ETV Bharat / state

ଘନ କୁହୁଡିର ଚାଦର ତଳେ ବ୍ଲାକ ପାଗୋଡ଼ା

ଘନ କୁହୁଡିରେ ଅଦୃଶ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର । କୁହୁଡି ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ସକାଳ 9ଟା ଯାଏଁ କୁହୁଡି ବଳୟରେ ରହିଥିଲା । ଅଧିକ ପଢନ୍ତୁ

author img

By

Published : Jan 12, 2023, 1:39 PM IST

fog in konark
fog in konark
fog in konark

ପୁରୀ: ରାଜ୍ୟରେ ଜାରି ରହିଛି ଶୀତ ଲହରି । ଶୀତ ସାଙ୍ଗକୁ କୁହୁଡି ପାଇଁ ଅସ୍ତବ୍ୟସ୍ତ ଜନଜୀବନ । ତେବେ ଆଦି ସକାଳୁ କୋଣାର୍କରେ ଅତ୍ୟଧିକ ଘନ କୁହୁଡି ଦେଖିବାକୁ ମିଳିଥିଲା । ଘନ କୁହୁଡିରେ ସୂର୍ଯ୍ୟ ମନ୍ଦିର ଅଦୃଶ୍ୟ ହେଲା ଭଳି ମନେ ହେଉଥିଲା । ଘନ କୁହୁଡିର ବଳୟରେ ବ୍ଲାଗ ପାଗୋଡା । ଆଜି ସକାଳୁ କୋଣାର୍କରେ ଘନ କୁହୁଡି ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ସକାଳ 9 ଟା ଯାଏଁ କୁହୁଡି ବଳୟରେ ରହିଥିଲା । ଫଳରେ ସକାଳୁ ଆସିଥିବା ପର୍ଯ୍ୟଟକମାନେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଦେଖିବାରୁ ଏକପ୍ରକାର ବଞ୍ଚିତ ହୋଇଥିଲେ । ସ୍ପଷ୍ଟ ଭାବେ ମନ୍ଦିରର କଳା, କାରୁକାର୍ଯ୍ୟ ଦେଖି ପାରି ନଥିଲେ । ଫଳରେ ଦର୍ଶକଙ୍କ ମନରେ ଅସନ୍ତୋଷଭାବ ଜାଗ୍ରତ ହୋଇଥିଲା । କିନ୍ତୁ ଅନ୍ୟପଟେ କୁହୁଡିର ମଜା ନେଇଥିଲେ ପର୍ଯ୍ୟଟକ । ଅନେକ ପର୍ଯ୍ୟଟକ କୁହୁଡିର ଦୃଶ୍ୟକୁ ନିଜ ମୋବାଇଲ୍ କ୍ୟାମେରାରେ କଏଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଚାଉଳ ବଣ୍ଟନରେ ସ୍ୱଚ୍ଛତା ଲାଗି କେନ୍ଦ୍ର ଆଣିବ ରସିଦ ବ୍ୟବସ୍ଥା, ବିଜେଡି କହିଲା ଠିକ ହେବନାହିଁ

ତେବେ କୋଣାର୍କ ସହ ଆଖପାଖ ଅଞ୍ଚଳରେ ମଧ୍ୟ ମାତ୍ରାଧିକ କୁହୁଡି ଦେଖିବାକୁ ମିଳିଥିଲା । ବାଟଘାଟ ମଧ୍ୟ ଦୃଶ୍ୟମାନ ହୋଇନଥିଲା । ସକାଳ ୯ଟା ଯାଏଁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ପୁରୀ, ଭୁବନେଶ୍ୱର, କାକଟପୁର ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: Hockey World Cup 2023: କାଉଣ୍ଟଡାଉନ ଆରମ୍ଭ, ନଜର ପକାନ୍ତୁ ଖେଳ ସୂଚୀ ଉପରେ

ପ୍ରକାଶଥାଉକି, ନୂଆବର୍ଷ ଆରମ୍ଭରୁ ରାଜ୍ୟରେ ଶୀତର ଲହରି ଜାରି ରହିଛି । ଶୀତ ସହ କୁହୁଡି ଆସ୍ତରଣ ଜାରି ରହିଛି । ତାପମାତ୍ରା ମଧ୍ୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ ରହିଛି । ତେବେ ଆହୁରି ୨-୩ ଦିନ ଯାଏଁ ଏଭଳି ଶୀତ ଲହରି ଜାରି ରହିବା ନେଇ ସୂଚନା ଦିଆଯାଇଛି । ତେବେ କୌଣସି ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ସେହିପରି ଉତ୍ତର ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ରହିଛି । ବିଶେଷତଃ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଉଛି ଏବଂ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି । ବର୍ତ୍ତମାନ ଯାଏଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁଷାରପାତର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ତେବେ ଜାନୁଆରୀ ୧୧ରୁ ୧୩ ତାରିଖ ମଧ୍ୟରେ ବର୍ଷାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.