ETV Bharat / state

ଦାଦାବଟି ପାଇଁ ପୁରୀରେ ବଢୁଛି ଦାଦାଗିରି, କେତେ ସୁରକ୍ଷିତ ପର୍ଯ୍ୟଟକ ?

author img

By

Published : Dec 11, 2022, 9:42 AM IST

ଐତିହ୍ୟ ସହର ପୁରୀରେ ବୃଦ୍ଧି ପାଇଛି ଦୁର୍ବୃତ୍ତଙ୍କ ଆତଙ୍କ । ଦିନ ଦ୍ବିପ୍ରହରେ ଖୁଲମଖୁଲା ଦାଦାବଟି ମାଗି ସହରରେ ଆତଙ୍କ ଖେଳାଉଛନ୍ତି । ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦାବି ହୋଇଛି । ଦେଖନ୍ତୁ ଏହି ରିପୋର୍ଟ

crime increases in puri illegal extortion collection in hotels
ଶ୍ରୀକ୍ଷେତ୍ର ଛାତିରେ ଆତଙ୍କରାଜ, ଦାଦାବଟି ପାଇଁ ଦୁର୍ବୃତ୍ତଙ୍କ ଦାଦାଗିରି
ଶ୍ରୀକ୍ଷେତ୍ର ଛାତିରେ ଆତଙ୍କରାଜ

ପୁରୀ: ଐତିହ୍ୟ ସହର ପୁରୀରେ ଦିନକୁ ଦିନ ଅପରାଧିକ ମାମଲା ବୃଦ୍ଧି ପାଇବାକୁ ଲାଗିଛି । ପୋଲିସକୁ ଆଖିଠାର ମାରି ଦାଦାବଟି ଓ ଅସାମାଜିକ କାର୍ଯ୍ୟକଳାପରେ ମାତୁଛନ୍ତି ଦୁର୍ବୃତ୍ତ । ଦିନ ଦ୍ବିପହରରେ ବ୍ୟବସାୟୀ ପ୍ରତିଷ୍ଠାନମାନଙ୍କରେ ଦାଦାଗିରି ଦେଖାଉଛନ୍ତି । ଶ୍ରୀକ୍ଷେତ୍ର ଛାତିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହୋଟେଲରେ ଦାଦାବଟିକୁ କେନ୍ଦ୍ର କରି ବଢୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ । ତେଣୁ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ହୋଟେଲ ମାଲିକମାନେ ଦାବି କରିଛନ୍ତି ।

ହୋଟେଲ ଭିତରେ ପଶି ସିକ୍ୟୁରିଟି ଗାର୍ଡକୁ ମରଣାନ୍ତକ ଆକ୍ରମଣ । ସିକ୍ୟୁରିଟି ଗାର୍ଡଙ୍କ ଗାଲକୁ ଚାପୁଡା ଉପରେ ଚାପୁଡା ମାରି ଚାଲିଛି ଦୁର୍ବୃତ୍ତ । ଦାଦାବଟି ନଦେଲେ ହୋଟେଲ ଉପରକୁ ବୋମା ପକାଇ ଉଡ଼ାଇ ଦେବାକୁ ଖୁଲମଖୁଲା ଧମକ । ଟିକେ ନଜର ପକାନ୍ତୁ ସିସିଟିଭିରେ କଏଦ ହୋଇଥିବା ଏହି ଫୁଟେଜ ଉପରେ । ଦାଦାବଟିକୁ ନେଇ ଜଣେ ଦୁର୍ବୃତ୍ତ କିଭଳି ହୋଟେଲ ଭିତରେ ଆତଙ୍କରାଜ ଚଳାଇଛି । ଗତ ବୁଧବାର ରାତିରେ ପୁରୀ ଟାଉନ୍ ଥାନା ଅନ୍ତର୍ଗତ ଲୋକନାଥ ରୋଡରେ ଥିବା ହୋଟେଲ ଶୁଭଦର୍ଶନରେ ଏଭଳି କାଣ୍ଡ ଘଟିଛି । ଦାଦାବଟି ନଦେଲେ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିବାରୁ ଭୟଭୀତ ଅବସ୍ଥାରେ ହୋଟେଲ ମାଲିକ ଓ କର୍ମଚାରୀ ।

ତେବେ ସିକ୍ୟୁରିଟି ଗାର୍ଡକୁ ଦୁର୍ବୃତ୍ତର ଏଭଳି ଆକ୍ରମଣ ପରେ ଭୟରେ ପର୍ଯ୍ୟଟକ ହୋଟେଲ ଛାଡିଛନ୍ତି । ଏହି ଘଟଣାକୁ ନେଇ ହୋଟେଲ ମାଲିକ ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୁରୀ ବିଶ୍ବ ଐତିହ୍ୟ ନଗରୀ ହେବାକୁ ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ଏଭଳି ଖୁଲମଖୁଲା ଦାଦାବଟି ମାଗିବା ଓ ଅସାମାଜିକ କାର୍ଯ୍ୟକଳାପ ଉପରେ ପୋଲିସ ତୁରନ୍ତ ନିୟନ୍ତ୍ରଣ ନକଲେ ଭକ୍ତ ଓ ପର୍ଯ୍ୟଟକ ଅସୁରକ୍ଷିତ ହୋଇପଡିବେ ବୋଲି ହୋଟେଲ ମାଲିକ କହିଛନ୍ତି । ସେ କହିଛନ୍ତି, " ସ୍ଥାନୀୟ ଲୋକେ ଗ୍ୟାଙ୍ଗ କରି ଦାଦାବଟି ଆଦାୟ କରୁଛନ୍ତି । ପୋଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ସହରରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ନୂଆବର୍ଷ ସେଲିବ୍ରେସନ୍ କରିବା ପାଇଁ ପୁରୀକୁ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହେବ । ତେଣୁ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ସୋଇପଡ଼ିଛି ।"

ଶ୍ରୀମନ୍ଦିର ଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଲୋକନାଥ ରୋଡ ବାସେଳୀ ସାହି ଅଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । କିଛି ଯୁବକ ଗ୍ୟାଙ୍ଗ ଗଢ଼ି ବ୍ୟାପକ ନିଶା କାରବାର କରିବା ସହ‌ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ଖୁଲମଖୁଲା ଦାଦାବଟି ଆଦାୟ କରୁଛନ୍ତି । ଯିଏ ଦାଦାବଟି ନଦେଲା ତାକୁ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି ।

ସେହିପରି ବାରବାଟି ପାର୍କିଂ ସମ୍ମୁଖରେ ପରିତ୍ୟକ୍ତ ଅବସ୍ଥାରେ ଥିବା ପୁରୁଣା ବାସେଳୀ ସାହି ଥାନା ପରିସର ଏବେ କ୍ରାଇମ୍ ଜୋନ୍‌ ପାଲଟିଛି । ଉକ୍ତ ସ୍ଥାନକୁ ଗାଡି ପାର୍କିଂ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଗାଡ଼ିରୁ ବିଭିନ୍ନ ସମୟରେ ଚୋରି ହେଉଛି । ତେଣୁ ବାସେଳୀ ସାହି ଲୋକନାଥ ରୋଡ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ ରୋକ୍ ଲଗାଇବାକୁ ହେଲେ ଏଠାରେ ଏକ ଫାଣ୍ଡି ତୁରନ୍ତ ଖୋଲିବା ସହ ପାଟ୍ରୋଲିଂକୁ କଡାକଡି କରିବା ପାଇଁ ଦାବି ହୋଇଛି ।

ସେପଟେ ଦାଦାବଟି ଆଦାୟକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ପୁରୀ ଏସ୍‌ପି କନୱର ବିଶାଳ ସିଂ କହିଛନ୍ତି । ଲୋକନାଥ ରୋଡ଼ ଅଞ୍ଚଳରେ ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସ୍ପଷ୍ଟ କରିଦେଇଛନ୍ତି ।

ପୁରୀ ସହରକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ଭକ୍ତ ଆସୁଛନ୍ତି । ମୁଖ୍ୟତଃ ହୋଟେଲ ଗୁଡ଼ିକରେ ଭକ୍ତ ଓ ପର୍ଯ୍ୟଟକ ରହିଥାନ୍ତି । ତେବେ ହୋଟେଲ ଗୁଡିକରେ ଅପରାଧୀଙ୍କ ଖୁଲମଖୁଲା ଆତଙ୍କରାଜ ଚାଲିଲେ ଭକ୍ତ ଓ ପର୍ଯ୍ୟଟକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାବେଳେ ପୁରୀ ପୋଲିସ ଏ ଦିଗରେ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.