ETV Bharat / state

ପବିତ୍ର ଜାଗର ଅବସରରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଲେ ଭକ୍ତ

author img

By

Published : Mar 11, 2021, 12:56 PM IST

ଜାଗରରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଲେ ଭକ୍ତ । ଦେବ ଦେବ ମହାଦେବଙ୍କ ପାଇଁ ଉପବାସ ରଖି ଜାଗର ବ୍ରତ ପାଳନ କଲେ ସକଳ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି। ଅଧିକ ପଢନ୍ତୁ...

ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଲେ ଭକ୍ତ
ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଲେ ଭକ୍ତ

ପୁରୀ: ଜାଗରରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଲେ ଭକ୍ତ । ଦେବ ଦେବ ମହାଦେବଙ୍କ ପାଇଁ ଉପବାସ ରଖି ଜାଗର ବ୍ରତ ପାଳନ କଲେ ସକଳ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି। ସେଥିପାଇଁ ଆଜି ପୁରୀର ପ୍ରସିଦ୍ଧ ପ୍ରଭୁ ଲୋକନାଥ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। କୋଭିଡ କଟକଣା ଭିତ୍ତିରେ ବାବା ଲୋକନାଥଙ୍କ ଦର୍ଶନ କରୁଛନ୍ତି ଭକ୍ତ। ତେବେ ମନ୍ଦିର ଗମ୍ଭୀରା ଭିତରକୁ ଦର୍ଶନ ନେଇ କଟକଣା କରାଯାଇଛି।

ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଲେ ଭକ୍ତ

ସେହିପରି ଭକ୍ତମାନେ ମୁହଁରେ ମାସ୍କ ପିନ୍ଧିବା ସହ ହାତ ସାନିଟାଇଜ କରି ମନ୍ଦିର ଯାଇ ଲୋକନାଥଙ୍କୁ ଦର୍ଶନ କରୁଛନ୍ତି। ରାଜ୍ୟର ଅନେକ ଶୈବ ପୀଠରେ ଜାଗର ପର୍ବ ନେଇ 144 ଧାରା ଜାରି କରାଯାଇ ଥିବା ବେଳେ ପୁରୀ ଲୋକନାଥ ମନ୍ଦିରରେ ଦର୍ଶନ ବ୍ୟବସ୍ଥା କରିଛି ପୁରୀ ଜିଲ୍ଲା ପ୍ରଶାସନ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ସମେତ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ଅଛନ୍ତି। ସୂଚନାନୁଯାୟୀ, ପବିତ୍ର ଜାଗର ଅବସର ରେ ରାତ୍ର 12 ଟା 30 ରୁ ଦ୍ବାର ଫିଟା ପରେ ପ୍ରଭୁଙ୍କ ନିତି କାନ୍ତୀ ସରିଥିଲା । ଏହାପରେ ଭୋର 4 ଟା ରୁ ପ୍ରଭୁ ଲୋକନାଥଙ୍କ ଦର୍ଶନ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ବ୍ୟାରିକେଡରେ ଯାଇ ଠାକୁରଙ୍କ ଦର୍ଶନ ଲାଭ କରି ଭାବ ବିହ୍ଵଳ ହୋଇ ପଡିଛନ୍ତି।

କୋରୋନା କିଭଳି ସାରା ବିଶ୍ବରୁ ଦୁରେଇ ଯାଉ ଓ ଜଗତ ମଙ୍ଗଳ ହେଉ ବୋଲି ଭକ୍ତ ପ୍ରାର୍ଥନା କରୁଛନ୍ତି। ତେବେ ରାତି 2 ଟାରେ ହରିହର ଭେଟ ପରେ ଭୋର 4 ଟା ରେ ପ୍ରଭୁ ଲୋକନାଥ ମହାଦୀପ ଉଠିବ ବୋଲି ସମୟ ନିର୍ଦ୍ଧାରିତ ହୋଇଛି। ସେପଟେ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ଅବସର ଠାରୁ ତିନି ଦିନ ହେବ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଓଡିଶାର ସର୍ବବୃହତ ଜଗତ ମଙ୍ଗଳ ଦୀପ ପ୍ରଜ୍ବଳିତ ହୋଇଛି। ପାର୍ବତୀ ସାଗର ନିକଟରେ ଏହି ଦୀପକୁ ପ୍ରଜ୍ବଳିତ କରାଯାଇଛି। ପଙ୍କୋଦ୍ଧାର ଏକାଦଶୀ ଠାରୁ ଏହି ବୃହତ ଦୀପ ଶିବରାତ୍ରୀ ପର୍ଯ୍ୟନ୍ତ ପ୍ରଜ୍ବଳିତ ହେବାର ବ୍ୟବସ୍ଥା ହୋଇଛି।

ପ୍ରାୟ ଆଠ ଫୁଟ ଲମ୍ବ ଓ ପାଞ୍ଚ ଫୁଟ ଓସାର ଏବଂ ଅଢେଇ ଫୁଟ ଗଭୀର ଏହି ବୃହତ ଦୀପ ଏବେ ମୁଖ୍ୟ ଆକର୍ଷଣ ହୋଇଛି। ପବିତ୍ର ଶିବରାତ୍ରୀ ବା ଜାଗର ଅବସରରେ ମହାଦୀପ ଉଠିବା ପରେ ଏହି ବୃହତ ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.