ETV Bharat / state

ଖତ ଖାଉଛି ରଥ ଚକ, ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ

author img

By

Published : Jul 27, 2021, 8:21 AM IST

ରଥଯାତ୍ରା ପରେ ମହାପ୍ରଭୁଙ୍କ ରଥକୁ ନେଇ ଉଠିଛି ବିବାଦ । ଭକ୍ତମାନେ ଦେବତା ଭାବେ ମାନୁଥିବା ଏହି ରଥ ଚକ ସବୁ ଏବେ ଖତ ଖାଉଥିବା ଅଭିଯୋଗ କରିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହାକ । ଅଧିକ ପଢନ୍ତୁ...

ଖତ ଖାଉଛି ରଥ ଚକ, ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ
ଖତ ଖାଉଛି ରଥ ଚକ, ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ

ପୁରୀ: ମହାପ୍ରଭୁଙ୍କ ରଥକୁ ମଧ୍ୟ ଭକ୍ତମାନେ ଦେବତା ବୋଲି ମାନନ୍ତି । ରଥଯାତ୍ରା ପରେ ରଥ ଭଙ୍ଗା ହେବା ସମୟରେ କାଠ ଟୁକୁଡ଼ାଟିଏ ପାଇଲେ ବି ଭକ୍ତମାନେ ଏହାକୁ ନେଇ ଘରେ ସାଇତି ରଖନ୍ତି । ଏଥିରେ ପରିବାରର ସମସ୍ତ ଦୁଃଖ କଷ୍ଟ ନାଶହୁଏ ବୋଲି ବିଶ୍ବାସ ରହିଛି । ତେବେ ଭକ୍ତମାନେ ଦେବତା ଭାବେ ମାନୁଥିବା ଏହି ରଥ ଚକ ସବୁ ଏବେ ଖତ ଖାଉଛି ।

ଗୁଣ୍ଡିଚା ମନ୍ଦିର ପରିସରରେ ପାଚେରୀକୁ ଡେରା ହୋଇ ରହିଥିବା ଶହଶହ ଚକ ଭାଙ୍ଗିରୁଜି ପଡ଼ିଛି । ଏହାକୁ ବିକ୍ରି କରିବାର ବ୍ୟବସ୍ଥା ଥିଲେ ହେଁ, ଏଥିପାଇଁ ପରିଚାଳନା କମିଟି ପକ୍ଷରୁ ଧାର୍ଯ୍ୟ ଦର ବହୁତ ଅଧିକ ଥିବାରୁ ଅଧିକାଂଶ ଚକ ବିକ୍ରି ହୋଇନପାରି ଦୀର୍ଘବର୍ଷ ହେଲା ପଡ଼ି ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁରୀର ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ଅଭିଯୋଗ କରି କହିଛନ୍ତି ଯେ, ମହାପ୍ରଭୁଙ୍କ ରଥର ଶହଶହ ଚକ ଖତ ଖାଉଥିଲେ ବି ଏଥିପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସାମାନ୍ୟତମ ଦୃଷ୍ଟି ଦେଉନାହିଁ । ଯଦି ଏସବୁ ବିକ୍ରି ହେଉନାହିଁ, ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତିରେ ଜାଳେଣି ଭାବେ କାହିଁକି ବ୍ୟବହାର କରାଯାଉନାହିଁ ? ଯଦି ରଥର ଅନ୍ୟ ଅଂଶର କାଠ ଗୁଡ଼ିକୁ କୋଠଭୋଗ ପ୍ରସ୍ତୁତିରେ ଜାଳେଣି ଭାବେ ବ୍ୟବହାର କରାଯାଇପାରୁଛି । ତେବେ ଖତ ଖାଇ ଯାଉଥିବା ରଥ ଚକଗୁଡ଼ିକୁ କାହିଁକି ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ଜାଳେଣି ଭାବେ ବ୍ୟବହାର ହୋଇପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସବୁଠୁ ବଡ଼ କଥା ହେଉଛି ଚକର ବିକ୍ରି ମୂଲ୍ୟ ଦର ଅଧିକ ରହିବା ତଥା ପ୍ରାୟ ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇ ୫୦ ହଜାର ଟଙ୍କା ମଧ୍ୟରେ ରହୁଥିବାରୁ ଏହାକୁ କିଣିନେବା ସାଧାରଣ ଭକ୍ତଙ୍କ ପକ୍ଷେ ସମ୍ଭବ ହୋଇ ପାରୁନାହିଁ । ଫଳ‌ର ରଥଚକ ବିକ୍ରି ନ ହୋଇ ପଡ଼ିରହିଛି । ତେବେ ପ୍ରତିବର୍ଷ ମହାପ୍ରଭୁଙ୍କ କୋଠ ଭୋଗ ରୋଷେଇ ପାଇଁ ଏକ କୋଟି ଟଙ୍କାର କାଠ କିଣାଯାଉଛି । ପୂର୍ବରୁ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତିରେ ରଥ କାଠକୁ ଜାଳେଣି ଭାବେ ବ୍ୟବହାର ହେଉଥିଲା । ତେବେ ମହାପ୍ରଭୁଙ୍କ ରଥ କାଠ ଖତ ଖାଉଥିବାବେଳେ ଏହାକୁ ମହାପ୍ରଭୁଙ୍କ ରୋଷ ଭୋଗରେ ଜାଳେଣି ବ୍ୟବହାର ହୋଇ ପାରିବ । ଏହା ନକରି ଶ୍ରୀମନ୍ଦିର ପ୍ରଶାସନ ପ୍ରତିବର୍ଷ ଏକ କୋଟି ଟଙ୍କାରେ ବାହାରୁ କାଠ କିଣୁଛନ୍ତି କାହିଁକି ବୋଲି ପ୍ରିୟ ଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେହିପରି ମହାପ୍ରଭୁଙ୍କ ରଥକୁ 2020 ମସିହାରେ ସଂରକ୍ଷଣ କରି ଏକ ମ୍ୟୁଜିୟମରେ ରଖାଯିବ ବୋଲି ନିଷ୍ପତ୍ତି ହେବା ସହ ଅତି ଦାୟିତ୍ବରେ ତିନି ରଥ ଖୋଲା ଯାଇଥିଲା । ହେଲେ ଏହି ଯୋଜନା, ଯୋଜନାରେ ହିଁ ରହିଗଲା ବୋଲି ସେ କହିଛନ୍ତି । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତମାନେ କୋଟି କୋଟି ଟଙ୍କା ଦାନ କରୁ ଥିବାବେଳେ ପ୍ରଶାସନିକ ଅଧିକାରୀମାନେ ଦୁର୍ନୀତିରେ ବୁଡି ରହି ମହାପ୍ରଭୁଙ୍କ ସେବା ଭୁଲିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.