ETV Bharat / state

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଦାବି, ଆଲୋଚନା ପରେ ମହାସୁଆରଙ୍କ ଧାରଣା ପ୍ରତ୍ୟାହାର

କୋଭିଡ ଗାଇଡଲାଇନ ଅନୁସାରେ କେନ୍ଦ୍ର ସରକାର ସମସ୍ତ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାର କୋଭିଡ କଟକଣା ଭିତ୍ତିରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ଦାବି କରି ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଅରୁଣ ସ୍ତମ୍ଭ ନିକଟରେ ଧରଣା ଦେଇଥିଲେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଦାବି, ଆଲୋଚନା ପରେ ମହାସୁଆରଙ୍କ ଧାରଣା ପ୍ରତ୍ୟାହାର
ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଦାବି, ଆଲୋଚନା ପରେ ମହାସୁଆରଙ୍କ ଧାରଣା ପ୍ରତ୍ୟାହାର
author img

By

Published : Oct 6, 2020, 3:21 PM IST

ପୁରୀ: ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରଵେଶ ଅନୁମତି ଦିଆଯାଉ । କୋଭିଡ ମହାମାରୀ ବ୍ୟାପିବା ଆଶଙ୍କା ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ରାଜ୍ୟ ସରକାର କରିଥିବା କଟକଣା ଠିକ ନୁହେଁ । ଯେତେବେଳେ କୋଭିଡ ଗାଇଡଲାଇନ ଅନୁସାରେ କେନ୍ଦ୍ର ସରକାର ସମସ୍ତ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ଉଚିତ ନୁହେଁ । ତୁରନ୍ତ ରାଜ୍ୟ ସରକାର କୋଭିଡ କଟକଣା ଭିତ୍ତିରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ଦିଅନ୍ତୁ । ଏହି ଦାବି ନେଇ ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଅରୁଣ ସ୍ତମ୍ଭ ନିକଟରେ ଧରଣା ଦେଇଥିଲେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର ।

ସେ ପ୍ରଶ୍ନ କରିଛନ୍ତି ଯେ, କୋଭିଡ ସମୟରେ ଯେତେବେଳେ ସ୍ଵର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ହଜାର ହଜାର ଲୋକଙ୍କୁ ସାମିଲ ପାଇଁ ଅନୁମତି ଦିଆଯାଇଥିଲା, ତେବେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା କାହିଁକି । ସେହିପରି ଭକ୍ତ ପ୍ରବେଶ କଟକଣା ପରେ ଶ୍ରୀମନ୍ଦିରର ସମସ୍ତ ସେବାୟତଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ଶ୍ରୀମନ୍ଦିର ପ୍ରଶାସନ 8 ମାସ ଭିତରେ ମାତ୍ର 15 ହଜାର ଟଙ୍କା ଦେଇଛି ଆର୍ଥିକ ସହାୟତା । ଯାହା ଘର ଚଳାଇବା ସମ୍ପୂର୍ଣ୍ଣ ଅସମ୍ଭବ । ତୁରନ୍ତ ଉଭୟ ଭକ୍ତ ଓ ସେବାୟତଙ୍କ ଆସ୍ଥା ଓ ଜୀବନଜୀବିକା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ଦ୍ୱାରରେ ପ୍ରତି ଦୁଇ ଘଣ୍ଟାରେ ଥରେ 50 ଜଣ ଲେଖାଏଁ ଭକ୍ତଙ୍କୁ କୋଭିଡ ଗାଇଡ଼ଲାଇନ ଅନୁସାରେ ପ୍ରବେଶ ଅନୁମତି ଦେବାକୁ ଦାବି କରିଛନ୍ତି ।

ସେପଟେ ଦାମୋଦର ମହାସୁଆରଙ୍କ ଧରଣା ପରେ ତାଙ୍କୁ ବୁଝାସୁଝା କରିବା ପାଇଁ ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିଥିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଉପଜିଲ୍ଲାପାଳ । ବହୁ ବୁଝାସୁଝା ପରେ ଦାମୋଦର ଧରଣାରୁ ଉଠିଥିଲେ । ଶ୍ରୀମନ୍ଦିର ଭିତରେ ଏନେଇ ଆଲୋଚନା ହୋଇଥିଲା । ଉପଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଉତ୍ତର ଦ୍ୱାର ନିକଟରେ କିଭଳି ମହାପ୍ରସାଦ ଠିକରେ ବିକ୍ରି ହୋଇପାରିବ ସେ ନେଇ ବ୍ୟବସ୍ଥା ହେବ । ସେହିପରି ଶ୍ରୀମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ଦାବି ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ରାଜ୍ୟ ସରକାର ଏ ନେଇ ଚୁଡାନ୍ତ ନିଷ୍ପତ୍ତି ନେବେ । ଏଥିସହ ସେବାୟତଙ୍କ ଆର୍ଥିକ ଦୂରବସ୍ଥାକୁ ଦେଖି କିଛି ଆର୍ଥିକ ସହାୟତା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବ । ଏନେଇ ଲିଖିତ ଭାବେ ସମସ୍ତ ଦାବି ପ୍ରଶାସନକୁ ଦେଲେ ସମସ୍ତ ସମସ୍ୟାର ସମାଧାନ ଆଇନ ଅନୁଯାୟୀ ହେବ ବୋଲି ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।

ତେବେ ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଶ୍ରୀମନ୍ଦିରକୁ ଭକ୍ତ ପ୍ରବେଶ ଦାବି ନେଇ ଧରଣା ପରେ ରାଜ୍ୟ ସରକାର କଣ ନିଷ୍ପତ୍ତି ନେଉଛନ୍ତି ତାହାକୁ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.