ETV Bharat / state

‘ହୋଟେଲରେ ବୁକିଂ ଅଛି, ମୁଁ ଯିବି ପୁରୀ’, ଭିଡିଓ ଭାଇରାଲ

author img

By

Published : Mar 17, 2020, 11:49 PM IST

ବିଦେଶରୁ ପୁରୀ ବୁଲିବାକୁ ଆସୁଥିବା ଜଣେ ପର୍ଯ୍ୟଟକଙ୍କୁ ପିପିଲି ଟୋଲ ଗେଟ ଠାରେ ଫେରି ଯିବା ପାଇଁ ବୁଝା ଯାଇଥିଲା । ହେଲେ ପର୍ଯ୍ୟଟକ ଜଣକ ଅରାଜି ହୋଇଥିଲେ ।

corona virus
corona virus

ପୁରୀ: ଭୁବନେଶ୍ବରର ଜାତୀୟ ରାଜପଥର ପିପିଲି ଟୋଲ ଗେଟ ନିକଟରେ ପୁରୀ ଆସୁଥିବା ଚାରି ଚକିଆ ଓ ଟୁରିଷ୍ଟ ଗାଡି ଗୁଡିକୁ ପୁରୀକୁ ପ୍ରବେଶ କରାଇ ଦିଆ ଯାଉ ନାହିଁ । କରୋନା ସତର୍କତା ନେଇ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ତେବେ ଅନେକ ପର୍ଯ୍ୟଟକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହାର ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।

ପୁରୀକୁ ପ୍ରବେଶ କଟକଣା ନେଇ ପିପିଲିରେ ବିଦେଶୀ ପର୍ଯ୍ୟଟକଙ୍କ ଯୁକ୍ତିତର୍କ

ବିଦେଶରୁ ପୁରୀ ବୁଲିବାକୁ ଆସୁଥିବା ଜଣେ ପର୍ଯ୍ୟଟକଙ୍କୁ ପିପିଲି ଟୋଲ ଗେଟ ଠାରେ ଫେରିଯିବା ପାଇଁ ବୁଝା ଯାଇଥିଲେ ମଧ୍ୟ ସେ ରାଜି ହୋଇ ନ ଥିଲେ । ଏନେଇ ଦୀର୍ଘ 30 ମିନିଟ ଧରି ମୁତୟନ ଥିବା ସ୍ବେଚ୍ଛାସେବୀ ବହୁତ ବୁଝାଇବା ପରେ ସେ ଫେରି ଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି। ଯାହାକି ଚର୍ଚ୍ଚାର ବିଷୟ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.