ETV Bharat / state

ChittaRanjan Murder Case: ଚିତ୍ତଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ

author img

By

Published : Dec 16, 2021, 10:21 PM IST

Updated : Dec 17, 2021, 5:52 PM IST

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା । ମାମଲାର ତଦନ୍ତ ପାଇଁ ଚିତ୍ତଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Chitta Ranjan Muder Case: ଚିତ୍ତଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ

ବ୍ରହ୍ମଗିରି : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ (State Planning Board Deputy Chairman) ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା । ମାମଲାର ତଦନ୍ତ ପାଇଁ ପୁରୀରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ (Crime Branch Team reach puri) । ଶିଶିର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ 4 ଜଣିଆ କ୍ରାଇମବ୍ରାଞ୍ଚ ଟିମ ଆଜି (ଗୁରୁବାର) ଦିନ ତମାମ ହତ୍ୟାର ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ କରିଥିଲେ ।

ChittaRanjan Murder Case: ଚିତ୍ତଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ

ଆଜି ସକାଳେ ଚିତ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ଗଡମୁର୍ଗଶୀରାରେ ଅନୁଧ୍ୟାନ କରି ସ୍ଥାନୀୟ ଲୋକଙ୍କ ସହିତ କ୍ରାଇମବ୍ରାଞ୍ଚ ଟିମ ଆଲୋଚନା କରିଥିଲା । ଏବଂ ପରେ ବାସେଲିସାହି ଥାନାକୁ ଆସି ଅଟକ ଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା କରିଥିଲା । ପରେ ବ୍ରହ୍ମଗିରି ସାନବନ୍ଧକେରା ସ୍ଥିତ ଚିତ୍ତଙ୍କ ଘରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ । ପରିବାର ଲୋକଙ୍କ ସହିତ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲା । ସମସ୍ତ ଅନୁସନ୍ଧାନ ପରେ କଟକ ମୁଖ୍ୟ କାଯ୍ୟାଳୟକୁ ସମସ୍ତ ତଥ୍ୟ ପ୍ରଦାନ କରାଯିବ କ୍ରାଇମବ୍ରାଞ୍ଚ ଡିଜିପି କହିଛନ୍ତି । ସେପଟେ, ଆମେ ଉଚିତ ନ୍ୟାୟ ପାଇବୁ। ଖୁବଶୀଘ୍ର ଦୋଷୀ ଧରା ପଡିବ ବୋଲି ଚିତ୍ତଙ୍କ ପରିବାର ଲୋକେ କହିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାଶ, ଇଟିଭି ଭାରତ

Last Updated : Dec 17, 2021, 5:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.