ETV Bharat / state

ଶାଢୀରେ ଜଗନ୍ନାଥ ଓ ରଥଯାତ୍ରା ଚିତ୍ରଣକୁ ନେଇ ବିବାଦ, ମହାପ୍ରଭୁଙ୍କୁ ଅସମ୍ମାନ ନେଇ ତୀବ୍ର ଅସନ୍ତୋଷ - ମହାପ୍ରଭୁଙ୍କୁ ଅସମ୍ମାନ ନେଇ ତୀବ୍ର ଅସନ୍ତୋଷ

ଶାଢୀରେ ଜଗନ୍ନାଥ ଓ ରଥଯାତ୍ରା ଚିତ୍ରଣକୁ ନେଇ ଉପୁଜିଛି । ବିବାଦ ପୁଣି ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଜଗନ୍ନାଥ ପ୍ରେମୀ । ଅଧିକ ପଢନ୍ତୁ

controversy over jagannath image
ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ ଅଭିଯୋଗ
author img

By ETV Bharat Odisha Team

Published : Oct 12, 2023, 9:38 PM IST

ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ ଅଭିଯୋଗ

ପୁରୀ: ପୁଣି ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ ଅଭିଯୋଗ । ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ଅପମାନ କରାଯିବା ଅଭିଯୋଗରେ ତେଜିଛି ଅସନ୍ତୋଷ । ଶାଢୀରେ ଶ୍ରୀବିଗ୍ରହଙ୍କ ଚିତ୍ର ସହ ରଥ ଯାତ୍ରାର ଦୃଶ୍ୟକୁ ସ୍ଥାନ ଦିଆଯାଇଛି । ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଭୁବନେଶ୍ବରର ଏକ ଏକ ଶାଢୀ ଦୋକାନରେ ବିକ୍ରୀ ହେଉଛି ଏହି ଶାଢୀ । ଏହା ଜଣାପଡିବା ପରେ କିଛି ବ୍ୟକ୍ତି ଏହାର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଏହାକୁ କଡ଼ା ନିନ୍ଦା କରିଛନ୍ତି।

ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ଅସମ୍ମାନ କରାଯାଉଥିବା ଅଭିଯୋଗ ହେଇଛି । ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ଜଗନ୍ନାଥ ସେନା ଆବାହକ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରିଛନ୍ତି । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର ପ୍ରତୀକ, କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ପ୍ରସିଦ୍ଧ ରଥ ଯାତ୍ରାକୁ ଶାଢୀରେ ଚିତ୍ରିତ କରି ଏହାକୁ ବ୍ୟବସାୟରେ ଲଗାଇବା ଦୁଃଖ ଦାୟକ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ରଖିଛନ୍ତି । ତୁରନ୍ତ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି।

ଏହା ବି ପଢନ୍ତୁ...ରତ୍ନଭଣ୍ଡାର ଖୋଲିବା ଦାବି, ଭକ୍ତଙ୍କୁ ଜାଗ୍ରତ କରିବାକୁ ଜଗନ୍ନାଥ ସେନାର ଜାଗରଣ ଯାତ୍ରା

ଏହା ବି ପଢନ୍ତୁ...ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଦାବି, ଶ୍ରୀକ୍ଷେତ୍ର ପରମ୍ପରା ବିନା ରଥଯାତ୍ରା ଗ୍ରହଣୀୟ ନୁହେଁ

ପୁର୍ବରୁ ମହାପ୍ରଭୁଙ୍କ ଚିତ୍ରକୁ ନେଇ ଅନେକ ବ୍ୟଙ୍ଗତ୍ମକ ଢଙ୍ଗରେ ଚିତ୍ରଣ କରାଯାଇଥିଲା । ରଥ ଯାତ୍ରା ଆଳରେ କାରରେ ଠାକୁରଙ୍କୁ ବସାଇ ରଥଯାତ୍ରା କରିବା, ଇସ୍କନ ପକ୍ଷରୁ ରଥ ଯାତ୍ରା ଦିନ ରଥ ଯାତ୍ରା କରାନଯାଇ ଅଦିନିଆ ରଥ ଯାତ୍ରା କରିବା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଥିଲା । ତେବେ ପୁଣି ଥରେ ମହାପ୍ରଭୁଙ୍କ ପ୍ରତିକୃତି ଓ ରଥ ଯାତ୍ରାକୁ ଶାଢୀରେ ଚିତ୍ରିତ କରି ବିକ୍ରି ପ୍ରଚେଷ୍ଟାକୁ ସବୁ ମହଲରେ ନିନ୍ଦା କରଯାଇଛି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଜଗନ୍ନାଥପ୍ରେମୀ । କେତେକ ଜଗନ୍ନାଥପ୍ରେମୀ ଏହାର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଏହାକୁ କଡ଼ା ନିନ୍ଦା କରିଥିବା ଦେଖିବାକୁ ମିଳିଛି । ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଉଥିବା ନେଇ ଅଭିଯୋଗ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.