ETV Bharat / state

ଅକ୍ଟୋବର 3ରେ ଓଡ଼ିଶା ବନ୍ଦ ! ରତ୍ନଭଣ୍ଡାର ଓ ଚାରି ଦ୍ବାର ଖୋଲିବା ଦାବିରେ ତାତିଲା ଜଗନ୍ନାଥ ସେନା

author img

By ETV Bharat Odisha Team

Published : Sep 20, 2023, 10:19 PM IST

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ତୁରନ୍ତ ଚାରିଦ୍ବାର ଖୋଲାଯିବା ସହ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ଜୋର ଧରିଛି। ଅକ୍ଟୋବର ୩ ତାରିଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

demand to reopen ratna bhandar
ଅକ୍ଟୋବର 3ରେ ଓଡ଼ିଶା ବନ୍ଦ ଡ଼ାକରା
ଅକ୍ଟୋବର 3ରେ ଓଡ଼ିଶା ବନ୍ଦ ଡ଼ାକରା

ପୁରୀ: ଜୋର ଧରିଲା ଶ୍ରୀମନ୍ଦିରର ଚାରି ଦ୍ଵାର ଏବଂ ରତ୍ନ ଭଣ୍ଡାର ଖୋଲିବା ଦାବି। ଭକ୍ତଙ୍କ ପାଇଁ ଚାରି ଦ୍ଵାର ଏବଂ ରତ୍ନ ଭଣ୍ଡାର ଖୋଲିବା ନେଇ ଅକ୍ଟୋବର 3 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଜଗନ୍ନାଥ ସେନା । ମହାପ୍ରଭୁଙ୍କ ପରମ୍ପରା ଓ ରତ୍ନ ଭଣ୍ଡାରର ସୁରକ୍ଷା ପାଇଁ ଅଗଣିତ ଭକ୍ତମାନେ ଗୋଟିଏ ଦିନ ଅଖଚକ ବନ୍ଦ କରନ୍ତୁ ବୋଲି ଶ୍ରୀଜଗନ୍ନାଥ ସେନା‌ର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ଶ୍ରୀଜଗନ୍ନାଥ ସେନା‌ର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ଶ୍ରୀ ମନ୍ଦିର ଚାରି ଦ୍ୱାରର ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି । ଧର୍ମ, ଅର୍ଥ, କାମ, ମୋକ୍ଷ ତତ୍ତ୍ଵକୁ ନେଇ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଥିବାବେଳେ ରାଜ୍ୟ ସରକାର ଭକ୍ତଙ୍କ ଧାର୍ମିକ ଅଧିକାରକୁ କ୍ଷୁର୍ଣ୍ଣ କରି କେବଳ ସିଂହ ଦ୍ଵାର ଦେଇ ପ୍ରବେଶ ଅନୁମତି ଦେଇଛନ୍ତି। ଏହା ଦ୍ବାରା ଅଯଥାରେ ଭିଡ ହେଉଥିବାବେଳେ ଭକ୍ତ ମାନେ ଖରା, ବର୍ଷାରେ ଲମ୍ବା ଲାଇନରେ କଲବଲ ହେଉଛନ୍ତି। ତେବେ ବହୁ ଦାବି ପରେ କେବଳ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ଵାର ଖୋଲାଯାଇଛି। ହେଲେ ପ୍ରଭୂ ଜଗନ୍ନାଥ ସମସ୍ତଙ୍କ ଦେବତା। ତେବେ କେବଳ ପୁରୀ ବାସିନ୍ଦା କାହିଁକି, ଶ୍ରୀମନ୍ଦିର ଆସିଥିବା ପ୍ରତ୍ୟେକ ଭକ୍ତଙ୍କୁ ଚାରି ଦ୍ୱାର ଦେଇ ପ୍ରଵେଶ ଅନୁମତି ଦିଆଯାଉ।" ସେହିପରି ଆସନ୍ତା ରଥଯାତ୍ରାବେଳେ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତିକୁ ଜଗନ୍ନାଥ ସେନା ବିରୋଧ କରିଛି।

ସେ ଆହୁରି ମଧ୍ୟ କହିଛନ୍ତି, "ରଥଯାତ୍ରା ପୂର୍ବରୁ ନିର୍ବାଚନ ସରି ଯାଇଥିବ। ରତ୍ନ ଭଣ୍ଡାରରେ ଅନିୟମିତତା ହେଲେ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନି। ରାଜ୍ୟ ସରକାର ଜଗନ୍ନାଥ ପ୍ରେମୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ। ତୁରନ୍ତ ରତ୍ନ ଭଣ୍ଡାର ଖୋଲି ରତ୍ନ ଅଳଙ୍କାରର ସ୍ଥିତି ଜଗନ୍ନାଥ ପ୍ରେମୀଙ୍କୁ ଅବଗତ କରାନ୍ତୁ। ରତ୍ନ ଭଣ୍ଡାର ଯଦି ସୁରକ୍ଷିତ ଅଛି , ତୁରନ୍ତ ରତ୍ନ ଭଣ୍ଡାର ଖୋଲି ଏହାର ସ୍ଥିତି ଜଣାନ୍ତୁ।" ଯେହେତୁ ରତ୍ନ ଭଣ୍ଡାର ଏହି ସରକାର ସମୟରେ ଲୁଟ୍ ହୋଇଛି, ଏଣୁ ସରକାର ରତ୍ନ ଭଣ୍ଡାର ଖୋଲିବାରେ ପଛ ଘୁଞ୍ଚା ଦେଉଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି। ତେବେ ଆସନ୍ତା 3 ତାରିଖରେ ଓଡ଼ିଶାବାସୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରନ୍ତୁ ବୋଲି ଜଗନ୍ନାଥ ସେନା ଆହ୍ଵାନ ଦେଇଛି।

ଏହା ବି ପଢନ୍ତୁ...୨୦୨୪ରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ୧ମାସ ମଧ୍ୟରେ ଖୋଲିବାକୁ ବିଭିନ୍ନ ମହଲରେ ଦାବି

କିଛି ଖଳ ପ୍ରକୃତିର ଲୋକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ହିଂସାର ଆଶ୍ରୟ ନେଇପାରନ୍ତି। ଏମାନଙ୍କ ବିରୋଧରେ ପ୍ରଶାସନ କଠୋର ପଦକ୍ଷେପ ନେବାକୁ ଜଗନ୍ନାଥ ସେନା ପ୍ରଶାସନକୁ ନିବେଦନ କରିଛି । ଗତ 2018 ମସିହା ଅକ୍ଟୋବର 3 ରେ ଶ୍ରୀ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପ୍ରତିବାଦରେ ଜଗନ୍ନାଥ ସେନା ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ସେତେବେଳେ ପୁରୀ ସହରରେ ବ୍ୟାପକ ହିଂସାକାଣ୍ଡ ହୋଇଥଲା। ତେବେ ହିଂସାକାଣ୍ଡ ଘଟଣାରେ ବ୍ୟାପକ ଗିରଫଦାରୀ ହୋଇଥିବାବେଳେ ଏହି ହିଂସା ପଛରେ ଜଗନ୍ନାଥ ସେନାକୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଇଥିଲା ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ସେହି ସମୟରେ ଅଭିଯୋଗ କରିଥିଲେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.