ETV Bharat / state

New Year 2023: ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ, ଲୋକାରଣ୍ୟ ଶ୍ରୀକ୍ଷେତ୍ର

author img

By

Published : Jan 1, 2023, 9:57 AM IST

Updated : Jan 1, 2023, 10:49 AM IST

ଜଗା ଦର୍ଶନରୁ ଆରମ୍ଭ ହୋଇଛି ବର୍ଷର ପ୍ରଥମ ଦିନ । ନୂଆବର୍ଷ ଅବସରରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

new year 2023
ନୂଆବର୍ଷ 2023

New Year 2023

ପୁରୀ: ବିଶ୍ବକୁ ଛୁଇଁଲା ନୂଆ ବର୍ଷର ପ୍ରଥମ ସୂର୍ଯ୍ୟ । ନୂଆ ଆଶା, ନୂଆ ସମ୍ଭାବନା ନେଇ 2023କୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ନୂଆବର୍ଷ ପରିବାର ପାଇଁ ମଙ୍ଗଳ ମୟ ହେଉ, ସୁଖ ସମୃଦ୍ଧି ଆଣିଦେଉ, ଜୀବନର ଆଗାମୀ ରାସ୍ତା ଏକ ନୂଆ ସମ୍ଭାବନା ଆଣୁ ଏହି କାମନା ନେଇ ଆଜି (ରବିବାର) ପୁରୀରେ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରାର୍ଥନା କରୁଛନ୍ତି ।

ଦୀର୍ଘ ଦୁଇ ବର୍ଷର କୋରୋନା କଟକଣା ପରେ ଶ୍ରୀମନ୍ଦିରରେ ନବବର୍ଷକୁ ସ୍ବାଗତ କରିବାକୁ ଭକ୍ତ ସୁଯୋଗ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ବଡ଼ ଦେଉଳରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁଙ୍କୁ ଦର୍ଶନ କରି ଶୁଭ ମନାସିବା ସହ ପରିବାରର ସୁଖ ଓ ସମୃଦ୍ଧ କାମନା କରିଛନ୍ତି । ପୁରୀ ବେଳାଭୂମିରେ ଉଦିତ ସୂର୍ଯ୍ୟଙ୍କୁ ପ୍ରଣାମ କରିବାକୁ ଶ୍ରଦ୍ଧାଳୁଙ୍କୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ନବବର୍ଷ ଅବସରରେ ରାତି ଗୋଟେରୁ ସ୍ଵତନ୍ତ୍ର ଭାବେ ଦର୍ଶନ ଆରମ୍ଭ ହୋଇଛି। ଭକ୍ତମାନେ ବ୍ୟାରିକେଡ଼ରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଭିଡରେ ଯେଭଳି କୌଣସି ଅଘଟଣ ନ ଘଟେ ସେନେଇ ଦୃଷ୍ଟି ରଖିଛି ପୋଲିସ । ଭକ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ହୋଇଛି। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ପ୍ରବେଶ ପଥ, ବିଶ୍ରାମ ସ୍ଥଳୀ କରାଯାଇଛି।

ଇଟିଭି ଭାରତ, ପୁରୀ

Last Updated : Jan 1, 2023, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.