ETV Bharat / state

ସରିଲା ବିଶ୍ଵ ପ୍ରସିଦ୍ଧ ମାଘ ମେଳା ପ୍ରସ୍ତୁତି; ବୁଡରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ - magha mela

ଆସନ୍ତାକାଲି(ଶୁକ୍ରବାର) ବିଶ୍ଵ ପ୍ରସିଦ୍ଧ ମାଘ ସପ୍ତମୀ । ସମସ୍ତ ପ୍ରସ୍ତୁତି ସରିଥିବାବେଳେ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଛି । କିନ୍ତୁ ଚଳିତବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ବଡି ଭୋରରୁ ତୀର୍ଥ ପୁଷ୍କରିଣୀରେ ସାଧୁ ସନ୍ଥ ବୁଡପକାଇବାକୁ ଥିବାବେଳେ ସାଧାରଣ ଶ୍ରଦ୍ଧାଳୁ ଏଥିରୁ ବଞ୍ଚିତ ରହିବେ । ଅଧିକ ପଢନ୍ତୁ...

ସରିଲା ବିଶ୍ଵ ପ୍ରସିଦ୍ଧ ମାଘ ମେଳା ପ୍ରସ୍ତୁତି; ବୁଡରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

author img

By

Published : Feb 18, 2021, 10:15 AM IST

Updated : Feb 18, 2021, 10:50 AM IST

ପୁରୀ: ବିଶ୍ଵ ପ୍ରସିଦ୍ଧ ମାଘ ମେଳା ପାଇଁ ପ୍ରସ୍ତୁତି ଶେଷ ହୋଇଛି । କୋଣାର୍କ ଚନ୍ଦ୍ରଭାଗାରେ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଛି । ବିଶ୍ଵାସ ରହିଛି ଏହି ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଅଶେଷ ପୂର୍ଣ୍ଣ ମିଳିଥାଏ । କିନ୍ତୁ ଚଳିତ ବର୍ଷ ବିନା ଭକ୍ତରେ ପାଳିତ ହେବ ମାଘ ମେଳା । ଶ୍ରଦ୍ଧାଳୁମାନେ ସୂର୍ଯ୍ୟ ଦର୍ଶନ ଓ ବୁଡ ପକାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛି ପ୍ରଶାସନ ।

ସରିଲା ବିଶ୍ଵ ପ୍ରସିଦ୍ଧ ମାଘ ମେଳା ପ୍ରସ୍ତୁତି; ବୁଡରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ଆଜି ପୂର୍ବାହ୍ନ 11 ଟା ଠାରୁ ଶୁକ୍ରବାର ଅପରାହ୍ନ 1ଟା ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି। ଅତି କମରେ 5 ଶହ ଲୋକଙ୍କ ଭିତରେ ଏହି ମେଳା ଅୟୋଜନ କରିବାର ଲକ୍ଷ୍ୟ ରଖିଛି ପ୍ରଶାସନ । ସେପଟେ ମାଘ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ତ୍ବରାନିତ ହେବ ବୋଲି କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିବା ବେଳେ ଶ୍ରଦ୍ଧାଳୁମାନେ ସରକାରୀ କଟକଣା ମାନି ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ଶୁକ୍ରବାର ଭୋରରେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇବେ ସାଧୁ ସନ୍ଥ । କିନ୍ତୁ ଚଳିତ ବର୍ଷ ସାଧାରଣ ଶ୍ରଦ୍ଧାଳୁ ଏଥିରୁ ବଞ୍ଚିତ ହେବେ । କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଲଗାଇଛି ପ୍ରଶାସନ। ମାଘ ମେଳା ପାଇଁ ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପଙ୍କ ଉଦ୍ଧାର କରି ବିଶୋଦ୍ଧନ କରାଯାଇଥିବା ବେଳେ ମେଳା ପଡିଆରେ ଅଲୋକୀକରଣ, ଅସ୍ଥାୟୀ ନଳକୂପ, ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

ରିତିନିତୀ ଅନୁସାରେ ଇଶାନେଶ୍ଵର,ତ୍ରିବେଣୀଶ୍ଵର,ଦକ୍ଷିଣେଶ୍ଵର ଠାକୁର ଗୁରୁବାର ରାତ୍ର ସାଢେ 10ଟାରେ କୋଣାର୍କ ଏନଏଏସି ରେ ପହଞ୍ଚିବେ । ଏହାପରେ ସେଠାରୁ 3 ଠାକୁର ସେଠାରୁ ଏକତ୍ର ହୋଇ ଚନ୍ଦ୍ରଭାଗା ପୁଷ୍ପରଣୀକୁ ଆସିବା ପରେ ଚନ୍ଦ୍ରଭାଗା ପୁଷ୍ପରଣୀ ଠାରେ ସେମାନଙ୍କୁ ପୂଜାର୍ଚ୍ଚନା କରାଯାଇ ଭୋର 3ଟା 30 ମିନିଟରେ ତିନି ଠାକୁରଙ୍କ ନୀତି ଶେଷ ପରେ ଚନ୍ଦ୍ରଭାଗା ପୁଷ୍ପରଣୀରେ ସ୍ନାନ କରିବେ ଭକ୍ତ । ଚଳିତ ବର୍ଷ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁମାନେ ପୁଷ୍ପରଣୀ ରେ ବୁଡ ପକାଇବା ଓ ସୂର୍ଯ୍ୟ ଦର୍ଶନ କରିବା ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 18, 2021, 10:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.