ପୁରୀ: ଚାଲିଛି ମହାପ୍ରଭୁଙ୍କ ସୁନାବେଶ । ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ଅଲୌକିକ ବେଶ ଦର୍ଶନ ପାଇଁ ପୁରୀ ବଡଦାଣ୍ଡକୁ ଛୁଟିଛି ଭକ୍ତଙ୍କ ସୁଅ । ଜନ ସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବଡଦାଣ୍ଡରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଭକ୍ତ ମାନେ କିଭଳି ଶାନ୍ତି ଶୃଙ୍ଖଳାରେ ସୁନାବେଶ ଦର୍ଶନ କରିବେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ନନ୍ଦିଘୋଷ ରଥ ପାର୍ଶ୍ବ ଦେଇ ପ୍ରବେଶ କରୁଛନ୍ତି । ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ପ୍ରଭୁ ବଳଭଦ୍ରଙ୍କୁ ଦର୍ଶନ କରିବା ପରେ ତାଳଧ୍ବଜ ରଥ ବା ଦକ୍ଷିଣ ପାର୍ଶ୍ବ ଦେଇ ପ୍ରସ୍ଥାନ କରୁଛନ୍ତି । ଏହା ଦ୍ବାରା ଶାନ୍ତି ଶୃଙ୍ଖଳାରେ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ପାଉଛନ୍ତି । ଏପଟେ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୂତୟନ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ