ETV Bharat / state

ଶ୍ରୀମନ୍ଦିରରେ ଅଣସେବାୟତ ପ୍ରବେଶକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି

ମଙ୍ଗଳବାର ଶ୍ରୀମନ୍ଦିରକୁ 5 ଜଣ ଅଣସେବାୟତ ସେବାୟତଙ୍କ ବେଶ ଧରି ପ୍ରବେଶକୁ ବିରୋଧ । ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କିଭଳି ଅଣସେବାୟତ ମନ୍ଦିରକୁ ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ଅଣସେବାୟତ ପ୍ରବେଶ
ଶ୍ରୀମନ୍ଦିରରେ ଅଣସେବାୟତ ପ୍ରବେଶ
author img

By

Published : Oct 22, 2020, 3:54 PM IST

Updated : Oct 22, 2020, 4:03 PM IST

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କରୋନା କଟକଣା ସମୟରେ ମନ୍ଦିରକୁ ଅଣସେବାୟତ ପ୍ରବେଶ କରୁଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି । ପୋଲିସ କର୍ମଚାରୀ ମୁତୟନ ଥିବା ସତ୍ତ୍ବେ ମନ୍ଦିରକୁ କିଭଳି ଅଣସେବାୟତ ପ୍ରବେଶ କଲେ, ତାକୁ ନେଇ ତୀବ୍ର ସମାଲୋଚନା କରାଯାଉଛି ।

ଶ୍ରୀମନ୍ଦିରରେ ଅଣସେବାୟତ ପ୍ରବେଶ

ସୂଚନା ଅନୁଯାୟୀ ଗତ ମଙ୍ଗଳବାର 5 ଜଣ ଅଣସେବାୟତ ସେବାୟତଙ୍କ ବେଶ ଧରି ମା ବିମଳାଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ । ପରେ ସେମାନଙ୍କୁ ଚିହ୍ନଟ କରି ବାହାରକୁ ଅଣାଯାଇଥିଲା । ଏସବୁ ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ତେବେ ସିସିଟିଭି କ୍ୟାମେରାକୁ ଯାଞ୍ଚ କରି କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେବାୟତଙ୍କ ଠୁ ଆରମ୍ଭ କରି ବିଭିନ୍ନ ମହଲରେ ଦାବି ହେଉଛି । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନା କରିବା ସହ ଏନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 22, 2020, 4:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.