ୍କ ବଡ ତଡାଉ ବା ସୁନାବେଶ । ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ମହଣ ମହଣ ସୁନାରେ ଝଟକିବେ ଶ୍ରୀଜିଉ । ମହାପ୍ରଭୁଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସେପଟେ ସକାଳୁ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ଭକ୍ତ । ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୫ଟାରେ ଭକ୍ତମାନେ ରଥାରୂଢ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହେବ ।

ତେବେ ରଥ ଉପରେ ବିରାଜମାନ କରିଥିବା ଶ୍ରୀଜିଉଙ୍କ ସମସ୍ତ ନୀତି ଅନୁଷ୍ଠିତ ହେଉଛି । ରଥ ଉପରେ ପରମ୍ପରା ଅନୁଯାୟୀ ଶ୍ରୀଜିଉଙ୍କୁ ସୁଖିଲି ଭୋଗ ତଥା ଖଇ କୋରା ସହିତ ବିଭିନ୍ନ ଭୋଗ ଅର୍ପଣ ହୋଇଛି । ସେହପରି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ସହ ମହାବାହୁଙ୍କ ସାନିଧ୍ୟ ପାଇବା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ରଥ ସମ୍ମୁଖରେ ଭକ୍ତମାନେ ଦୀପ ଜାଳି ନିଜର ମନ କଥା ମହାପ୍ରଭୁଙ୍କୁ ଜଣାଇବା ସହ ସାରା ବିଶ୍ଵର କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କୁ ଭକ୍ତ ମାନେ ପ୍ରାର୍ଥନା କରିଛନ୍ତି ।

ଆଜିର ନୀତି ନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ହେଉଥିବା ବେଳେ ଅପରାହ୍ନ 2 ଟାରୁ 3ଟା ମଧ୍ୟରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ହେବ । ପରେ ମଇଲମ, ଶାଢୀ ଖଣ୍ଡୁଷ ଲାଗି, ସନ୍ଧ୍ୟା ଆଳତୀ, ଏକାଦଶୀ ସର୍ବାଙ୍ଗ ନିତି ଶେଷ ପରେ ଅପରାହ୍ନ 5ଟା ରୁ ସୁନାବେଶ ଆରମ୍ଭ ହେବ । ଏହା ପରେ ଅନ୍ୟାନ୍ୟ ନୀତିକାନ୍ତି ହେବା ପରେ ରାତି 12 ଟାରେ ବଡ ସିଂହାର ବେଶ, ପରେ ବଡ ସିଂହାର ଭୋଗ ଓ ରାତି ଗୋଟାଏ ରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ନୀତିକାନ୍ତି ପୁସ୍ତିକାରେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଜି ମହାପ୍ରଭୁଙ୍କ ସୁନାବେଶ: ଜାଣନ୍ତୁ କ'ଣ ରହିଛି ମାହାତ୍ମ୍ୟ

ସେହପରି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ବିଳମ୍ୱିତ ରାତି ଯାଏ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ସେପଟେ ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀ ସହରରେ 90 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ କାର୍ଯ୍ୟକାରୀ କରାଯାଇଛି । ଭକ୍ତ ମାନେ ବଡଦାଣ୍ଡର ମାର୍କେଟ ଛକରୁ ବାରିକଡରେ ଆସି ଶ୍ରୀମନ୍ଦିର ସିଂହଦ୍ଵାରରେ ଥିବା ତିନି ରଥ ଆଗରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.