ETV Bharat / state

ପୁରୀରେ କାର୍ଯ୍ୟକ୍ଷମ ହେଲା 100 ଶର୍ଯ୍ୟାବିଶିଷ୍ଟ କୋଭିଡ-19 ହସ୍ପିଟାଲ - ଓଡିଶାରେ କୋରୋନା ମୁକାବିଲା

ଶ୍ରୀକ୍ଷେତ୍ରରେ କାର୍ଯ୍ୟକ୍ଷମ ହେଲା ଶହେ ଶର୍ଯ୍ୟା କୋଭିଡ ହସପିଟାଲ । ଏଥି ସହିତ ପୁରୀରେ ନିର୍ମାଣଧୀନ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ 100 ଶଯ୍ୟା ବିଶିଷ୍ଟ କୋରୋନା କେୟାର ସେଣ୍ଟର ଖୋଲାଯାଇଛି । ଅଧିକ ପଢନ୍ତୁ...

Covid-19 hospital in puri
ପୁରୀରେ କାର୍ଯ୍ୟକ୍ଷମ ହେଲା 100 ଶର୍ଯ୍ୟାବିଶିଷ୍ଟ କୋଭିଡ-19 ହସ୍ପିଟାଲ
author img

By

Published : Apr 14, 2020, 11:10 PM IST

ପୁରୀ: ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲୁଛି କୋଭିଡ-19 ହସ୍ପିଟାଲ । ମଙ୍ଗଳବାର ପୁରୀ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ସ୍ୱତନ୍ତ୍ର ସଂକ୍ରାମକ ଚିକିତ୍ସାଳୟରେ 100 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏଥି ସହିତ ପୁରୀରେ ନିର୍ମାଣଧୀନ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ 100 ଶଯ୍ୟା ବିଶିଷ୍ଟ କୋରୋନା କେୟାର ସେଣ୍ଟର ଖୋଲାଯାଇଛି ।

ପୁରୀରେ କାର୍ଯ୍ୟକ୍ଷମ ହେଲା 100 ଶର୍ଯ୍ୟାବିଶିଷ୍ଟ କୋଭିଡ-19 ହସ୍ପିଟାଲ

ପୁରୀ ଜିଲ୍ଲାପାଳ ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପରିଦର୍ଶନ କରି ପ୍ରସ୍ତୁତି ପରଖିଛନ୍ତି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ସନ୍ଦିଗ୍ଧ କୋରୋନା ରୋଗୀଙ୍କୁ ପ୍ରଥମେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ ଖୋଲିଥିବା କୋରୋନା କେୟାର ସେଣ୍ଟରରେ ଭର୍ତ୍ତି କରାଯିବ। ସେଠାରେ ଉକ୍ତ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରି ଟେଷ୍ଟ କରାଯିବ। ଯଦି ଟେଷ୍ଟ ପଜିଟିଭ ଆସେ ତାଙ୍କୁ ତୁରନ୍ତ ପୁରୀର ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବ । ସେଠାରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।

ଏଠାରେ 45 ଜଣ ଡାକ୍ତର ଓ 300ରୁ ଅଧିକ ପାରା ମେଡ଼ିକାଲ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି । ଆଇସିୟୁ ସମେତ ଭେଣ୍ଟିଲେଟରର ବ୍ୟବସ୍ଥା ମଧ୍ୟ ରହିଛି । ସେହିପରି ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପରିଚାଳନା ଦାୟିତ୍ୱ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ପୁରୀ ଏଡ଼ିଏମ ରହିବେ ।

ତେବେ ସବୁ କିଛି ପ୍ରସ୍ତୁତି ସରିଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଜିଲ୍ଲାର ଯେପରି କେହି କୋଭିଡ଼-19 ରେ ଆକ୍ରାନ୍ତ ନ ହୁଅନ୍ତୁ ସେ ନେଇ ଜିଲ୍ଲାପାଳ ଠାକୁରଙ୍କୁ ପ୍ରାର୍ଥନା କରିଛନ୍ତି । ସେହିପରି ଲକଡାଉନକୁ ଯେଭଳି ପୁରୀ ବାସିନ୍ଦା ସଠିକ ଭାବେ ପାଳନ କରୁଛନ୍ତି ସେଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସମସ୍ତେ ମାନିବାକୁ ଜିଲ୍ଲାପାଳ ପୁରୀ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.