ETV Bharat / state

ପବିତ୍ର ଅଁଳା ନବମୀରେ ରାଧା ପାଦ ଦର୍ଶନ ନେଇ କଟକଣା, 144 ଧାରା ଲାଗୁ !

author img

By

Published : Nov 10, 2021, 6:29 PM IST

Updated : Nov 10, 2021, 7:59 PM IST

ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ପୁରୀ ସାକ୍ଷୀଗୋପାଳ ମନା । ୧୨ ତାରିଖ ଅଁଳା ନବମୀରେ ପ୍ରଶାସନ ପକ୍ଷରୁ ୧୪୪ ଜାରି ପାଇଁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

ଅଁଳା ନବମୀ ପାଇଁ ସାକ୍ଷୀଗୋପାଳରେ ୧୪୪ ଧାରା
ଅଁଳା ନବମୀ ପାଇଁ ସାକ୍ଷୀଗୋପାଳରେ ୧୪୪ ଧାରା

ପୁରୀ: ଆସନ୍ତା ୧୨ ତାରିଖ ଦିନ ପବିତ୍ର ଅଁଳା ନବମୀ ଓ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ । ୧୫ ତାରିଖ ଦିନ ବଡ଼ ଏକାଦୋଶୀ । ଠାକୁର ଶ୍ରୀ ଗୋପାଳଜୀଉ ଓ ଠାକୁରାଣୀ ଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀ ନାରାୟଣ ବେଶ ଓ ପ୍ରସିଦ୍ଧ ଚୁଡାଘସା ଭୋଗ ଅନୁଷ୍ଠିତ ହେବ । ତେବେ କୋଭିଡ କଟକଣା ହେତୁ ଉକ୍ତ ଦୁଇ ଦିନ ପୁରୀ ସାକ୍ଷୀଗୋପାଳ ମନ୍ଦିର ଅଞ୍ଚଳରେ 144 ଧାରା ଜାରି କରାଯିବ ।

ପବିତ୍ର ଅଁଳା ନବମୀରେ ରାଧା ପାଦ ଦର୍ଶନ ନେଇ କଟକଣା, 144 ଧାରା ଲାଗୁ !

ଲୋକଙ୍କ ଭିଡ଼କୁ ନଜରରେ ରଖାଯାଇ କୋଭିଡ କଟକଣା ହେତୁ 144 ଧାରା ଜାରି ହେବ । କେବଳ ସେବାୟତ ମାନେ ଠାକୁରଙ୍କ ନୀତିକାନ୍ତରେ ଉପସ୍ଥିତ ରହିବେ । ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳା ମଧ୍ୟରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ନିଷ୍ପତ୍ତି ହୋଇଛି ।

ସରକାରଙ୍କର କୋଭିଡ କଟକଣା ଅନୁଯାୟୀ ପାରମ୍ପରିକ ରୀତିନୀତି ଅନୁଯାଇ ଦେବନୀତି ଅନୁଷ୍ଠିତ ହେବା ସହିତ ୧୨ ଓ ୧୫ ତାରିଖ ୨ ଦିନ ମନ୍ଦିର ଚତୁର୍ପାର୍ଶ୍ବରେ ୧୪୪ ଧାରା ଜାରି କରାଯିବ । ଭକ୍ତ ମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ କଟକଣା ଜାରି କରାଯିବ । ମନ୍ଦିରରେ ଫୁଲ ଓ ଆଲୋକ ସଜ୍ଜା କରାଯିବାକୁ ନିଷ୍ପତ୍ତି ବୋଇଛି । ଏହି ବୈଠକରେ ମନ୍ଦିର କମିଟିର ସଦସ୍ୟ, ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତ ରହିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 10, 2021, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.