ETV Bharat / state

ଆଜି ଚମ୍ପକ ଦ୍ବାଦଶ ନୀତି: ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି

author img

By

Published : Jun 12, 2022, 12:58 PM IST

Updated : Jun 12, 2022, 1:11 PM IST

ସ୍ନାନଯାତ୍ରା ଓ ଘୋଷଯାତ୍ରାରେ ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ଦଇତା ପ୍ରବେଶ ନୀତି। ସ୍ନାନପୂର୍ଣ୍ଣମୀ ନୀତି ନିମନ୍ତେ ଆଜି ଶ୍ରୀମନ୍ଦିର ମଧ୍ୟରେ ଦଇତାପତି ସେବାୟତ ମାନେ ପ୍ରବେଶ କରିଛନ୍ତି । ଅଧିକ ପଢ଼ନ୍ତୁ

daitapti servitors entered to sheemandir for snana yatra ritual
Deva Snana Purnima: ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି

ପୁରୀ: ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରସ୍ତୁତି । ସ୍ନାନଯାତ୍ରା ଓ ଘୋଷଯାତ୍ରାରେ ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ଦଇତା ପ୍ରବେଶ ନୀତି । ସ୍ନାନପୂର୍ଣ୍ଣମୀ ନୀତି ନିମନ୍ତେ ଆଜି ଶ୍ରୀମନ୍ଦିର ମଧ୍ୟରେ ଦଇତାପତି ସେବାୟତ ମାନେ ପ୍ରବେଶ କରିଛନ୍ତି । ସନ୍ଧ୍ୟାଧୂପ ପରେ ସେବାୟତମାନେ ମହାପ୍ରଭୁଙ୍କୁ ବାହୁଟ କଣ୍ଟ ଲାଗି କରିବେ ।

ଆଜି ଚମ୍ପକ ଦ୍ବାଦଶ ନୀତି: ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି

ତେବେ ସେନାପଟା ଲାଗି ଓ ବାହୁଟ କଣ୍ଟ ପାଇଁ ଗତକାଲି ରାତିରେ ସାକ୍ଷୀଗୋପାଳରେ ବଉଳ ଗଛକୁ ଆବଶ୍ୟକ ମାପ ଅନୁଯାୟୀ ଛେଦନ କରାଯାଇଥିଲା । 8 ଫୁଟ ଲମ୍ବ ଓ 3 ଫୁଟ ଗୋଲେଇ ବିଶିଷ୍ଟ ବଉଳ କାଠକୁ ଏକ ଶଗଡ଼ରେ ଲଦାଯାଇ ସେଥିରେ ପାଟବସ୍ତ୍ର ଆଚ୍ଛାଦିତ କରି ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯାଇଥିଲା । ଶ୍ରୀକ୍ଷେତ୍ରରେ ଶଗଡି ପହଞ୍ଚିବା ପରେ କାଠକୁ ଦୋଳବେଦୀ କୋଣରେ ରଖାଯାଇଛି । ଏହି ବଉଳ କାଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ମାପ ଅନୁଯାଇ ସେନାପଟା ଓ ବାହୁଟ ନିର୍ମାଣ କରାଯିବ । ମହାପ୍ରଭୁଙ୍କ ପୃଷ୍ଠ ଦେଶରେ ସେନାପଟା ଓ ଶ୍ରୀଭୁଜରେ ବାହୁଟ ପାଟବସ୍ତ୍ର ଆଚ୍ଛାଦିତ କରି ବାନ୍ଧି ଦିଆଯିବ । ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଆଡ଼ପ ପହଣ୍ଡି ବାହୁଡା଼ ଯାତ୍ରା ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ଏହି ସେନାପଟା ଓ ବାହୁଟ ସୁରକ୍ଷା ପ୍ରଦାନ କରିଥାଏ |

ଇଟିଭି ଭାରତ, ପୁରୀ

Last Updated : Jun 12, 2022, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.