ETV Bharat / state

ଶ୍ରୀମନ୍ଦିରରେ ଭକ୍ତ ମୃତ୍ୟୁ ଘଟଣା; ମୁଖ୍ୟ ପ୍ରଶାସକଙ୍କ ଗିରଫ ଦାବିରେ ଥାନାରେ ଏତଲା - ଜଗନ୍ନାଥ ସେନା

ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୃତ୍ୟୁ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ଦାୟୀ କଲା ଜଗନ୍ନାଥ ସେନା । ଗିରଫଦାରୀ ଦାବିରେ ଥାନାରେ ଏତଲା । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଥାନାରେ ଏତଲା

author img

By ETV Bharat Odisha Team

Published : Oct 12, 2023, 12:01 PM IST

Updated : Oct 12, 2023, 2:12 PM IST

ଶ୍ରୀମନ୍ଦିରରେ ଭକ୍ତ ମୃତ୍ୟୁ ଘଟଣା

ପୁରୀ: ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୃତ୍ୟୁ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ଦାୟୀ କରିଛି ଜଗନ୍ନାଥ ସେନା । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ଅଣନିଶ୍ବାସୀ ହୋଇ ଭକ୍ତଙ୍କର ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମ୍ପୂର୍ଣ୍ଣ ରୂପେ ଦାୟୀ । ଏଣୁ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଗିରଫଦାରୀ ପାଇଁ ଜଗନ୍ନାଥ ସେନା ଦାବି କରି ସିଂହଦ୍ଵାର ଥାନାରେ ଏତଲା ଦେଇଛି । ଏଥିସହ ମୃତ ଭକ୍ତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ସଂଗଠନ ।

ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ଶ୍ରୀମନ୍ଦିର ଚାରିଦ୍ବାର ଖୋଲା ନଥିବାରୁ ସିଂହଦ୍ଵାରରେ ଭକ୍ତମାନେ ଲାଇନରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ରହୁଛନ୍ତି । ଫଳରେ ଦୀର୍ଘ ସମୟ ଧରି ଛିଡା ହୋଇ ଥକି ଯାଇଥିବା ଭକ୍ତଟିଏ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପରେ ଅତ୍ୟଧିକ ଭିଡ଼ ଯୋଗୁଁ ଅଣନିଶ୍ବାସୀ ହୋଇପଡୁଛନ୍ତି । ପରେ ହୃଦଘାତରେ ମୃତ୍ୟୁ ହେଉଛି । ଯାହାକି ଗତ ମଙ୍ଗଳବାର ଉତ୍ତରପ୍ରଦେଶରୁ ଆସିଥିବା ଭକ୍ତ ରାଜେନ୍ଦ୍ର ପ୍ରସାଦ ସାହାଣୀଙ୍କ କ୍ଷେତ୍ରରେ ଘଟିଥିଲା । ଅଣନିଶ୍ବାସୀ ହୋଇ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ହେଲେ ଦୁର୍ଭାଗ୍ୟର ବିଷୟ ଶ୍ରୀମନ୍ଦିର ପ୍ରଶାସନ ମୁଣ୍ଡରେ କୌଣସି ଚିନ୍ତା ନାହିଁ ।"

ଏହାମଧ୍ୟ ପଢନ୍ତୁ: ଜଗା ଦର୍ଶନ ହେଲା ଶେଷ ଦର୍ଶନ, କାଳିଆ ଦ୍ବାରରେ ଟଳିପଡ଼ିଲେ ଉତ୍ତରପ୍ରଦେଶ ପର୍ଯ୍ୟଟକ

ଭକ୍ତଟିଏ ଭଲରେ ଦର୍ଶନ କରିନପାରି ଆଖି ବୁଜୁଥିବା ବେଳେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନି । କିନ୍ତୁ ଭକ୍ତ ପୋଷାକ କିଭଳି ପିନ୍ଧିବେ ସେନେଇ କଟକଣା କରାଯାଉଛି । ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବାକୁ ଡ୍ରେସ କୋଡ କଟକଣା କରାଯାଇଛି ବୋଲି ପ୍ରିୟଦର୍ଶନ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ପ୍ରଶାସନିକ ଅଧକାରୀ ରଞ୍ଜନ କୁମାର ଦାଶଙ୍କ ଯୋଗଦାନ ପରେ ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ ହେବ ବୋଲି ଭକ୍ତ ଆଶା ରଖିଥିଲେ । ହେଲେ ତାହା ବିଫଳ ହୋଇଛି ।

ଭକ୍ତଙ୍କ ସ୍ବାର୍ଥ ରକ୍ଷାରେ ବିଫଳ ହୋଇଥିଲା ପ୍ରଶାସକ ରଞ୍ଜନ ଦାଶଙ୍କୁ ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ହଟାଇବାକୁ ଏବଂ ଗିରଫ କରିବାକୁ ଜଗନ୍ନାଥ ସେନା ଦାବି କରିଛି । ନଚେତ୍ ଜଗନ୍ନାଥ ସେନା ଅଗାମୀ ଦିନରେ ଆଇନଗତ ଲଢ଼େଇ ପାଇଁ କୋର୍ଟର ଦ୍ବାରସ୍ଥ ହେବ ବୋଲି ଜଗନ୍ନାଥ ସେନା ଆବାହକ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Oct 12, 2023, 2:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.