ETV Bharat / state

ପୁରୀରେ Beach Shacks ପ୍ରକଳ୍ପ ଗ୍ରହଣୀୟ ନୁହେଁ: ଶଙ୍କରାଚାର୍ଯ୍ୟ

author img

By

Published : Jul 29, 2021, 7:37 PM IST

Updated : Jul 29, 2021, 11:02 PM IST

ଗୋଆ ବିଚ୍ ଭଳି ପୁରୀ ବେଳାଭୂମୀରେ ହେବାକୁ ଥିବା ବିଚ୍ ସାକ୍ସ ପ୍ରକଳ୍ପକୁ କଡ଼ା ବିରୋଧ କରିଛନ୍ତି ପୁରୀର ବିଭିନ୍ନ ସଂଗଠନ। ପାଶ୍ଚାତ୍ୟ ସଂସ୍କୃତି ତଥା ବିଚ୍ ସାକ୍ସ ପ୍ରକଳ୍ପକୁ ତୁରନ୍ତ ବାତିଲ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ ରଖିଛନ୍ତି ପୁରୀ ଜିଲ୍ଲାର ବିଭିନ୍ନ ସଂଗଠନ । ଅଧିକ ପଢ଼ନ୍ତୁ...

ପୁରୀରେ ବିଚ୍ ସାକ୍ସକୁ ବିଭିନ୍ନ ସଂଗଠନର ବିରୋଧ

ପୁରୀ: ଗୋଆ ବିଚ୍ ଭଳି ପୁରୀ ବେଳାଭୂମୀରେ ହେବାକୁ ଥିବା ବିଚ୍ ସାକ୍ସ ପ୍ରକଳ୍ପକୁ କଡ଼ା ବିରୋଧ କରିଛନ୍ତି ପୁରୀର ବିଭିନ୍ନ ସଂଗଠନ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି । ବିଚ୍ ସାକ୍ସ ପ୍ରକଳ୍ପରେ ପୁରୀରେ ମେରାଇନ୍ ଡ୍ରାଇଭ୍ ରୋଡରେ ଛୋଟଛୋଟ କୁଡ଼ିଆ କରାଯିବ । ଏହି କୁଡ଼ିଆରେ ପର୍ଯ୍ୟଟକଙ୍କୁ ଆପାୟିତ କରିବା ପାଇଁ ଆଧୁନିକ ନୃତ୍ୟ ସାଙ୍ଗକୁ ମଦ୍ୟପାନର ବ୍ୟବସ୍ଥା ରହିବ । ଶ୍ରୀକ୍ଷେତ୍ର ଭଳି ଧାର୍ମିକ କ୍ଷେତ୍ରକୁ ରାଜ୍ୟ ସରକାର ବିଶ୍ୱ ଐତିହ୍ୟ ନଗରୀ କରିବା ନାଁରେ ଜଗନ୍ନାଥ ସଂସ୍କୃତିକୁ ବିରୋଧାଚରଣ କରୁଛନ୍ତି । ପାଶ୍ଚାତ୍ୟ ସଂସ୍କୃତି ତଥା ବିଚ୍ ସାକ୍ସ ପ୍ରକଳ୍ପକୁ ତୁରନ୍ତ ବାତିଲ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ ରଖିଛନ୍ତି ପୁରୀ ଜିଲ୍ଲାର ବିଭିନ୍ନ ସଂଗଠନ ।

ପୁରୀରେ Beach Shacks ପ୍ରକଳ୍ପ ଗ୍ରହଣୀୟ ନୁହେଁ: ଶଙ୍କରାଚାର୍ଯ୍ୟ

ଶ୍ରୀକ୍ଷେତ୍ରରେ ମଦ୍ୟପାନର ପ୍ରଚାରପ୍ରସାର ନେଇ ସରକାରଙ୍କ ପକ୍ଷରୁ ହୋଇଥିବା ଉଦ୍ୟମକୁ ନାପସନ୍ଦ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ତୀର୍ଥଭୂମିକୁ ଭୋଗଭୂମିରେ ପରିଣତ ନକରିବା ପାଇଁ ଜଗତଗୁରୁ ଆହ୍ୱାନ ଦେଇଛନ୍ତି। ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବା ପାଇଁ କେହି ଦୁଃସାହାସ ନକରିବା ପାଇଁ ସେ ମତ ଦେଇଛନ୍ତି । ସେପଟେ ବିଚ୍ ସାକ୍ସ ପ୍ରକଳ୍ପକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପରେ ମତ ରଖିଛନ୍ତି ପୁରୀ ଜିଲ୍ଲାପାଳ । ପର୍ଯ୍ୟଟନ ବିଭାଗ ସହିତ ଆଲୋଚନା କରିବା ସହ ଲୋକମାନଙ୍କ ମତାମତ ନେଇ ଏହି ପ୍ରକଳ୍ପ କାମ ଆଗେଇବ ବୋଲି ପ୍ରତିଶୃତି ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶାର ପୁରୀକୁ ମିଶାଇ ୪୮୨ କି.ମି ବେଳାଭୂମିରେ ମୋଟ ୬ ଟି ସ୍ଥାନରେ ବିଚ୍ ସାକ୍ସ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ତେବେ ପୁରୀରେ ଏହି ବିଚ୍ ସାକ୍ସ ପ୍ରକଳ୍ପ ବାତିଲ ହେବାନେଇ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି । ଜିଲ୍ଲାରେ ଏହି ପ୍ରକଳ୍ପକୁ ବିରୋଧ ପରେ ରାଜ୍ୟ ସରକାର ଏନେଇ କଣ ପଦକ୍ଷେପ ନେବେ ତାକୁ ହିଁ ସଭିଙ୍କ ଅପେକ୍ଷା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 29, 2021, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.