ETV Bharat / state

କୋରୋନା ଲକଡାଉନ: ରଥ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟତା ଦାବି

author img

By

Published : May 2, 2020, 6:59 PM IST

ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପ୍ରକ୍ରିୟା ଜାରି ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଘୋଷଣା ସରିଛି । ଏମିତି ସ୍ଥିତିରେ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣୁ ରଥ ନିର୍ମାଣ ହେବ କି ନାହିଁ, କେଉଁ ଗାଇଡ଼ ଲାଇନରେ ହେବ ଏବଂ ଚଳିତ ବର୍ଷ ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କଣ ତାହା ସରକାର ତୁରନ୍ତ ପ୍ରକାଶ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ରାମ ଦାସ ମହାପାତ୍ର ଦାବି କରିଛନ୍ତି ।

Corona Lockdown: State government clarity on chariot construction
କୋରୋନା ଲକଡାଉନ: ରଥ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟତା ଦାବି

ପୁରୀ: ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପ୍ରକ୍ରିୟା ଲାଗୁ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଘୋଷଣା ସରିଛି । ଏମିତି ସ୍ଥିତିରେ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଲକଡାଉନ ସମୟରେ କୌଣସି ଧାର୍ମିକ ଉତ୍ସବ କି କାର୍ଯ୍ୟ ବାହାରେ ଅନୁଷ୍ଠିତ ହୋଇପାରିବନାହିଁ । ଏଣୁ ପୁରୀରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ପରେ ଯେଉଁ ରଥ ନିର୍ମାଣର ଆଶା ସୃଷ୍ଟି ହୋଇଥିଲା ସେଥିରେ ଏବେ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଛି । ଏପରିକି ଚଳିତ ବର୍ଷ ରଥଯାତ୍ରା ଆୟୋଜନ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ପୁରୀ ଜିଲ୍ଲା କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ଗ୍ରୀନ ଜୋନରେ ଥିବାରୁ ସମସ୍ତ ନିର୍ମାଣ କାମ ଉପରେ କଟକଣା ନାହିଁ । ଏଣୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ । ଏହା କୌଣସି ବାହ୍ୟ ଧାର୍ମିକ ଉତ୍ସବ ନୁହେଁ । ଅନ୍ୟପଟେ ରଥ ନିର୍ମାଣ ହେବ କି ନାହିଁ, କେଉଁ ଗାଇଡ଼ ଲାଇନରେ ହେବ ଏବଂ ଚଳିତ ବର୍ଷ ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କଣ ତାହା ସରକାର ତୁରନ୍ତ ପ୍ରକାଶ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ରାମ ଦାସ ମହାପାତ୍ର ଦାବି କରିଛନ୍ତି ।

ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ରଥଯାତ୍ରା ଭଳି ମହାପ୍ରଭୁଙ୍କ ବଡ କାର୍ଯ୍ୟକ୍ରମ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଏଥିରେ ଯୋଡି ହୋଇଥିବା ହେତୁ ସରକାର ଏ ବିଷୟରେ ଖୋଲା ଭାବେ ମତବ୍ୟକ୍ତ କରନ୍ତୁ । ଦିନକୁ ଦିନ ରଥଯାତ୍ରାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ସ୍ପଷ୍ଟ ନୀତି ରାଜ୍ୟ ସରକାର ପ୍ରକାଶ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମ ଦାସ ମହାପାତ୍ର କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.